ETV Bharat / state

ପ୍ରାଣୀ ଚିକିତ୍ସାସେବାରେ ନିୟୋଜିତ କର୍ମଚାରୀଙ୍କ ଧର୍ମଘଟ ନିଷିଦ୍ଧ - ପ୍ରାଣୀ ଚିକିତ୍ସକଙ୍କ ଧର୍ମଘଟ ନିଷିଦ୍ଧ

ପ୍ରାଣୀ ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀଙ୍କ ଧର୍ମଘଟ ନିଷିଦ୍ଧ । ନିୟମ ଅବମାନନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଧର୍ମଘଟ ନିଷିଦ୍ଧ
ଧର୍ମଘଟ ନିଷିଦ୍ଧ
author img

By

Published : Apr 29, 2023, 12:23 PM IST

ଭୁବନେଶ୍ବର: ଏଣିକି ପ୍ରାଣୀ ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀ କରିପାରିବେନି ଧର୍ମଘଟ । ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ପ୍ରାଣୀ ଚିକିତ୍ସାସେବାରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଧର୍ମଘଟ ନିଷିଦ୍ଧ କରାଯାଇଛି । ଆଦେଶକୁ ଅବମାନନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯାଇପାରିବେ ନାହିଁ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟକୁ ବେଆଇନ ବୋଲି ଘୋଷଣା କରାଯାଇଛି । ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଘଂନ କରୁଛି ବୋଲି କୁହାଯାଇଛି ।

ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସା ସେବାକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି । ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଓଡ଼ିଶା ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ସଂଶୋଧନ ଆଇନ-୨୦୨୦ର ଧାରା ୨ର ଉପଧାରା (୯) ଅନୁଯାୟୀ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା ଡିସ୍ପେନ୍ସାରୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ, ପ୍ରାଣୀଧନ ସହାୟତା କେନ୍ଦ୍ର, ପ୍ରାଣୀସେବା ନିରୁପଣ ପରୀକ୍ଷାଗାର, ସରକାରୀ ପ୍ରାଣୀଧନ ଏବଂ ଗୋଖାଦ୍ୟ ଫାର୍ମ, ଫ୍ରୋଜନ୍ ସିମେନ ବ୍ୟାଙ୍କ, ବାୟୋଲୋଜିକାଲ ଇନଷ୍ଟିଚ୍ୟୁଟ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟରତ ଅନୁଷ୍ଠାନରେ ନିୟୋଜିତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ପାରାଭେଟଙ୍କ ସମେତ ଅନ୍ୟ ତୃତୀୟ ଓ ଚତୁର୍ଥ ବର୍ଗର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଓ ପ୍ରାଣୀ ଚିକିତ୍ସାସେବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନିଷିଦ୍ଧ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ପ୍ଲାଟଫର୍ମକୁ ଆସିବେ ଦେଶର ସବୁ ବୋର୍ଡ, ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶନାମା ଛଅ ମାସ ପାଇଁ ବଳବତ୍ତର ରହିଛି । ଉକ୍ତ ଆଇନରେ ଥିବା ପ୍ରାବଧାନକୁ ଉଲ୍ଲଘଂନ କଲେ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ଅଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.