ETV Bharat / state

ମଣିଷଖିଆ ବାଘର ହେବ ଯାଞ୍ଚ, ନୂଆପଡାରେ ଭେଟନାରୀ ଓ ବିଶେଷଜ୍ଞ ଟିମ

ବାଘ ଗତିବିଧି ସମ୍ବନ୍ଧରେ ଯାଞ୍ଚ କରିବାକୁ ନୂଆପଡା ଗଲେ ଭେଟନାରୀ ଓ ବିଶେଷଜ୍ଞ ଟିମ । ଭୟଭୀତ ନହେବାକୁ ପରାମର୍ଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 6, 2023, 10:09 PM IST

ମଣିଷଖିଆ ବାଘର ହେବ ଯାଞ୍ଚ
ମଣିଷଖିଆ ବାଘର ହେବ ଯାଞ୍ଚ

ଭୁବନେଶ୍ବର: ନୂଆପଡାରେ ଆତଙ୍କ ରଚିଛି କଲରାପତରିଆ ବାଘ । ମଣିଷଠୁ ନେଇ ଗୃହପାଳିତ ପଶୁ ସମସ୍ତେ ବାଘର ଶିକାର ହେଲେଣି । ଏହା ମଧ୍ୟରେ ଗୋଟିଏ ବାଘ ଟ୍ରାପ କରାଯାଇଥିବା ବେଳେ ଆଉ ଏକ ବାଘ ବୁଲୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ନୂଆପଡାରେ ମଣିଷ ଖିଆ ବାଘର ବ୍ୟବହାରର ଯାଞ୍ଚ ହେବା ନେଇ କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭେଟନାରୀ ଟିମ ସମେତ ବିଶେଷଜ୍ଞ କରିବେ ଏହି ଯାଞ୍ଚ କରିବେ ।

କିଛି ଦିନ ହେବ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଛି କଲରାପତରିଆ ବାଘ । ଗୋଟିଏ ବାଘକୁ ଟ୍ରାପ କରାଯାଇଥିବା ବେଳେ ଆଉ ଗୋଟେ ବାଘ ବୁଲୁଥିବା ଖବର ମିଳିଛି । ଗ୍ରାମରେ ଏକାଧିକ ବାଘ ରହିଥିବା ନେଇ ଗ୍ରାମବାସୀ କହୁଥିବା ବେଳେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଦୁଇଟି ମଣିଷର ଜୀବନ ନେଇଥିବା କଲରା ପତରିଆ ବାଘକୁ ଧରା ହେବା ପରେ ତାର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ବାଘଟି ଖାଉଛି ଓ ପାଣି ପିଉଛି । ହେଲେ କାହିଁକି ଅସ୍ୱାଭାବିକ ବ୍ୟବହାର ଦେଖାଇଲା ତାହା ଯାଞ୍ଚ କରାଯାଉଛି । ବାଘର ବ୍ୟବହାର ଜାଣିବା ପାଇଁ ଦେବ୍ରିଗଡ଼ ଡିଏଫଓ ଓ ଭେଟନାରୀ ଟିମ ସହ ସମ୍ବଲପୁର ଚିଡ଼ିଆଖାନାରୁ ଜଣେ କଲରାପତରିଆ ବାଘ ବିଶେଷଜ୍ଞଙ୍କୁ ନୂଆପଡା ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।

ଏହାମଧ୍ୟ ପଢନ୍ତୁ..ବାଘ ଆତଙ୍କରେ ଛାନିଆ ନୂଆପଡ଼ାବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ

ସେ ଆଉ ମଧ୍ୟ ଲୋକମାନଙ୍କ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଯଦି କେହି ବାଘ ଦେଖନ୍ତି ତେବେ ତୁରନ୍ତ ବନବିଭାଗକୁ ଖବର ଦେବାକୁ ଅନୁରୋଧ କରିଛନ୍ତି । କ୍ୟାମେରା ଲଗାଇଯାଇଛି । ଟିମର ସ୍ବତନ୍ତ୍ର ନଜର ରହିଛି ବୋଲି କହିଛନ୍ତି ସୁଶାନ୍ତ ନନ୍ଦ । ଏଥିସହ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ 15 ଦିନ ମଧ୍ୟରେ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ପିସିସିଏଫ।

ସୂଚନା ଯୋଗ୍ୟ, ନୂଆପଡ଼ାରେ ନିଦ ହଜାଇଦେଇଛି ବାଘ । 2 ମଣିଷ ସହ ଗୃହପାଳିତ ପଶୁମାନଙ୍କୁ ନିଜର ଶିକାର ବନାଇଥିଲା କଲରାପତରିଆ ବାଘ । ଯାହା ପରେ ତାକୁ ଟ୍ରାପ କରାଯାଇଥିଲା । ହେଲେ ସେହି ଅଞ୍ଚଳରେ ଆଉ ଏକ ବାଘ ବୁଲୁଥିବା ନେଇ ସ୍ଥାନୀୟବାସୀ କହିବା ପରେ ପୁଣି ଭୟ ବଢିଯାଇଛି । ବାଘ ଭୟରେ ଜଙ୍ଗଲର ଆଖପାଖ ଗାଁରେ ତାଟି କବାଟ ପଡିଗଲାଣି । ହେଲେ ଏଯାଏଁ ଆଉ ଏକ ବାଘର ଗତିବିଧି ନେଇ କୌଣସି ଖବର ଆସିନି । ବନ ବିଭାଗ ବାଘକୁ ଠାବ କରିବାକୁ କ୍ୟାମେରା ଲଗାଇଛି। ବାଘର ବ୍ୟବହାର ଯାଞ୍ଚ କରିବାକୁ ୪ଜଣିଆ ଟିମ୍ ନୂଆପଡ଼ା ଯାଇଛନ୍ତି । ଏହା ସହ କଲରାପତରିଆ ବାଘ ସମ୍ପର୍କରେ ଜାଣିଥିବା ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ସମ୍ବଲପୁରରୁ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର-

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.