ETV Bharat / state

ସୁସ୍ଥ ହେଲା ପରେ ଗୀତ ଗାଇଲେ ପ୍ରଣବ ପଟ୍ଟନାୟକ - ସୁସ୍ଥ ଅଛନ୍ତି ପ୍ରଣବ ପଟ୍ଟନାୟକ

ସୁସ୍ଥ ହେଲା ପରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଗାଇଲେ ଗୀତ । ଏଇ ଜୀବନଟା ଏକ ନାଟକ ତାର କଳଙ୍କିତ ମୁଁ ନାୟକ...ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ପ୍ରଣବ ପଟ୍ଟନାୟକ
ପ୍ରଣବ ପଟ୍ଟନାୟକ
author img

By ETV Bharat Odisha Team

Published : Sep 8, 2023, 12:35 PM IST

ସୁସ୍ଥ ହେଲା ପରେ ଗୀତ ଗାଇଲେ ପ୍ରଣବ ପଟ୍ଟନାୟକ

ହାଇଦ୍ରାବାଦ: ସୁସ୍ଥ ଅଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ରୋଗ ଶଯ୍ୟାରୁ ଉଠିବା ପରେ ପୁଣି ଥରେ ଫୁଟି ଉଠିଛି ତାଙ୍କର ସେହି ତାଳ, ସେହି ସ୍ବର ସଙ୍ଗୀତର ଝଙ୍କାର । ହେଲେ ଏଥର କୌଣସି ରୋମାଣ୍ଟିକ ଗୀତ ନୁହେଁ ବରଂ ଏଇ ଜୀବନଟା ଏକ ନାଟକ ତାର କଳଙ୍କିତ ମୁଁ ନାୟକ...ଗୀତ ଶ୍ରୋତାଙ୍କୁ ଶୁଣାଇଛନ୍ତି । ସଂଗୀତକୁ ଜୀବନର ସର୍ବସ୍ବ ମାନିଥିବା ଓଡ଼ିଆ ସଙ୍ଗୀତର ବାଦଶାହା ପ୍ରଣବ ପଟ୍ଟନାୟକ ସୁମଧୁର ସ୍ୱରରେ ଏହି ଗୀତ ଗାଇ ନିଜ ଅସ୍ତିତ୍ବର ପରାକାଷ୍ଠାକୁ ମଧ୍ୟ ପ୍ରତିପାଦିତ କରିଛନ୍ତି ।

କେବଳ ସେତିକି ନୁହେଁ, ‘‘ଏଇ ଜୀବନଟା ଏକ ନାଟକ ତାର କଳଙ୍କିତ ମୁଁ ନାୟକ...’’ ଗୀତ ଗାଇ ସେ ସୁସ୍ଥ ଅଛି ବୋଲି ବାର୍ତ୍ତା ଦେବା ସହ କଳାକାରଟିଏ କେଉଁ ବି ପରିସ୍ଥିତିରେ ରହୁ ତା କଳା ତା ଅସ୍ତିତ୍ଵକୁ ଭୁଲେ ନାହିଁ ବୋଲି ଗୀତରେ ଗୀତରେ ସେ ସୂଚାଇଛନ୍ତି । ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ଓଡ଼ିଶାବାସୀ ।

ଏହା ମଧ୍ୟ ପଢନ୍ତୁ: ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଉଲ୍ଲେଖନୀୟ ଯେ, ଗତ ଅଗଷ୍ଟ 24 ତାରିଖରେ ପ୍ରଣବ ପଟ୍ଟନାୟକଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିଛି ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ପ୍ରଣବ ପଟ୍ଟନାୟକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ଥିଲେ।

୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟ ସ୍ତରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୂପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.