ETV Bharat / state

ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ସମ୍ଭାର, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଶୀତଋୁତର ଆଗମନ ସହ ଚିଲିକା ନିକଟସ୍ଥ ମଙ୍ଗଳାଯୋଡ଼ି ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ମଙ୍ଗଳାଯୋଡ଼ିର ଅନବଦ୍ୟ ପ୍ରାଚୂର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ପର୍ଯ୍ୟଟକ। ଅଧିକ ପଢ଼ନ୍ତୁ...

author img

By

Published : Nov 29, 2020, 7:47 PM IST

ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ମେଳନ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଖୋର୍ଦ୍ଧା: ବିହଙ୍ଗ ବିହାର ପାଲଟିଛି ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ି ଅଞ୍ଚଳ । ବିଭିନ୍ନ ଦେଶରୁ ମାଇଲ ମାଇଲ ବାଟ ଅତିକ୍ରମକରି ଚିଲିକା ନିକଟସ୍ତ ମଙ୍ଗଳାଯୋଡ଼ିର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ। ପ୍ରତିବର୍ଷ ଶୀତଋତୁର ଆଗମନ ସହିତ ଚିଲିକାରେ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ବିଦେଶୀ ପକ୍ଷୀଙ୍କ ଏହି ସମାଗମକୁ ପାଖରୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଚଳିତ ବର୍ଷ ପକ୍ଷୀଙ୍କ ପାଇଁ ପାଗ ଅନୂକୁଳ ଥିବାରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ପ୍ରାୟ 185ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଛି।

ଚିଲିକାର ପରିବେଶ ଓ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବାରୁ ବିଦେଶୀ ପକ୍ଷୀଙ୍କ ପ୍ରଥମ ପସନ୍ଦ ହେଉଛି ଚିଲିକା ହ୍ରଦ । ଏତେ ପରିମାଣରେ ପକ୍ଷୀଙ୍କୁ ନିଜ ପାଖରେ ବାନ୍ଧି ରଖିଥିବାରୁ ଚିଲିକାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି। ଏହି ମନୋରମ ଦୃଶ୍ୟକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଟାଣି ଆଣିଛି । ଏସିଆ ମହାଦେଶର ସବୁଠାରୁ ବଡ ହ୍ରଦ ହେଉଛି । ପ୍ରତିବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବାରୁ ଏହାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ଶୀତଦିନେ ସୁଦୂର ସାଇବେରିଆ, ପାକିସ୍ତାନ, ଶ୍ରୀଲଙ୍କା, ମଙ୍ଗୋଲିଆ ସହ ପଶ୍ଚିମ ଦେଶରୁ ଅନେକ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥାଏ। ଏହି ସମୟରେ ଚିଲିକା ହ୍ରଦରେ ପକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳିଥାଏ।

ଚିଲିକାକୁ ଆସୁଥିବା ପ୍ରତିଟି ପକ୍ଷୀର କିଛି ନା କିଛି ବିଶେସତ୍ତ୍ବ ଦେଖିବାକୁ ମିଳିଥାଏ । କେଉଁ ପକ୍ଷୀର ରଙ୍ଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ କେଉଁ ପକ୍ଷୀର ଆକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ପର୍ପଲ ମୋରେନ୍‌, ଗଡ୍‌ୱେଲ, ସୋଭଲର, ଗୋଲ୍ଡେନ ଡକ୍‌, ପର୍ପଲ ହିରନ୍‌, ନର୍ଦନ ପ୍ରିଟେଲ, ଗାର୍ଗିନ୍‌, ବ୍ଲାକୱିଲ ଷ୍ଟିଲ୍ଟ, ବ୍ଲାକଟେଲ ଗଡ୍‌ୱିଟ, ଗ୍ଲୋସିଆବିସ୍‌, ୱେରେନଟାଲ ହ୍ୱାଇଟଆଇବିଟ୍‌, ମୋରେନ୍‌, ଗ୍ରେହିରନ୍‌ ଭଳି ଅନେକ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ନିଜ ପାଖରେ ବାନ୍ଧି ରଖିଛି ଚିଲିକା । ଶହ ଶହ ବିଦେଶୀ ପକ୍ଷୀଙ୍କୁ ଦେଖିବା ସହ ମଙ୍ଗଳାଯୋଡି ଅଞ୍ଚଳରେ ନୌକା ବିହାରର ମଜା ନେଉଛନ୍ତି ପର୍ଯ୍ୟଟକ । ଏଭଳି ମନୋରମ ଦୃଶ୍ୟକୁ ନଜି କ୍ୟାମେରାରେ କୈଦ କରି ସ୍ମୃତି ସାଇତି ରଖୁଛନ୍ତି ପର୍ଯ୍ୟଟକ ।

ମଙ୍ଗଳାଯୋଡ଼ିର ଶାନ୍ତ ପରିବେଶ ଓ ବିଦେଶୀ ପକ୍ଷିଙ୍କ ସମାଗମ ପର୍ଯ୍ୟଟକଙ୍କୁ ବିମୋହିତ କରିଛି । କିଚିରିମିଚିରି କାକରାବରେ ମୁଖରିତ ହୋଇଉଠିଛି ମରାଳମାଳିନି ନିଳାମ୍ବୁ ଚିଲିକାର ମଙ୍ଗଳାଯୋଡି ଅଞ୍ଚଳ। ବ୍ୟସ୍ତଭରା ଜୀବନରୁ ଟିକିଏ ବିରତ ନେଇ ପ୍ରାକୃତିର ଏହି ଅନବଦ୍ୟ ପ୍ରାଚୂର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ପର୍ଯ୍ୟଟକ । କୋରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ କମ ହୋଇଛି । ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କୁ କୋରୋନା କଟକଣା ମାନିବାକୁ ନିବେଦନ କରାଯାଉଛି । ମଙ୍ଗଳାଯୋଡିରେ ପର୍ଯ୍ୟଟକଙ୍କ ସହ ଡଙ୍ଗା ଚାଳକ କୋରୋନା କଟକଣାକୁ ମାନି ଏହି ପକ୍ଷୀ ବିହାର ମଜା ନେଉଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.