ETV Bharat / state

ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର, ମଙ୍ଗଳାଯୋଡିରେ ଜମୁନି ପର୍ଯ୍ୟଟକଙ୍କ ଭିଡ

ପହିଲି ଶୀତର ସ୍ପର୍ଶରେ ହସୁଛି ସବୁଜ ବନାନୀ । ଏଥିପାଇଁ ଏବେଠୁ ଚିଲିକାରେ ଲାଗିଲାଣି ବିଦେଶୀ ପକ୍ଷୀଙ୍କ ଭିଡ । ମଙ୍ଗଳାଯୋଡିରେ ପକ୍ଷୀମାନଙ୍କୁ ଦେଖିବା ପାଇଁ ନାହିଁ ପର୍ଯ୍ୟଟକଙ୍କ ଭିଡ । ଅଧିକ ପଢନ୍ତୁ...

author img

By

Published : Oct 31, 2021, 2:24 PM IST

ନିଳାମ୍ବୁ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ; ମଙ୍ଗଳାଯୋଡିରେ ନାହିଁ ପର୍ଯ୍ୟଟକଙ୍କ ଗହଳ

ଖୋର୍ଦ୍ଧା: ରାଜ୍ୟରେ ଆରମ୍ଭ ହୋଇଛି ଶୀତ । ପହିଲି ଶୀତର ସ୍ପର୍ଶରେ ହସୁଛି ସବୁଜ ବନାନୀ । ଏଥିପାଇଁ ଏବେଠୁ ଚିଲିକାରେ ଲାଗିଲାଣି ବିଦେଶୀ ପକ୍ଷୀଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ପକ୍ଷୀଙ୍କ କାକଳୀରେ ଫାଟି ପଡୁଛି ପୁରା ପରିବେଶ । କାଜକିସ୍ତାନ, ସାଇବେରିଆ, ଆଫଗାନିସ୍ଥାନ, ବୁଲଗେରିଆ, ଋଷ ଓ ସାଇବେରିଆ ଆଦି ଅଞ୍ଚଳରୁ ଚିଲିକାକୁ ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ। ଏବେ ସୁଦ୍ଧା ଚିଲିକାରେ ୨୫ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ବେଳେ ସେଥିମଧ୍ୟରୁ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ୧୧ ହଜାରରୁ ଅଧିକ ପକ୍ଷୀ ଆସିଥିବାର ଜଣାପଡିଛି।

ବିଶେଷକରି ଚିଲିକାର ମଙ୍ଗଳାଯୋଡିରେ ପକ୍ଷୀ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ବାସସ୍ଥାନର ସୁବିଧା ଥିବାରୁ ପକ୍ଷୀ ମାନେ ଏଠାରେ ଭିଡ ଜମାଉଛନ୍ତି । ଚିଲିକାର ଟାଙ୍ଗୀ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଲାପିଙ୍ଗ ଟର୍ନ, ଗଡଉଇଟ୍, ସାଣ୍ଡ ପାଇପର, ଗଡୱାଲ, ସ୍ପଟ୍ ୱିଲ ଡକ୍, ନର୍ଦନ ପିନଟେଲ, ରୁଡି ସେଲଡକ୍ ଓ ଆଇ ବିସ୍ ଭଳି 30 ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିବା ଜଣା ପଡିଛି। ସେପଟେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଚିଲିକା ବନ୍ୟପ୍ରାଣୀ ବିଭାଗ । ପକ୍ଷୀମାନଙ୍କ ଚଳ ପ୍ରଚଳରେ ବାଧା ସ୍ରୁଷ୍ଟି ନହେଵା ପାଇଁ ଏଠାରେ ମୋଟର ଚାଳିତ ଡଙ୍ଗାକୁ ବାରଣ କରାଯାଇଛି । ୨୦ଟି ଅସ୍ଥାୟୀ କ୍ୟାମ୍ପ ସହ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ହୋଇଛି ।

ମଙ୍ଗଳାଯୋଡିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପକ୍ଷୀମାନଙ୍କୁ ଦେଖିବା ପାଇଁ ଚଳିତ ଥର ପର୍ଯ୍ୟଟକଙ୍କ ଭିଡ ଜମୁନି । କୋରୋନା ପାଇଁ ଏଠାକୁ ପର୍ଯ୍ୟଟକମାନେ ଆସୁ ନାହାଁନ୍ତି । ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ଠପ ହୋଇପଡିଛି । ଆଗକୁ ଥଣ୍ଡା ବଢିବାର ସମ୍ଭାବନା ଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.