ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରୁଛନ୍ତି ସହାୟତା ରାଶି । ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଓଡ଼ିଶା ମତ୍ସ୍ୟ ସେବା ସଂଘ ୯ ଲକ୍ଷ, ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ୫ ଲକ୍ଷ, ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ୩ ଲକ୍ଷ ଓ ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ 50 ହଜାର ସହାୟତା ପ୍ରଦାନ କରାଯାଇଛି ।
![various organizations donated money to cmrf fund](https://etvbharatimages.akamaized.net/etvbharat/prod-images/od-bbsr-03-helping-hand-7209787_09062023001946_0906f_1686250186_217.jpg)
ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 9 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ସଂଘର ସଦସ୍ୟ । ଏହି ସମୟରେ ସଂଘର ସଭାପତି ଦେବାନନ୍ଦ ଭଞ୍ଜ, ଉପ ସଭାପତି ସୁବ୍ରତ ଦାଶ, ସାଧାରଣ ସଂପାଦକ ମଧୁମୟ ସାମଲ, ଯୁଗ୍ମ ସଂପାଦକ ଅମିତ କୁମାର ପାଢ଼ୀ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ମମତା ମହାପାତ୍ର ଉପସ୍ଥିତ ଥିଲେ । ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ମଧ୍ୟ ଉପସ୍ଥିତ ଥିଲେ ।
![various organizations donated money to cmrf fund](https://etvbharatimages.akamaized.net/etvbharat/prod-images/od-bbsr-03-helping-hand-7209787_09062023001946_0906f_1686250186_277.jpg)
ସେହିପରି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ସଂଘର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ର, ସାଧାରଣ ସଂପାଦକ ଶ୍ରୀଧର ବାରିକ, ଅତିରିକ୍ତ ସାଧାରଣ ସଂପାଦକ ପ୍ରଭାତ କୁମାର ନାୟକ ଏବଂ ଉପଦେଷ୍ଟା ସଚିତ୍ର ମୋହନ ରାଉଳ ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
![various organizations donated money to cmrf fund](https://etvbharatimages.akamaized.net/etvbharat/prod-images/od-bbsr-03-helping-hand-7209787_09062023001946_0906f_1686250186_268.jpg)
ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ସଂଘର ସଭାପତି ମିହିର ଦାସ, ଉପସଭାପତି ନାରାୟଣ ମହାନ୍ତି ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଅମୀୟ କୁମାର ମହାନ୍ତି ସାକ୍ଷାତ କରି ଏହି ସହାୟତା ରାଶି ପ୍ରଦାନ କରିଥିଲେ । ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ସଂଘର ସଭାପତି ସମର ରଞ୍ଜନ କାନୁନଗୋ ଏବଂ ସାଧାରଣ ସଂପାଦକ ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହିତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର