ଭୁବନେଶ୍ବର: ପଶ୍ଚିମ ଓଡିଶାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ସେପ୍ଟେମ୍ବର ୨୪ ତାରିଖରେ ଓଡିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଏହା ପୁରୀ-ରାଉରକେଲା ମଧ୍ୟରେ ଚାଲିବ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ହାଇସ୍ପିଡ୍ ଟ୍ରେନ୍ର ଶୁଭାରମ୍ଭ କରିବେ । ଏହା ପର୍ଯ୍ୟଟନକୁ ବୃଦ୍ଧି କରିବା ସହ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ରେଳ ବିଭାଗ ଆଶା ରଖିଛି ।
ସପ୍ତାହରେ ଟ୍ରେନ୍ଟି ୬ ଦିନ ଚଳାଚଳ କରିବା ସହ ଶନିବାର ଦିନ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ବନ୍ଦ ରହିବ । ସେହିପରି ଟ୍ରେନ୍ ନମ୍ବର ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡୁଥିବା ବେଳେ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ । ସେହପରି ଫେରିବା ମାର୍ଗରେ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ଛାଡୁଥିବା ବେଳେ ରାତି ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନ୍ଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହିବ।
ପୂର୍ବ ସୂଚନା ଅନୁଯାୟୀ ଗତ ୧୨ ତାରିଖ ଏବ ୨୦ ତାରିଖରେ ପୁରୀ-ତାଳଚେରକୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ କରାଯାଇଥିଲା । ଘଣ୍ଟା ପ୍ରତି ୬୩.୩୩ କିମି ବେଗରେ ଯାଉଥିବା ବେଳେ ପ୍ରତ୍ୟେକ ଷ୍ଟେସନରେ ୨ ମିନିଟ୍ ଲେଖାଏଁ ରହଣୀ କରିଥିଲା। ସେହିପରି ଚଳିତ ବର୍ଷ ମେ ୧୮ରେ ଓଡିଶାରେ ପୁରୀରୁ ହାଓଡା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିଥିବା
ଏହା ମଧ୍ୟ ପଢନ୍ତୁ..Vande Bharat Trial Run: ପୁରୀ-ରାଉରକେଲା ମଧ୍ଯରେ ବନ୍ଦେ ଭାରତର ଦ୍ୱିତୀୟ ଟ୍ରାଏଲ ରନ୍
ସୂଚନା ଅନୁଯାୟୀ, ମଇ ୧୮ ତାରିଖରେ ଓଡିଶାକୁ ମିଳିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଭିସି ଯୋଗେ ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଏକ୍ସପ୍ରେସଟି ପୁରୀରୁ ହାୱାଡା ମଧ୍ୟରେ ଚଳାଚଳ କରୁଛି । ପୂର୍ବରୁ କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୋଦି। ତେବେ ଚଳିତ ମାସ ୨୪ ତାରିଖରେ ରାଜ୍ୟରେ ଦିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବାକୁ ଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲଖିତ ହୋଇଛି । ତେବେ ବନ୍ଦେ ଭାରତ ଟ୍ରେନ୍ ପାଖାପାଖି ୫୦୦କିଲୋମିଟର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି । ବନ୍ଦେ ଭାରତ ଟ୍ରେନ୍ ରେଳଯାତ୍ରୀଙ୍କୁ ଆରାମ ଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର