ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖାର ଏକ ମାସ ବିତିଗଲା । ହେଲେ ହଷ୍ଟେଲ ପାଇଁ ହୋଇପାରିଲା ନାହିଁ ଆଲର୍ଟମେଣ୍ଟ । ଏକ ମାସ ପର୍ଯ୍ୟନ୍ତ ଛାତ୍ର ମାନେ ଏକ ପ୍ରକାରର ସମସ୍ୟାରେ ରହି ଆସୁଛନ୍ତି । ଏନେଇ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ହଷ୍ଟେଲର ସମସ୍ତ ଅନ୍ତେବାସୀମାନେ କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ବିରୋଧରେ ନାରାବାଜି ସହ ଧାରଣା ଦେଇଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖାକୁ ପ୍ରାୟ ଏକ ମାସ ବିତି ଯାଇଛି । ନାମଲେଖା ସରି ଆରମ୍ଭ ହୋଇଛି ପାଠ ପଢା । ହେଲେ ହଷ୍ଟେଲରେ ରହିବା ପାଇଁ ପିଲାଙ୍କୁ ମିଳିଲା ନାହିଁ ଆଲର୍ଟମେଣ୍ଟ । ଏକ ମାସ ଧରି ଛାତ୍ର ମାନେ ଏକ ପ୍ରକାରର ସମସ୍ୟାରେ ରହି ଆସୁଛନ୍ତି । ନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନ କରୁଛନ୍ତି ନା ଛାତ୍ର ମାନଙ୍କୁ ହଷ୍ଟେଲରେ ରହିବାକୁ ସୁଯୋଗ ଦେଉଛନ୍ତି । ଏନେଇ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ହଷ୍ଟେଲର ସମସ୍ତ ଅନ୍ତେବାସୀମାନେ କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ବିରୋଧରେ ନାରାବାଜି ସହ ଧାରଣା ଦେଇଛନ୍ତି ।
ପାଖାପାଖି ୩୦୯ରୁ ୪୦୦ ଜଣ ଛତ୍ର ଉଭୟ ପିଜିର ପ୍ରଥମ ଏବଂ ଦ୍ବିତୀୟ ବର୍ଷର ଛାତ୍ର ମାନେ ଧାରଣା ଦେଇଛନ୍ତି । କ୍ଲାସ ହେବାର ଏକା ମାସ ବିତିଯାଇଛି ହେଲେ ପ୍ରଥମ ବର୍ଷର ଛାତ୍ର ମାନଙ୍କୁ ହୋଟେଲ ଆଲାର୍ଟମେଣ୍ଟ ହୋଇପାରିଲା ନାହିଁ । ଏହା ସହ ଦ୍ବିତୀୟ ବର୍ଷର ଛାତ୍ର ମାନଙ୍କୁ ମଧ୍ୟ ଅନ୍ୟ ହଷ୍ଟେଲକୁ ସ୍ଥାନାନ୍ତରିତ କରାଯାଇନାହିଁ । ତେଣୁ ଗୋପବନ୍ଧୁ ଛାତ୍ରାବାସରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ମାନେ ଅନେକ ସମସ୍ୟା ଭିତରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Poster Politics in Utkal University: ପାଣ୍ଡିଆନଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP
ପ୍ରଥମ ବର୍ଷର ଛାତ୍ର ମାନଙ୍କୁ ତୁରନ୍ତ ହଷ୍ଟେଲ ଆଲର୍ଟ ମେଣ୍ଟ କରାଯାଉ ଏବଂ ଦ୍ବିତୀୟ ବର୍ଷର ଛାତ୍ର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅନ୍ତେବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ହଷ୍ଟେଲ ୱାର୍ଡେନ ଜାଣିବା ପରେ ଆସନ୍ତା ସୋମବାର ଦିନ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଉକ୍ତ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆସନ୍ତା ସୋମବାର ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ଅପେକ୍ଷା କରିବା ସହ ଧାରଣରୁ ଉଠିବା ପାଇଁ ହଷ୍ଟେଲ ୱାର୍ଡନ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ୩ ଏବଂ ୪ରେ କିଛି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଚାଲୁନଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର