ETV Bharat / state

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସଫଳତା, ବାୟୋମାସରୁ ସ୍ୱଦେଶୀ ବ୍ୟାଟେରୀ ବିକାଶିତ କରି ହେଲେ ସମ୍ମାନିତ

author img

By

Published : Jun 18, 2023, 10:12 PM IST

ବାୟୋମାସରୁ ନିର୍ମିତ ସ୍ୱଦେଶୀ ବ୍ୟାଟେରୀ ବିକଶିତ ରାଜ୍ୟପାଳଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ଅଭିଷେକ ମହାପାତ୍ର । ଅଧିକ ପଢ଼ନ୍ତୁ

student Abhishek honored for developing indigenous battery
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ଅଭିଷେକଙ୍କୁ ସଫଳତା

ଭୁବନେଶ୍ବର: ବାୟୋମାସରୁ ନିର୍ମିତ ସ୍ୱଦେଶୀ ବ୍ୟାଟେରୀର ବିକାଶ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ଅଭିଷେକ ମହାପାତ୍ରଙ୍କୁ ସଫଳତା । ସର୍ବୋତ୍ତମ ଉଦ୍ଭାବନ ପାଇଁ ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଭିନ୍ନ ବାୟୋ ପ୍ରୋଟୋଟାଇପ ଉଦ୍ଭାବନ ଦିଗରେ ଅଭିଷେକ କାର୍ଯ୍ୟ କରିଛନ୍ତି । ନୂଆନୂଆ ଗବେଷଣା କରିବା ସହ ନୂଆ ଜିନିଷ ଆବିଷ୍କାର କରିବା ଅଭିଷେକଙ୍କର ଲକ୍ଷ୍ୟ ରହିଛି ।

ଉତ୍କଳ ବିଶ୍ଵବିଦ୍ୟାଳୟର କୃଷି ପରିଚାଳନା କେନ୍ଦ୍ରର ଦ୍ବିତୀୟ ବର୍ଷ ଛାତ୍ର ଅଭିଷେକ ମହାପାତ୍ର । ନିଜର ସର୍ବୋତ୍ତମ ଉଦ୍ଭାବନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି । ସେ ବାୟୋମାସରୁ ନିର୍ମିତ ସ୍ୱଦେଶୀ ବ୍ୟାଟେରୀ ବିକଶିତ କରିଛନ୍ତି । ଅନେକ ଗବେଷଣା ପ୍ରଚେଷ୍ଟା କରି ଏହି ସଫଳତା ହାସଲ କରିଛନ୍ତି ଅଭିଷେକ । ସେ ପୂର୍ବରୁ ଇଡିଆଇ, ଅହମଦାବାଦରେ ଅନୁଷ୍ଠିତ ଏକ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ଉଦ୍ୟୋଗ ପକ୍ଷରୁ ନ୍ୟାସନାଲ ସଷ୍ଟେନେବିଲିଟି ଚ୍ୟାଲେଞ୍ଜ ଫର ପ୍ଲାନେଟରି କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଛନ୍ତି । ଏହାସହ ଅଭିଷେକ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଦ୍ୱାରା ପ୍ଲାଣ୍ଟ୍ରିର ନବସୃଜନ ପାଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ୍, ବାୟୋ ଆଧାରିତ ଟେକ୍ନୋଲୋଜି ପ୍ଲାଣ୍ଟ୍ରିର ପ୍ରୋଟୋଟାଇପ୍ ପାଇଁ ବାୟୋ ଟେକ୍ନୋଲୋଜି ବିଭାଗ, ଆଇଏଲ୍ଏସ୍ ଭୁବନେଶ୍ୱର ପକ୍ଷରୁ ପ୍ରଥମ ସ୍ଥାନ, ଆଇଆଇଟି କାନପୁର ପକ୍ଷରୁ ଜାତୀୟ ଜଳବାୟୁ ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏକ୍ସଆଇଏମବି ଏବଂ ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଭାରତର ଶୀର୍ଷ ଇନୋଭେସନ୍ ଷ୍ଟାର୍ଟଅପରେ ମଧ୍ୟ ଅଭିଷେକ ମନୋନୀତ ହୋଇଛନ୍ତି ।

ଆଇଆଇଟି ଖଡଗପୁରରେ ଷ୍ଟାର୍ଟଅପ୍ ପାଇଁ ନିକଟରେ ସର୍ବୋତ୍ତମ ବାୟୋ ଆଧାରିତ ଷ୍ଟାର୍ଟଅପ୍ ମଧ୍ୟରେ ଅଭିଷେକଙ୍କୁ ଚୟନ କରାଯାଇଛି । ଏଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ତାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି । ଅଭିଷେକ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇକ୍ୟୁବେସନରେ ୨୦୨୨ରୁ ଛାତ୍ର ଉଦ୍ୟମଶୀଳତା କାର୍ଯ୍ୟକ୍ରମରେ ପଞ୍ଜିକରଣ କରି ବିଭିନ୍ନ ବାୟୋ ପ୍ରୋଟୋଟାଇପ ଉଦ୍ଭାବନ ଦିଗରେ କାର୍ଯ୍ୟ କରିଛନ୍ତି । ନୂଆନୂଆ ଗବେଷଣା କରିବା ସହ ନୂଆ ଜିନିଷ ଆବିଷ୍କାର କରିବା ଅଭିଷେକଙ୍କର ଲକ୍ଷ୍ୟ ରହିଛି । ଅଭିଷେକଙ୍କ ଏହି ସଫଳତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଓଡ଼ିଶାର ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେରଣାର ଉତ୍ସ ପାଲଟିଛନ୍ତି ଅଭିଷେକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.