ETV Bharat / state

Ban on Manoj Mishra: ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ: UCC

author img

By ETV Bharat Odisha Team

Published : Oct 30, 2023, 8:49 PM IST

Updated : Oct 30, 2023, 9:14 PM IST

ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନ ପ୍ରସଙ୍ଗ । ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଲା ଉତ୍କଳ ସିନେ ଚାମ୍ବର୍ସ ଆଣ୍ଡ କମର୍ସ । ଅଧିକ ପଢନ୍ତୁ

Utkal cine Chambers of Commerce
Utkal cine Chambers of Commerce
ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ: UCC

ଭୁବନେଶ୍ବର: ଓଲିଉଡରେ ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନକୁ ନେଇ ପୁଣି ସାମ୍ବାଦିକ ସମ୍ମିଳନୀ କରିଛି ଉତ୍କଳ ସିନେ ଚାମ୍ବର୍ସ ଆଣ୍ଡ କମର୍ସ । ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ । ସେ ନିଜେ ବିବାଦକୁ ସମାଧାନ କରିବାକୁ ଚାହୁଁ ନାହାଁନ୍ତି । ଆଲୋଚନା ପାଇଁ ତାଙ୍କୁ ଡକାଗଲେ ମଧ୍ୟ ଆସୁ ନାହାନ୍ତି । ସବୁବେଳେ ପଶ୍ଚିମ ଓଡିଶା କଥା କହୁଛନ୍ତି । ଏହାସହିତ ପ୍ରଯୋଜକ ସଞ୍ଜୟ କୁମାର ନାଏକ ହିଁ ଉତ୍କଳ ସିନେ ଚାମ୍ବର୍ସ ଆଣ୍ଡ କମର୍ସର ସଭାପତି ବୋଲି ଏକ ସରକାରୀ ଡକ୍ୟୁମେଣ୍ଟ ଦେଖାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି ।

ଏନେଇ ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି କହିଛନ୍ତି, "ମନୋଜ ମିଶ୍ର ସବୁବେଳେ ପଶ୍ଚିମ ଓଡି଼ଶା କଥା କହୁଛନ୍ତି । ହେଲେ ସେ ତାଙ୍କ ଫିଲ୍ମରେ କେତେ ଜଣ ପଶ୍ଚିମ ଓଡ଼ିଶାର ଅଭିନେତା ଅଛନ୍ତି । ମନୋଜ ମିଶ୍ରଙ୍କ ଉପରେ ହୋଇଥିବା ନିଷ୍ପତ୍ତି କଙ୍ଗାରୁ କୋର୍ଟ ନୁହେଁ । ଏହା ଆମ ସାମୁହିକ ନିଷ୍ପତ୍ତି ଥିଲା । ଯେତେବେଳେ ଜଣେ ପ୍ରଯୋଜକ ଅଭିଯୋଗ କରିଥିଲେ ତାଙ୍କ ବିଷୟରେ ତାକୁ ନେଇ ଏଭଳି ନିଷ୍ପତ୍ତି ହୋଇଥିଲା । କିନ୍ତୁ ବର୍ତ୍ତମାନ ସେ ଏହାକୁ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି । ସେପଟେ ଓଡ଼ିଶାକୁ ଦୁଇଫାଳ କରିବାର ମନ୍ତବ୍ୟ ଦେଉଛନ୍ତି ନରସିଂହ ମିଶ୍ର । କେବେ ବି ସେ ସିନେମାର ବିକାଶ ଉପରେ ପ୍ରଶ୍ନ ଉଠାଇଛନ୍ତି କି ? ତେଣୁ ସିନେମା କଥାରେ ମୁଣ୍ଡ ନ ଖେଳାଇ ଆମକୁ ଆମ ଘର କଳି ସମଧାନ କରିବାକୁ ଦିଅନ୍ତୁ ।"

ଏହା ବି ପଢନ୍ତୁ- Manoj Mishra Controversy: ନଭେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଅନ୍ୟପଟେ ଟୁଟୁ ନାୟକ ଓ ୟୁସିସିର ସମ୍ପର୍କକୁ ନେଇ ସଂଘ କହିଛି, "ଉତ୍କଳ ସିନେ ଚାମ୍ବର ଯେଉଁ ଜେନେରାଲ ବଡି ରହିଛି । ସଞ୍ଜୟ ଓରଫ ଟୁଟୁ ନାୟକ ସଭାପତି ବୋଲି ଲେଖାଯାଇଛି । ମାର୍ଥା ବାବୁଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ୧୨ ଜଣକ ତାଲିକା ଦେଖାଇ ଆମ ପାଖରେ ୧୩୦ ଜଣ ମେମ୍ବର ଅଛନ୍ତି । ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ରେଜିଷ୍ଟେସନ ନାହିଁ ତାହା ମିଛ । ଟୁଟୁ ନାୟକ ଯାହା କହିଛନ୍ତି ଏହା ନିଜସ୍ବ ମତ ନୁହେଁ। ଏହା ସମସ୍ତଙ୍କ ମତ। ସେପଟେ ତାଙ୍କ ସିନେମା ନ ଚାଲିବା ଫଳରେ ହଲରୁ ବାହାର କରିଦିଆଗଲା। ଏଥିରେ ଆମର କୌଣସି ସମ୍ପର୍କ ନାହିଁ । ତେଣୁ ସେମାନଙ୍କର ସିନେମା ନ ଚାଲିବା ପାଇଁ ଟୁଟୁ ନାୟକ ଦାୟୀ କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ।"

ଏହା ବି ପଢନ୍ତୁ- Manoj Mishra Ban: ଓଡିଆ ଫିଲ୍ମକୁ ବିରୋଧ, ଭବାନୀପାଟଣାରେ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା

ସେପଟେ ନରସିଂହ ମିଶ୍ରଙ୍କ ପରି ବଡ଼ ନେତାଙ୍କ ମନ୍ତବ୍ୟ ଦୁଃଖଦାୟକ । ତାଙ୍କର ଷ୍ଟାଣ୍ଡ କ୍ଲିଅର ନୁହେଁ । ଶରତ ପଟ୍ଟନାୟକ କୋଶଳରୁ ପିସିସି ସଭାପତି ହେଲା ବେଳେ ସେ ତାକୁ ବିରୋଧ କରିଥିଲେ । ପୂର୍ବ ଓଡ଼ିଶାରୁ ଜଣଙ୍କୁ ସଭାପତି କରିବାକୁ ଦାବି କରିଥିଲେ । ତେଣୁ ସେ ଏଥିରେ ରାଜନୈତିକ ଘିଅ ଢାଳୁଛନ୍ତି । ତାହା ବନ୍ଦ କରନ୍ତୁ ବୋଲି ସଂଘ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.