ETV Bharat / state

ସହରାଞ୍ଚଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କର୍ମଶାଳା

author img

By

Published : Nov 25, 2022, 11:00 PM IST

ସହରାଚଞ୍ଚଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କର୍ମଶାଳା । ୨୦୨୪ ମସିହା ସୁଦ୍ଧା ୧୭୦୦ ଜଳାଶୟର ପୁନରୁଦ୍ଧାର ହେବ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଞ୍ଚଳର ବିଭିନ୍ନ ଜଳଉତ୍ସର ପୁନରୁଦ୍ଧାର ବା ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ନବୀକରଣର କିଭଳି କରାଯାଇପାରିବ ସେଦିଗରେ ଆରମ୍ଭ ହୋଇଛି ପଦକ୍ଷେପ । ଏନେଇ ସମଗ୍ର ରାଜ୍ୟର ପୌରସଂସ୍ଥାଗୁଡିକୁ ୩ଟି ଜୋନରେ ବିଭକ୍ତ କରାଯାଇ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ସହରାଚଞ୍ଚଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କର୍ମଶାଳା ୨୦୨୪ ମସିହା ସୁଦ୍ଧା ୧୭୦୦ ଜଳାଶୟ ପୁନରୁଦ୍ଧାର ସମ୍ପୂର୍ଣ୍ଣ କରାଯିବ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଞ୍ଚଳର ବିଭିନ୍ନ ଜଳଉତ୍ସର ପୁନରୁଦ୍ଧାର ବା ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ନବୀକରଣର କିଭଳି କରାଯାଇପାରିବ ସେଦିଗରେ ଆରମ୍ଭ ହୋଇଛି ପଦକ୍ଷେପ । ଏନେଇ ସମଗ୍ର ରାଜ୍ୟର ପୌରସଂସ୍ଥାଗୁଡିକୁ ୩ଟି ଜୋନରେ ବିଭକ୍ତ କରାଯାଇ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି । ଭୁବେଶ୍ୱରର ଜାଭିୟର ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ହୋଇଯାଇଛି । ପୂର୍ବରୁ ବ୍ରହ୍ମପୁର ଜୋନରେ ତାଲିମ ଶେଷ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ଜୋନର ୯ଟି ଜିଲ୍ଲାର ୨୧ଟି ପୌରସଂସ୍ଥାର କର୍ମଚାରୀଙ୍କୁ ଦିଆଯାଇଛି ତାଲିମ୍ ।

ସହରାଞ୍ଚଳର ବିଭିନ୍ନ ଜଳଉତ୍ସର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କିଭଳି କରାଯାଇପାରିବ ସେନେଇ ଏହି ପ୍ରଶିକ୍ଷଣ ଶିବିରରେ ପୌରସଂସ୍ଥାଗୁଡିକର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଅ ଯାଇଛି । ମହିଳା ମାନେ ଏହି ସୌନ୍ଦର୍ୟ କାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ମୁକ୍ତା ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ଜଳଉତ୍ସ ଗୁଡିକର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପ୍ରାକୃତିକ ଉପାୟରେ କରାଯାଉଛି । ଏଥିପାଇଁ ବେଙ୍ଗଲୁରୁର ଲେକ ମ୍ୟାନ ଭାବେ ପରିଚିତ ଆନନ୍ଦ ମାଲିଗଭାଡ ପରିବେଶ ଅନୁକୁଳ ଜଳାଶୟ ପୁନରୁଦ୍ଧାର ମଡେଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ନୀତି ଓ ଆଭିମୁଖ୍ୟ ଉପରେ ଆଲୋଚନା ରଖିଥିଲେ ।

ଆଜି ଭୁବନେଶ୍ଵରର ଏହି ପ୍ରଶିକ୍ଷଣ ଶିବିରରେ ଆନନ୍ଦ ମାଲିଗାଭଦ ଯୋଗ ଦେଇ କର୍ମଚାରୀ ମାନଙ୍କୁ ତାଙ୍କର ଅଭିଜ୍ଞାତା ବାଣ୍ଟିଥିଲେ । କିଭଳି ଏହି କାର୍ଯ୍ୟ କରି ହେବ ସେନେଇ ପ୍ରଶିକ୍ଷଣ ଦେଇଥିଲେ । ସ୍ବଳ୍ପ ଖର୍ଚ୍ଚରେ କିଭଳି ବିନା କଂକ୍ରିଟରେ ଦୀର୍ଘ ସ୍ଥାୟୀ କାର୍ଯ୍ୟ କରାଯାଉଛି ସେ ଦିଗରେ ମଧ୍ୟ କହିଥିଲେ । ଜାଭିଅର ଇନଷ୍ଟିଚ୍ୟୁଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ଉପସ୍ଥିତ ରହି ଭୁବନେଶ୍ବରରେ ନିକୋପାର୍କ ଓ ଅନ୍ୟ ନାଳ ଗୁଡିକର ପୁନଃରୁଦ୍ଧାର କାର୍ଯ୍ୟ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ କିଭଳି କରାଯାଉଛି ସେ ନେଇ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ବି.ଏମ୍.ସି ଓ ସି.ଏମ୍.ସି ସମେତ ୯ଗୋଟି ଜିଲ୍ଲାର ୨୧ ଗୋଟି ପୌରାଚଂଳର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଓ ଅଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.