ETV Bharat / state

General Election 2024: ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି - ଭୁବନେଶ୍ବରରେ ବିଜେପିର ବୈଠକ

ବିଜେପି ପକ୍ଷରୁ ଭୁବନେଶ୍ବରରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି । ସେପଟେ କାର୍ଯ୍ୟକ୍ରମକୁ କଂଗ୍ରେସ ଓ ବିଜେପିର ସମାଲୋଚନା । ଆଗକୁ ପଢନ୍ତୁ

ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି

author img

By ETV Bharat Odisha Team

Published : Nov 5, 2023, 9:38 PM IST

ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି

ଭୁବନେଶ୍ବର: ବିଜେପି ପକ୍ଷରୁ ଭୁବନେଶ୍ବରରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି । ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ବିଜେପିର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, କର୍ପୋରେଟର ପ୍ରମୁଖ ଯୋଗ ଦେଇଥିଲେ । ଯାହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ କଟାକ୍ଷ କରିଛନ୍ତି ।

ରାଜ୍ୟରେ ଦେଖାଗଲାଣି ନିର୍ବାଚନୀ ତାତି । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବା ବେଳେ ପ୍ରମୁଖ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନୀ ରଣନୀତି । ଏହିକ୍ରମରେ ଭୁବନେଶ୍ବରରେ ବିଜେପି ପକ୍ଷରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି । ପାଖାପାଖି ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନ । ତେବେ ଲୋକମାନଙ୍କ ପାଖରେ ମୋଦି ସରକାରଙ୍କ ଜନହିତକର ଯୋଜନା ଗୁଡିକୁ ପହଞ୍ଚାଇବା ସହ ଭୋଟରଙ୍କୁ କିଭଳି ଆକୃଷ୍ଟ କରାଯିବ ସେନେଇ କର୍ମୀମାନଙ୍କୁ ଦିଆଯାଉଛି ଟ୍ରେନିଂ ।

ଏହାମଧ୍ୟ ପଢନ୍ତୁ..ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, 14ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ରାଜ୍ୟର ୧୯ଟି ଜିଲ୍ଲାରୁ ବିଜେପିର ପଞ୍ଚାୟତ ଓ ପୌର ନିର୍ବାଚିତ ପ୍ରତିନିଧିମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । ବିଜେପିର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, କର୍ପୋରେଟର ଏହି ଶିବିରରେ ଯୋଗ ଦେଇଛନ୍ତି । ତେବେ ଦଳର ସାଙ୍ଗଠନିକ ସ୍ଥିତି କିଭଳି ମଜବୁତ୍ ହେବ ସେ ନେଇ ଶିବିରରେ ଆଲୋଚନା ହୋଇଛି । ଭୁବନେଶ୍ୱରର ସହରାଞ୍ଚଳ ବର୍ଗର ୧୯ ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ସେହିପରି ଆସନ୍ତାକାଲି ବରଗଡରେ ୧୭ ସାଙ୍ଗଠନିକ ଜିଲ୍ଲାର ସହାରାଞ୍ଚଳରେ ଏହା ଅନୁଷ୍ଠିତ ହେବ। ସେହିପରି ୩୬ ସାଙ୍ଗଠନିକ ଜିଲ୍ଲା ପାଇ ପାଞ୍ଚଟି ସ୍ଥାନରେ ଗ୍ରାମାଞ୍ଚଳ ବର୍ଗ ମଧ୍ୟ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..Ratna Bhandar Issue: ଲେଜର ସ୍କାନିଂକୁ ରାଜ୍ୟ ସରକାଙ୍କ ଷଡଯନ୍ତ୍ର କହିଲା ବିଜେପି, ଜବାବ ଦେଲା ବିଜେଡି

ତେବେ ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ସୁରମା ପାଢୀ କହିଛନ୍ତି, "ବିଜେପି ହେଉଛି କ୍ୟାଡରବେସ ପାର୍ଟି। ଦଳ ସବୁବେଳେ କ୍ୟାଡର ନିର୍ମାଣରେ ବିଶ୍ୱାସ ରଖେ । ଦଳୀୟ ସଙ୍ଗଠନ କିଭଳି ମଜବୁତ ହେବ ସେଥିପାଇଁ ବିଜେପି ବିଭିନ୍ନ ପ୍ରକାର ଯୋଜନା କରିଛି। ଏହି କ୍ରମରେ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ୭ଟି ସ୍ଥାନରେ ବର୍ଗ ଅନୁଷ୍ଠିତ ହେବ । ଭୁବନେଶ୍ୱର ସହରାଞ୍ଚଳ ବର୍ଗ ଅନୁଷ୍ଠିତ ହେଉଛି । ସଙ୍ଗଠନ କିଭଳି ମଜବୁତ ହେବ ଏବଂ ସାଙ୍ଗଠନିକ ବିସ୍ତାର କିଭଳି ହେବ । ବୁଥ ସ୍ତରରେ ଲୋକଙ୍କ ସହ କିଭଳି ଯୋଡ଼ି ହେବେ । ସେ ନେଇ ଦଳର ତୁଙ୍ଗ ନେତା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇଛନ୍ତି । ସଙ୍ଗଠନକୁ ମଜବୁତ ଏବଂ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଡୋର ବୁଥ ତଥା ଡୋର ଟୁ ଡୋର କ୍ୟାମ୍ପନ ମେମ୍ବରସିପ ଡ୍ରାଇଭ୍ କରିବ ବିଜେପି । କେନ୍ଦ୍ର ସରକାରଙ୍କୁ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକମାନଙ୍କ ପାଖରେ ବିଜେପି କହିବ।"

ଏହାମଧ୍ୟ ପଢନ୍ତୁ..ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରଣବ, କଟାକ୍ଷ କଲେ ସୁର

ତେବେ ବିଜେପିର ପ୍ରଶିକ୍ଷଣ ବର୍ଗକୁ ନେଇ ମତ ରଖିଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି," ଏଥର ଲୋକମାନେ କଂଗ୍ରେସକୁ ଭୋଟ ଦେବେ। ଲୋକମାନେ ଆଉ ବିକ୍ରୀ ହେବେ ନାହିଁ । କଂଗ୍ରେସର ବିବେକ ଭୋଟ ଆସିବ । ବିଜେପି ବିଜେଡି ଭାଇ ଭାଇ । ସେମାନେ ଯେତେ ଚେଷ୍ଟା କଲେବି କଂଗ୍ରେସ ଏଥର ଭଲ ରେଜଲ୍ଟ କରିବ।"

ସେହିଭଳି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, "ବିଜେଡି ସବୁବେଳେ ଲୋକମାନଙ୍କ ସହିତ ଅଛି । ବିଜେଡି ଲୋକମାନଙ୍କ ପାଖରେ ଅଛି ବୋଲି ବିରୋଧୀ ଦଳମାନେ ଭୟଭୀତ ଅଛନ୍ତି । ବିଜେପି ଏବେ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରୁଛି । ବିଜେଡି କେବେ ଠାରୁ ସାରି ଦେଇଛି ।"

ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କସରତ ମଧ୍ୟ ସେତେ ଦେଖିବାକୁ ମିଳୁଛି । ତେବେ କିଏ ଭୋଟରଙ୍କ ମନ ଜିତିପାରିବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.