ETV Bharat / state

ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ରବି ଫସଲ କ୍ଷତିଗ୍ରସ୍ତ

ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ଓ ମୁଗ ଫସଲ ପାଇଁ ଅଦିନିଆ ବର୍ଷା କାଳ ହୋଇଛି । ଚାଷୀଙ୍କୁ ଦାଉ ସାଜିଲା ଅଦିନିଆ ବର୍ଷା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରବିଫସଲ ପାଇଁ ବାଧକ ସାଜିଛି ଅଦିନିଆ ବର୍ଷା
ରବିଫସଲ ପାଇଁ ବାଧକ ସାଜିଛି ଅଦିନିଆ ବର୍ଷା
author img

By

Published : Mar 19, 2020, 10:50 PM IST

ଖୋର୍ଦ୍ଧା: ଚାଷୀଙ୍କୁ ଦାଉ ସାଜିଲା ଅଦିନିଆ ବର୍ଷା । ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ଓ ମୁଗ ଫସଲ ପାଇଁ ଅଦିନିଆ ବର୍ଷା କାଳ ହୋଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଜମିରେ ରବି ଫସଲ କରିଥିଲା । ଯାହାର ଏବେ ଅମଳ ହେବାର ସମୟ ଆସିଛି । ଏହି ସମୟରେ ବର୍ଷା ହେବା କାରଣରୁ ଫସଲ ଉଜୁଡି ଯିବାକୁ ବସିଛି । ଅଦିନିଆ ବର୍ଷା କାରଣରୁ ଚଣା ଓ ମୁଗ ଗଛରୁ ଫଳ ଝଡି ଯାଉଥିବା ଦେଖାଯାଇଛି ।

ରବିଫସଲ ପାଇଁ ବାଧକ ସାଜିଛି ଅଦିନିଆ ବର୍ଷା

ଅନ୍ୟପକ୍ଷେ ମେଘୁଆ ପାଗ ସହିତ ବର୍ଷା ଲାଗି ରହିଲେ ସବୁଜ ଥିବା ମୁଗ ଫସଲରେ ରୋଗପୋକ ଆକ୍ରମଣ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଗତ ଫେବୃୟାରୀ ଠାରୁ ମାର୍ଚ୍ଚ ମଧ୍ୟରେ ୩ ଥର ବର୍ଷା ସାଙ୍ଗକୁ ମେଘୁଆ ପାଗ ହେବା ଫଳରେ ଚଣା ଓ ମୁଗ ଫସଲରେ ରୋଗପୋକ ଆକ୍ରମଣ କରିଥିଲା । ସେହିପରି ଏବେ ଝିପିଝିପି ବର୍ଷା ସହ ମେଘୁଆ ପାଗ ମୁଗ ଫସଲ ପାଇଁ ପ୍ରତିବନ୍ଧକ ସାଜିଛି । ଏହା ଦ୍ଵାରା ଅମଳ ହେବାକୁ ରହିଥିବା ପାଚିଲା ମୁଗ ଜମିରୁ ଖଳାକୁ ଆଣିବାକୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷା ଓ ମେଘୁଆ ପାଗ ଯୋଗୁଁ ମୁଗ ଫସଲକୁ ଜମିରେ ଶୁଖାଇ ପାରୁନାହାଁନ୍ତି । ବର୍ଷା ଭୟରେ ଚାଷୀମାନେ ତରତର ହୋଇ କଞ୍ଚା ଓଦାମୁଗ ଜମିରୁ ଖଳାକୁ ଆଣିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଭଳି ପାଗ ଲାଗି ରହିଲେ ରବି ଫସଲ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.