ETV Bharat / state

କୋରୋନା କାଳରେ ବି ଜହ୍ନି ଓଷାରେ ମସଗୁଲ କୁମାରୀ

କୋରୋନା ସତ୍ତ୍ବେ ଖୋର୍ଦ୍ଧାର କୁମାରୀ ଝିଅମାନେ ଜହ୍ନି ଓଷା ପାଳନ କରୁଛନ୍ତି । ଆଶ୍ବିନ ମାସ ପ୍ରଥମ ସପ୍ତାହରୁ ହିଁ ଆରମ୍ଭ ହୋଇଥାଏ ଏହି ଓଷା । ଅଧିକ ପଢନ୍ତୁ...

author img

By

Published : Sep 6, 2020, 1:00 PM IST

କୋରୋନା କାଳରେ ବି ଜହ୍ନି ଓଷାରେ ମସଗୁଲ କୁମାରୀ
କୋରୋନା କାଳରେ ବି ଜହ୍ନି ଓଷାରେ ମସଗୁଲ କୁମାରୀ

ଖୋର୍ଦ୍ଧା: ଓଡିଶାରେ ଓଡିଆଣୀଙ୍କ 12 ମାସରେ 13 ପର୍ବ ପାଳନ କରାଯାଏ । ପରିବାରର ଶୁଭ କାମନା ପାଇଁ ଏହି ସବୁ ପର୍ବପର୍ବାଣୀ ବେଶ ଧୂମଧାମରେ ପାଳନ ହୁଏ । ଆଉ ଏହା ଆମ ଓଡିଆଙ୍କ ସଂସ୍କୃତି ଓ ପରମ୍ପରାକୁ ବି ଜୀବିତ ରଖେ । ଏହାରି ଭିତରେ ଜହ୍ନି ଓଷା ଅନ୍ୟତମ ।

ଆଶ୍ବିନ ମାସ ପ୍ରଥମ ସପ୍ତାହରୁ ହିଁ ଏହି ଓଷା ଆରମ୍ଭ ହୋଇଥାଏ । ଚଳିତ ବର୍ଷ କୋରୋନା ସତ୍ତ୍ବେ ଖୋର୍ଦ୍ଧାର କୁମାରୀ ଝିଅମାନେ ପାଳନ କରୁଛନ୍ତି ଜହ୍ନି ଓଷା । ତେବେ ଏହି ଓଷା କୁମାରୀମାନେ ଭଲ ବର ପାଇବା ପାଇଁ କରିଥାନ୍ତି । ମାସକର ବ୍ରତ ମା' ବୃନ୍ଦାବତୀଙ୍କ ନିକଟରେ ରଖି କୁମାର ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଚାନ୍ଦକୁ ଦେଖି ଓଷା ସମାପନ କରିଥାନ୍ତି । ଆଶ୍ବିନ ମାସ ଆରମ୍ଭରୁ ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ପରେ ଏହି ବ୍ରତ ଗାଁରେ ଥିବା ବୃନ୍ଦାବତୀ(ଚଉରା)ନିକଟରେ କରିଥାନ୍ତି କୁମାରୀମାନେ । ମାସକ ଯାକ ଜହ୍ନି ପତ୍ରରେ ଭୋଗ ପୂଜା କରି ନିଜର ମାନସିକ ପୂରଣ ପାଇଁ ବୃନ୍ଦାବତୀଙ୍କ ନିକଟରେ ନିଜକୁ ସମର୍ପିତ କରିଥାନ୍ତି ।

ସେହିପରି କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ବି ଜହ୍ନି ଓଷା କରାଯାଏ । କେତେ ଜଣ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ ଦିନ ଅଥବା ୫ ଦିନ ମଧ୍ୟ ଏହି ଓଷା ପାଳନ କରନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.