ଭୁବନେଶ୍ବର: ତିନି ଦଫା ସମ୍ବଳିତ ଦାବିପତ୍ର ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ (United Primary teachers federation)। ଏନେଇ ଚଳିତମାସ ୨୭ ତାରିଖରେ ଭୁବନେଶ୍ବରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବିଶାଳ ସମାବେଶ କରିବାକୁ ଯୋଜନା କରିଛି । ଏଭଳି ଚେତାବନୀ ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ । ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ ୨୦୦୧ ମସିହାରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି ସଂଘର ସଦସ୍ୟମାନେ କହିଛନ୍ତି ।
ସେହିପରି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାଁନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ । ନିକଟରେ ରାଜ୍ୟସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟରେ ହଜାର ହଜାର ସଂଖ୍ୟାର କର୍ମଚାରୀ ସ୍ଥାୟୀ ନିଯୁକ୍ତିର ସୁଯୋଗ ପାଇଛନ୍ତି ।
ଏହାମଧ୍ୟ ପଢ଼ନ୍ତୁ. ରାଜଧାନୀରେ ଗର୍ଜିଲେ ଶିକ୍ଷକ, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ
ମାତ୍ର ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଦେଉଥିବା ଜିଲ୍ଲାପରିଷଦ ମାଧ୍ୟମରେ ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକଙ୍କ କଥା ସରକାର ଭୁଲି ଯାଇଛନ୍ତି । ତେଣୁ ଏନେଇ ଆସନ୍ତା ୨୭ତାରିଖରେ ବିଶାଳ ସମାବେଶ ଆୟୋଜନ କରାଯିବ । ଏନେଇ ଶିକ୍ଷା କ୍ଷେତ୍ରରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର