ETV Bharat / state

ଆଟ୍ରୋସିଟି ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ ରାମ ଦାସ ଆଠାୱାଲେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏତେ କେସ ହେବା ଠିକ ନୁହେଁ। ଦଲିତ ଆଦିବାସୀ, ହରିଜନଙ୍କ ଉପରେ ଅତ୍ୟାଚାର ହେଉଛି। ଅଧିକ ପଢନ୍ତୁ

ଆଟ୍ରୋସିଟି ମାମଲା ବଢୁଥିବାରୁ ରାଆଟ୍ରୋସିଟି ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ
ଆଟ୍ରୋସିଟି ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ
author img

By

Published : May 4, 2023, 9:26 PM IST

ଆଟ୍ରୋସିଟି ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ରାମ ଦାସ ଆଠାୱାଲେ ରାଜ୍ୟ ସରକାରଙ୍କ ଉପରେ ଖପ୍ପା। ରାଜ୍ୟରେ ବଢୁଥିବା ଆଟ୍ରୋସିଟି ମାମଲାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୨-୨୩ ବର୍ଷରେ ଓଡ଼ିଶାରେ ଆଟ୍ରୋ ସିଟି କେସ ବଢ଼ିଛି। ୩୧୧୫ କେସ ହୋଇଛି। ଏନେଇ ଆଜି ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ ପ୍ରେସମିଟ କରି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘‘ରାଜ୍ୟରେ ଏତେ କେସ ହେବା ଠିକ ନୁହେଁ। ଦଲିତ ଆଦିବାସୀ, ହରିଜନଙ୍କ ଉପରେ ଅତ୍ୟାଚାର ହେଉଛି। ଆଟ୍ରୋସିଟି ମାମଲା କମ କରିବାକୁ ହେବ। ଦଳିତ ମାନଙ୍କ ପ୍ରତି ନବୀନ ବାବୁ ଆଉ ଟିକେ ଗୁରୁତ୍ଵ ଦେବା ଉଚିତ। ଦଳିତ ଆଦିବାସୀଙ୍କ ପାଇଁ ତାଙ୍କ ବିଭାଗ ଗୁରୁତ୍ବ ଦେଉଛନ୍ତି । ଦଳିତ, ଆଦିବାସୀ ଏବଂ ପଛୁଆବର୍ଗଙ୍କ ସମୂହିକ ବିକାଶ କ୍ଷେତ୍ରରେ ସେ ନିଷ୍ଠାପର ସହ କାର୍ଯ୍ୟ କରୁଛନ୍ତି ।’’

ସେହିପରି ମନ୍ତ୍ରୀ କହିଛନ୍ତି ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିଥିଲେ ଗୌତମ ବୁଦ୍ଧ । ଅଶୋକ ସାରା ବିଶ୍ଵରେ ବୌଦ୍ଧ ଧର୍ମ ପ୍ରଚାର ପ୍ରସାର କରିଥିଲେ। ଓଡିଶା ମାଟିରୁ ସମ୍ରାଟ ଅଶୋକ ବୌଦ୍ଧ ଧର୍ମକୁ ପ୍ରଚାର କରିଥିଲେ। ଆମକୁ ଯୁଦ୍ଧ ନାହିଁ ବୁଦ୍ଧ ଦରକାର। କାଲି ଗୋଟିଏ ବୁଦ୍ଧ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ଶ୍ରୀଲଙ୍କା ଗସ୍ତ କରିବି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ମୋଦି ବିକାଶ ପୁରୁଷ । ୯ ବର୍ଷ ରେ ଅନେକ କାମ ଅନେକ ଯୋଜନା କରିଛନ୍ତି। କେନ୍ଦ୍ର ସରକାର ଙ୍କ ମୁଦ୍ରା ଯୋଜନା ରେ ଅନେକ ସଫଳତା ମିଳିଛି। ଅନେକ ଲୋକଙ୍କୁ ଫାଇଦା ମିଳିଛି। ୨କୋଟି ୭୫ଲକ୍ଷ ୩୦ହଜାର ଓଡିଆ ଲୋକଙ୍କୁ ଫାଇଦା ମିଳିଛି। ଉଜ୍ଜ୍ୱଳା ଯୋଜନା ରେ ମଧ୍ୟ ଅନେକ ସଫଳ ହୋଇଛି। ଦେଶ ରେ ୯କୋଟି ୫୮ଲକ୍ଷ ଲୋକଙ୍କୁ ଓଡ଼ିଶାରେ ୫୩ ଲକ୍ଷ ୨୯ହଜାର ଲୋକଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜିନା ରେ ପକ୍କାଘର ଓଡ଼ିଶାରେ ୧ଲକ୍ଷ ୩୩ ହଜାର ଆବାସ ମିଳିଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ରେ ବହୁ ଲୋକଙ୍କ ଫାଇଦା ମିଳିଛି। ଏମିତି ନରେନ୍ଦ୍ର ମୋଦି ଦେଶର ବିକାଶ କରୁଛନ୍ତି। ଯେଉଁ ସବୁ ଯୋଜନା ହେଉଛି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଉଛନ୍ତି। ରାଜ୍ୟ ତାର ଫାଇଦା ନେବା ଉଚିତ।

କର୍ଣାଟକ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ବିଧାନସଭା ନିର୍ବାଚନରେ ବିଜେପି ଜିତିବ । ୨୦୨୪ରେ ଆମ ନିର୍ବାଚନ ମ୍ୟାଚ ହେବ। ୩୫୦ ରୁ ଅଧିକ ସିଟରେ ଜିତୁବୁ । ନବୀନ ପଟ୍ଟନାୟକ ନୀତିଶ କୁମାରଙ୍କ କଥାରେ ପଡିବେ ନାହିଁ। ତାଙ୍କୁ ବିଶ୍ବାସ କରିବେ ନାହିଁ। ନବୀନ ଜଣେ ଭଲ ଲୋକ । ଚଳିତ ଗସ୍ତ ସମୟରେ ନବୀନଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଆସନ୍ତାକାଲି ବୁଦ୍ଧ ଜୟନ୍ତୀ ଥିବାରୁ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.