ETV Bharat / state

କୀର୍ତ୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୀନାକ୍ଷୀ, ବୁଲିଲେ ଉଦୟଗିରି ଓ ଗାନ୍ଧୀ ଶାନ୍ତିସ୍ଥଳୀ

କୋଣାର୍କ ମନ୍ଦିରର ସୁରକ୍ଷା ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି । କହିଲେ କୀର୍ତ୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ଅଧିକ ପଢନ୍ତୁ

author img

By

Published : May 17, 2023, 3:27 PM IST

Meenakshi Lekhis reaction over Konark Sun Temple

ଭୁବନେଶ୍ବର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହୋଇଛି । ତେବେ ଭୁବନେଶ୍ବରରୁ ଯିବା ପୂର୍ବରୁ ଆଜି ସକାଳେ ବିଭିନ୍ନ କୀର୍ତ୍ତିରାଜି ବୁଲି ଦେଖିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ସହ ବିଦେଶାଗତ ଅତିଥି । ଗତକାଲି(ମଙ୍ଗଳବାର) ସେ କୋଣାର୍କ ମନ୍ଦିର ବୁଲି ଦେଖିଥିବା ବେଳେ କୋଣାର୍କ ଐତିହ୍ୟର ସୁରକ୍ଷା ନେଇ କାର୍ଯ୍ୟ ଜାରି ରହିଥିବା ନେଇ ସେ କହିଛନ୍ତି ।

ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "କୋଣାର୍କ ଐତିହ୍ୟର ସୁରକ୍ଷା ନେଇ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଆଇଆଇଟିର ବୈଷୟିକ ସହଯୋଗ ନିଆଯାଇଛି। କୋଣାର୍କରେ ବ୍ୟବହୃତ ପଥର ଟିକେ ଭିନ୍ନ ଏବଂ ସମୁଦ୍ର ନିକଟରେ ରହିଛି। ଲୁଣା ପବନ ତଥା ସମୁଦ୍ର ପବନ ପାଇଁ ପଥର ଅଵକ୍ଷୟ ହେଉଛି। ଏହାକୁ ସଂରକ୍ଷଣ ପାଇଁ କେମିକାଲ ଟ୍ରିଟମେଣ୍ଟ କରାଯାଉଛି। ଏହା ଭିତରେ ଭର୍ତ୍ତି ହୋଇଥିବା ବାଲିକୁ ନିଷ୍କାସନ କରିବାକୁ କାମ ଆରମ୍ଭ ହୋଇଛି। କିଛି କିଛି ଅଂଶରୁ ପ୍ରଥମେ ବାଲି ବାହାର କରିବା ପରେ କେତେ ମାତ୍ରାରେ ଐତିହ୍ୟ ସୁରକ୍ଷିତ ରହିପାରୁଛି ତାହା ଅନୁଧ୍ୟାନ କରାଯିବ। କୀର୍ତ୍ତିରାଜିର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।"

ଖଣ୍ଡଗିରି-ଉଦୟଗିରି ବୁଲିଲେ ମନ୍ତ୍ରୀ: ତେବେ ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସେମାନେ ଭୁବନେଶ୍ୱରରେ ଥିବା ଏହି ଐତିହ୍ୟ ସ୍ଥଳୀକୁ ବୁଲି ଦେଖିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ସ୍ମାରକୀ କୀର୍ତିରାଜିକୁ ବହନ କରୁଥିବା ଖଣ୍ଡଗିରିସ୍ଥିତ ଗାନ୍ଧୀ ଶାନ୍ତିସ୍ଥଳୀ ବା କେନ୍ଦ୍ର ମଧ୍ୟ ବୁଲି ଦେଖିଛନ୍ତି । ଗାନ୍ଧୀଙ୍କ ସ୍ମୃତିକୁ ବହନ କରୁଥିବା ପ୍ରତିଟି ଦୃଶ୍ୟକୁ କେନ୍ଦ୍ର ମନ୍ତ୍ରୀ ସମେତ ଜି -୨୦ ର ପ୍ରତିନିଧି ଦଳ ବେଶ ନିଖୁଣତାରର ସହ ବୁଲି ଦେଖିବା ସହ ପ୍ରତିଟି ସଂଗୃହିତ ଜିନିଷକୁ ପଢି ଦେଖିଥିଲେ। ଏହି ଅବସରରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବୈଠକ କରାଯାଇଛି ତାହା ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ।

ଆଜି ଶେଷ ଦିନରେ ଭୁବନେଶ୍ୱରରେ ଥିବା ଗାନ୍ଧୀ ଶାନ୍ତି କେନ୍ଦ୍ର ବୁଲିବା ପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ଉତ୍କଳ ହେଉଛି ଉତ୍କର୍ଷ ରାଜ୍ୟ । ତେଣୁ ଏଠାରେ ବୁଲି କଳାର ସୌନ୍ଦର୍ଯ୍ୟକୁ ଓ ତାର ନିଖୁଣତାକୁ ମୁଁ ଉପଭୋଗ କଲି। ତେବେ ଏହି ବୈଠକରେ ୪ଟି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି । ଏହି ଆଲୋଚନାରୁ ବାହାରିଥିବା ନିଷ୍କର୍ସକୁ କାର୍ଯ୍ୟରେ ପରିଣତ କରାଯିବ। ଆଉ ଏହି ବୈଠକର ନିଷ୍କର୍ସକୁ ନେଇ ତୃତୀୟ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦିତୀୟ ବୈଠକର ଯୋଜନା କରାଯିବ। ତେବେ ଆଗାମୀ ୨୫ ବର୍ଷ ଭାରତ ପାଇଁ ବହୁ ଗୁରୁତ୍ବପୂର୍ଣ ଅଛି । ତେଣୁ ୨୫ ଭିତରେ ଭାରତୀୟ ବିଚାରଧାରାକୁ ଆଧାର କରି କଠିନ ପରିଶ୍ରମ କରିବାକୁ ସମସ୍ତଙ୍କୁ ଆହ୍ବାନ ଦିଆଯାଉଛି ।"

ଏହାସହ ବିଦେଶରୁ ଆସିଥିବା ଡ଼େଲିଗେଟସ୍ ବା ପ୍ରତିନିଧିମାନଙ୍କୁ ଉଦୟଗିରି, କୋଣାର୍କ ଆଦି ଐତିହାସିକ ସ୍ଥାନ ବୁଲି ଦେଖାଇଛନ୍ତି ବୋଲି କହିଛନ୍ତି । ବୁଲି ଦେଖିବା ପରେ ଏହି ସ୍ଥାନ ମାନଙ୍କରୁ ଭାରତୀୟ ଚିନ୍ତାଧାରାଙ୍କୁ ସେମାନେ ବୁଝି ପାରିଥିବା ସହ ଓଡ଼ିଶାର ଐତିହ୍ୟକୁ ଭୂୟସୀ ପ୍ରଶଂସା କରିଥିବା କହିଛନ୍ତି ମନ୍ତ୍ରୀ । ନିଜେ ମନ୍ତ୍ରୀ ଉଦୟଗିରିରେ ଥିବା ହାତୀ ଗୁମ୍ଫା ଓ ଅନ୍ୟାନ୍ୟ ଗୁମ୍ଫାକୁ ବୁଲି ଦେଖିବା ପରେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦିତୀୟ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଜି-୨୦କୁ ନେଇ ଏମିତି କହିଲେ ମନ୍ତ୍ରୀ: ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି । ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି । ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସ୍ୱାଧୀନତାର ଅମୃତକାଳରେ ଭାରତ ନୂଆ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି । ତେଣୁ ଏଭଳି ବୈଠକ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.