ETV Bharat / state

Giriraj Singh on Awas Issue: ବର୍ଷିଲେ ଗିରିରାଜ, କହିଲେ ଏଠାରେ ସବୁ ଲୁଟ୍‌ ହେଉଛି

author img

By

Published : Apr 16, 2023, 7:46 PM IST

ଆବାସ ଯୋଜନା ବିବାଦ ନେଇ ତେଜୁଛି ରାଜନୀତି । ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୋଦି ଦେଉଥିବା ବେଳେ ରାଜ୍ୟ ସରକାର କାହିଁ ଦେଉନାହାନ୍ତି ପ୍ରଶ୍ନ କରିବା ସହ ଏଠାରେ ସବୁ ଲୁଟ୍‌ ହେଉଛି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗିରିରାଜ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗିରିରାଜ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗିରିରାଜ

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଆଜି ପ୍ରଥମେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ରାଜ୍ୟକୁ ୯.୬୦ ଲକ୍ଷ ଆବାସ ଆସିଥିବା ବେଳେ ଏହା ବଣ୍ଟା ନହୋଇ ପଡି ରହଥିବା ସେ ଅଭିଯୋଗ କରିଥିଲେ । ଏହାସହ ଅଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ଘର ଦେବାକୁ ବିଜେଡି ୨୦ ହଜାର ଲେଖାଏଁ ନେଇଥିବା କହିଥିଲେ ପୃଥ୍ବୀରାଜ । ଏହାପରେ ତୁରନ୍ତ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଲୋକଙ୍କୁ ଘର ନଦେବା ପାଇଁ ବିଜେପି ଦିଲ୍ଲୀରେ ଷଡ଼ଯନ୍ତ୍ର କରିଥିବା କହିଥିଲେ ବିଜେପି ମୁଖପାତ୍ର ଇପ୍ସିତା ସାହୁ । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ ।

ଗିରିରାଜ କହିଛନ୍ତି, "କେବଳ ଆବାସ କଥା ନୁହେଁ, ମୋଦି କହିଛନ୍ତି ଓଡିଶାର ବିକାଶ ବିନା ପୂର୍ବାଞ୍ଚଳର ବିକାଶ ହୋଇପାରିବ ନାହିଁ । ୮ ବର୍ଷ ୟୁପିଏ ଶାସନ କାଳରେ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଲାଗି ଓଡ଼ିଶାକୁ କେବଳ ୨୬ ହଜାର କୋଟି ଆସିଥିଲା, କିନ୍ତୁ ମୋଦି ସରକାର ୧ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । ୟୁପିଏ ସମୟରେ କେବଳ ୧୦ ଲକ୍ଷ ଇନ୍ଦିରା ଆବାସ ମିଳିଥିଲା । ପ୍ରଧାନମନ୍ତ୍ରୀ ୨୮ ଲକ୍ଷ ଦେଲେ । ଗରିବଙ୍କୁ ହକ୍‌ ମିଳୁ, କିନ୍ତୁ ଏବେ ବି ୯ ଲକ୍ଷ ଘର ଅଧୁରା ପଡିଛି । ନୂଆ ଘର ଦିଆଯାଉନାହିଁ । ମନରେଗାରେ ୟୁପିଏ ସମୟରେ ୬୭୦୦ ମିଳିଥିଲା, ଆମେ ୨୭ ହଜାର କୋଟି ଦେଇଛୁ । କିନ୍ତୁ ସବୁ ଲୁଟ୍‌ ହେଉଛି । ମିନେରାଲ ଫଣ୍ଡ ଭଳି ସବୁର ଲୁଟ ହେଉଛି ।" ତେବେ ମୋଦି ଘର ଦେଲେ, କିନ୍ତୁ ରାଜ୍ୟ ସରକାର କାହିଁକି ଦେଉନାହାନ୍ତି ଏଠିକା ଜନତା ଏବେ ପଚାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।

ତେବେ ରାଜ୍ୟରେ ଆବାସ ଯୋଜନା କେଳେଙ୍କାରୀ ନେଇ ବିଜେଡି ବିଜେପି ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ହେଲେ ରାଜ୍ୟ ସରକାର କାହିଁକି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାରେ ବିଫଳ ବୋଲି ବାରମ୍ବାର ପ୍ରଶ୍ନ କରୁଛି ବିଜେପି । ଗରିବ ଲୋକଙ୍କ ପାଇଁ ଘରଟିଏ ତାର ଅନେକ ସମସ୍ୟା ସମାଧାନ କରିବ । ହେଲେ ଘର ଆବଣ୍ଟନରେ ପାତରଅନ୍ତର ହେଉଛି ବୋଲି ଅନେକ ଥର ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି ସେ ଭୁବନେଶ୍ବର ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.