ETV Bharat / state

ଆବୁଧାବୀରେ ନିର୍ମାଣାଧୀନ BPS ହିନ୍ଦୁ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ଆବୁଧାବିରେ ହେବ ଜଗନ୍ନାଥ ମନ୍ଦିର

ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ । ନିର୍ମାଣ ହେଉଛି ବିପିଏସ ହିନ୍ଦୁ ମନ୍ଦିର । ଯେଉଁ ମନ୍ଦିରରେ ଅଧିଷ୍ଠିତ ହେବେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀ । ପୂରା ରୀତିନୀତି ସହ ହେବେ ପୂଜିତ । ବଡ କଥା ହେଉଛି ମନ୍ଦିର ନିର୍ମାଣରେ ବଡ ଭୂମିକା ତୁଳାଉଛନ୍ତି ଓଡିଆ କାରିଗର । ମନ୍ଦିର କାନ୍ଥରେ ଖୋଦିତ ହେଉଛି କଳିଙ୍ଗର କଳା ସଂସ୍କୃତି ଐତିହ୍ୟ । ଅଧିକ ପଢନ୍ତୁ

ଆବୁଧାବୀରେ ନିର୍ମାଣାଧୀନ BPS ହିନ୍ଦୁ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Nov 2, 2023, 8:13 PM IST

ଆବୁଧାବୀରେ ନିର୍ମାଣାଧୀନ BPS ହିନ୍ଦୁ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବୀ/ନୂଆଦିଲ୍ଲୀ: ଆବୁଧାବୀରେ ପୂଜା ପାଇବେ ଜଗତରନାଥ ଜଗନ୍ନାଥ। ମୁସଲିମ ଦେଶ UAE ମାଟିରେ ରଥଯାତ୍ରା କରିବେ ଚତୁର୍ଦ୍ଧା ମୁରତୀ । ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ । ନିର୍ମାଣ ହେଉଛି ବିପିଏସ ହିନ୍ଦୁ ମନ୍ଦିର । ଯେଉଁ ମନ୍ଦିରରେ ଅଧିଷ୍ଠିତ ହେବେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀ । ପୂରା ରୀତିନୀତି ସହ ହେବେ ପୂଜିତ । ବଡ କଥା ହେଉଛି ମନ୍ଦିର ନିର୍ମାଣରେ ବଡ ଭୂମିକା ତୁଳାଉଛନ୍ତି ଓଡିଆ କାରିଗର । ମନ୍ଦିର କାନ୍ଥରେ ଖୋଦିତ ହେଉଛି କଳିଙ୍ଗର କଳା ସଂସ୍କୃତି ଐତିହ୍ୟ । ଅଳ୍ପ କିଛି ମାସ ପରେ ଏହି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଆଜି ନିର୍ମାଣଧୀନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଶ୍ରମଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ- ଅଯୋଧ୍ୟା ରାମ ମନ୍ଦିର ବୁଲିଯିବାକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନି ଦିନିଆ ୟୁନାଇଟେଡ ଆରବ ଏମିରଟ ସରକାରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆବୁଧାବି ସ୍ଥିତ ନିର୍ମାଣଧୀନ ବିପିଏସ ହିନ୍ଦୁ ମନ୍ଦିର ଯାଇ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଶ୍ରମଦାନ କରିଛନ୍ତି । ଏହାସହ ସ୍ବାମୀ ବ୍ରହ୍ମ ବିହାରୀ ଦାସଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଧର୍ମେନ୍ଦ୍ର କହିଛନ୍ତି ସ୍ବାମୀ ନାରାୟଣ ସମ୍ପ୍ରଦାୟ ପକ୍ଷରୁ ଆବୁଧାବିରେ ନିର୍ମାଣ ହେଉଥିବା ହିନ୍ଦୁ ମନ୍ଦିର ଆଉ କିଛି ମାସ ପରେ ଉଦଘାଟିତ ହେବ । ଏହି ମନ୍ଦିରର ଆଜି ମୁଁ ଦର୍ଶନ କରିଛି । ମୋତେ ଲାଗୁଛି ପ୍ରଥମ ଥର ପାଇଁ ଭାରତର ସଭ୍ୟତା, କଳା ସଂସ୍କୃତି, ଐତିହ୍ୟ ଓ ଆମର ବେଦରେ ଥିବା ନିର୍ଦଶନକୁ ବୈଶ୍ବୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧୁନିକତାର ଛାପ ଦେଇ ଏହି ମନ୍ଦିର ନିର୍ମାଣ କରାଯାଉଛି । ଏଥିପାଇଁ ସ୍ବାମୀ ନାରାୟଣ ସମ୍ପ୍ରଦାୟର ସମସ୍ତ ସ୍ବାମୀ ସନ୍ଥ କର୍ମଚାରୀ ଅଧିକାରୀଙ୍କୁ କୃତଜ୍ଞତା ଜଣାଉଛି। ଯେଉଁମାନେ ଏହି ମନ୍ଦିରର କଳ୍ପନା କରିଥିଲେ । ସହଯୋଗ ଓ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଆବୁଧାବିର ରାଜାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ବିଶେଷ କରି ଆମର ଓଡିଶାର କାରିଗରଙ୍କୁ ମଧ୍ୟ ପ୍ରଶଂସା କରୁଛି ଯେଉଁମାନଙ୍କର ନିଖୁଣ କାରୁକାର୍ଯ୍ୟରେ ଏହି ମନ୍ଦିରରେ ଭାରତ ଦେବାଦେବୀ, ମହାପ୍ରଭୁଙ୍କ ରଥଯାତ୍ରା ନଦ ନଦୀର ମନ୍ଦିରରେ ବର୍ଣ୍ଣନା କରାଯାଇଛି । ମୁଁ ସ୍ବାମୀଙ୍କ ନିକଟରେ କୃତଜ୍ଞ ଯେ ଓଡିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ମନ୍ଦିର ପରିସରରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ଅନୁରୋଧ କରାଯାଇଥିଲା । ଓଡିଆଜାତିର ଅନୁରୋଧକୁ ଗୃହମନ୍ତ୍ରୀ ଅମିତ ଶାହ ସ୍ବାମୀ ନାରାୟଣ ସମ୍ପ୍ରଦାୟ ପ୍ରମୁଖ ସ୍ବାମୀଙ୍କ ନିକଟରେ ରଖିଥିଲେ । ଏଥିପାଇଁ ଗୃହମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ।

ଅଧିକ ପଢନ୍ତୁ- ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ସେହିପରି ଧର୍ମେନ୍ଦ୍ର କହିଛନ୍ତି ଆବୁଧାବୀରେ ନିର୍ମାଣାଧୀନ ବିଏପିଏସ ହିନ୍ଦୁ ମନ୍ଦିର କାନ୍ଥରେ ଥିବା ଜଗନ୍ନାଥ ସଂସ୍କୃତି ସହ ରଥଯାତ୍ରା କଳାକୃତିକୁ ପ୍ରଶଂସନୀୟ । ମନ୍ଦିରରେ ଜଗନ୍ନାଥ ସଂସ୍କୃତିର ଚିତ୍ରଣ ଜଗନ୍ନାଥ ଭକ୍ତ ଏବଂ ବିଶ୍ବର ସମସ୍ତ ଓଡିଆଙ୍କ ପାଇଁ ଗର୍ବର ବିଷୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.