ETV Bharat / state

ରମାଦେବୀକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାର ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Feb 11, 2023, 7:29 AM IST

ରମାଦେବୀ ବିଶ୍ୱବିଦ୍ୟାଳୟକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ଦିଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସହଯୋଗ କରିବା ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶୃତି ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ
convocation day of Ramadevi university

ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ୱର ଠାରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରମାଦେବୀ ବିଶ୍ୱ ବିଦ୍ୟାଳୟକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ସବୁ ସହଯୋଗ ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ରମାଦେବୀ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ । ତେଣୁ ପ୍ରାଥମିକତା ଭିତ୍ତିରେ ୟୁଜି ଓ ପିଜି କ୍ୟାମ୍ପସକୁ ବ୍ୟାପକ କରିବା ପାଇଁ ସାମୂହିକ ଉଦ୍ୟମ ହେବା ଦରକାର । ରାଜନୀତିରେ ଦାୟିତ୍ୱରେ ରହି ମଧ୍ୟ ସମାଜ ସୁଧାରକ ଭାବେ ଓଡିଶାର ସାମାଜିକ ଜୀବନକୁ ପ୍ରଭାବିତ କରିଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀଙ୍କ ପରିବାର ସହ ଜଡ଼ିତ ରମାଦେବୀ ଚୌଧୁରୀ ଥିଲେ ସମାଜ ଜୀବନର ଅନନ୍ୟ ପ୍ରତିଭାର ଅଧିକାରିଣୀ । ଓଡ଼ିଆ ସାମାଜିକ ଜୀବନରେ ମା'ସୁଭଦ୍ରାଙ୍କ ଠାରୁ ଆରମ୍ଭ କରି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ, ନାରୀନେତ୍ରୀ ଓ ମା'ମାନଙ୍କର ବିଶେଷ ସ୍ଥାନ ଅଛି । ’’

ରମାଦେବୀ, ମାଳତୀ ଦେବୀଙ୍କ ଭଳି ଓଡିଆ ନେତ୍ରୀମାନେ ସୁଖ, ସ୍ୱଇଚ୍ଛାରେ ଛାଡି ଘରର ଚଉକାଠରୁ ବାହାରି ଦେଶ ସେବା ପାଇଁ ବାହାରିଥିଲେ । ଏ ଦୁର୍ମୂଲ୍ୟ ବାର୍ତ୍ତା ବର୍ତ୍ତମାନର ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଆମ କର୍ତ୍ତବ୍ୟ ହେବା ଉଚିତ୍ । ଅପରପକ୍ଷରେ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ହୋଇଛି । ତୁର୍କିରେ ଭୂମିକମ୍ପରେ ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଭାରତୀୟ ମହିଳା ଯବାନମାନଙ୍କୁ ସେଠାକାର ମାଆ ସ୍ନେହ ଆଦର କରୁଛନ୍ତି । ଆମର ନାରୀ ଶକ୍ତି ବିଶ୍ୱର ସେବା କରିବା ପାଇଁ ଆଗେଇ ଆସିଲେଣି ।

ଚଳିତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନକୁ ନେଇ ଭବିଷ୍ୟତ କାର୍ଯ୍ୟ ଉପରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଶେଷ ଭାବରେ ଗୃହ ବିଜ୍ଞାନ ବିଭାଗର ଛାତ୍ରୀମାନେ ରାଜ୍ୟକୁ ଆସୁଥିବା ଅତିଥିମାନଙ୍କୁ ମାଣ୍ଡିଆ ଜାଉ ପରଷିବାର ଦାୟିତ୍ୱ ନିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ‘‘ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହେଉଛି ଖୁସି ଏବଂ ଉଲ୍ଲାସର ଦିନରୁ ଦାୟିତ୍ୱ ନେବାର ଅବସର । ଉପାଧି ଗ୍ରହଣ କରିଥିବା ଛାତ୍ରୀଛାତ୍ରୀମାନେ ଏକବିଂଶ ଶତାବ୍ଦୀରେ ମାନବତାର ମର୍ଯ୍ୟାଦାକୁ ବଢାଇବେ’’ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି କହିଛନ୍ତି, ସଂସଦର ଉଭୟ ଗୃହରେ ଅଧିକାଂଶ ମହିଳାମାନଙ୍କ ପ୍ରତିନିଧିତ୍ୱ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା । ଭାରତ ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର ଏବଂ ପ୍ରତିନିଧିତ୍ୱ ହେଉଛି ଏହାର ଆଧାର । ବର୍ତ୍ତମାନ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ସଂସ୍ଥାରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ବଢିଚାଲିଛି । ପ୍ରଥମ ଥର ପାଇଁ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଟିପିଛି । ସଂସଦର ଉଭୟ ଗୃହରେ ଅଧୁନା ୧୧୫ ଜଣ ମହିଳା ସାଂସଦ ଅଛନ୍ତି । ଏହା ଆମ ଗଣତନ୍ତ୍ରର ବଡ ଉପଲବ୍ଧି । ଏହା ମଧ୍ୟ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.