ETV Bharat / state

ଧର୍ମେନ୍ଦ୍ରଙ୍କ ବୟାନ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ କହିଲେ ରାଜ୍ୟରେ ଚାଲିଛି ଛାୟା ଶାସନ - ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟରେ କାହାର ଶାସନ ଚାଲିଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଏହି ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ବୟାନ 5T ସଚିବ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଈଶାରା କରୁଛି ବୋଲି କହିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ । ଅଧିକ ପଢ଼ନ୍ତୁ

ରାଜ୍ୟରେ କାହାର ଶାସନ ଚାଲିଛି ?
ରାଜ୍ୟରେ କାହାର ଶାସନ ଚାଲିଛି ?
author img

By

Published : May 8, 2023, 7:59 PM IST

ରାଜ୍ୟରେ କାହାର ଶାସନ ଚାଲିଛି ?

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ଭାଷଣ ଦେବା ସମୟରେ ରାଜ୍ୟରେ କାହାର ଶାସନ ଚାଲିଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ରଙ୍କ ଏହି ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି, ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି । ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିବା ଧର୍ମେନ୍ଦ୍ର ଆରୋପ ଲଗାଇଥିଲେ । ଏହା ସହିତ ରାଜ୍ୟକୁ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ଏହି ପ୍ରଶ୍ନକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ତେବେ ରାଜ୍ୟରେ ଛାୟା ଶାସନ ଚାଲିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ସେ ସିଧାସଳଖ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ଶାସନ ଚଳାଉଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସବୁ କିଛି ଚାଲିଛି । ଧର୍ମେନ୍ଦ୍ର ଯାହା କହିଛନ୍ତି ତାହା ଏହି ଦିଗ ଆଡକୁ ଇସାରା କରୁଛି ବୋଲି ସହଦେବ ମତ ରଖିଛନ୍ତି ।

'ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି ପାଣ୍ଡିଆନ': ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ମତରେ ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଆଉ ତାଙ୍କ ପାଖେ ପାଖେ ରହୁଛନ୍ତି ପାଣ୍ଡିଆନ । ତେଣୁ ଯାହା ବି ଫାଇଲ ଆସୁଛି କିମ୍ବା ସରକାରୀ ନିର୍ଦ୍ଦେଶନାମା ବାହାରୁଛି, ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ କହିବା ଅନୁସାରେ କେବଳ ଦସ୍ତଖତ କରୁଛନ୍ତି । ତେଣୁ ଛାୟା ଶାସନ ଚାଲିଛି ବୋଲି କହିବାରେ କୌଣସି ଅସୁବିଧା ନାହିଁ । ନିକଟରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ 5T ସଚିବ ଭିକେ ପାଣ୍ଡିଆନ । କିଛି ଆର୍ଥିକ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଶଂସୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବାକୁ ଯାଉଛନ୍ତି । ଅର୍ଥାତ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି ପାଣ୍ଡିଆନ । ଯେଉଁ ଆର୍ଥିକ ମଞ୍ଜୁରୀ ଅର୍ଥ ମନ୍ତ୍ରୀ କରିବା କଥା, ଏପରିକି ମୁଖ୍ୟମନ୍ତ୍ରୀ କରିବା କଥା ତାହା ମଧ୍ୟ ପାଣ୍ଡିଆନ କରିଦେଉଛନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ରାଜ୍ୟରେ କେମିତି ଚାଲିଛି ଶାସନ ବ୍ୟବସ୍ଥା ।

'ବିରୋଧୀ ଇଙ୍ଗିତ ନୁହେଁ, ସ୍ପଷ୍ଟ କରିବା ଦରକାର': ଏନେଇ କଟାକ୍ଷ କରି ସହଦେବ କହିଛନ୍ତି, "ଶିବଙ୍କୁ ଯଦି ଦର୍ଶନ କରି ନହୁଏ, ତେବେ ନନ୍ଦିଙ୍କୁ ଛୁଇଁ ମୁଣ୍ଡିଆ ମାରିବା ସହିତ ତାଙ୍କ କାନରେ କିଛି କହିଲେ କାମ ହୋଇଯାଉଥିବା ବିଶ୍ବାସ ରହିଛି । ଏବେ ଓଡ଼ିଶା ସରକାର ମଧ୍ୟ ସେହି ନ୍ୟାୟରେ ଚାଲିଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା ହୋଇପାରୁନାହିଁ, ତେବେ ପାଣ୍ଡିଆନଙ୍କୁ ଦେଖା କରି କହିଲେ କିମ୍ବା ତାଙ୍କ ପାଖ ଲୋକଙ୍କୁ ଦେଖା କରି କହିଲେ କାମ ହୋଇଯାଉଛି ।" ତେଣୁ ଗଣତନ୍ତ୍ର ଅପଭ୍ରଂଶ ହୋଇଗଲାଣି ବୋଲି କହିଛନ୍ତି ସହଦେବ ସାହୁ ।

ସେପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ବିଜେପି ଯେତେବେଳେ ସରକାରଙ୍କୁ ଇଙ୍ଗିତ କରୁଛି ତାହା କେବଳ ଇଙ୍ଗିତରେ ହିଁ ରହିଯାଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଶାସନ କ୍ଷମତା ନାହିଁ ବୋଲି ବିରୋଧୀ ଅନେକ ସମୟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ନାଁ ଚର୍ଚ୍ଚା ହେଉଥିଲା । ଏବେ ଅନ୍ୟଜଣେ ସଚିବଙ୍କ ନାଁ ଚର୍ଚ୍ଚା ହେଉଛି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ହିଁ ଇଙ୍ଗିତ କରୁଛନ୍ତି । ରାଜ୍ୟର ଶାସନ କ୍ଷମତା କାହା ହାତରେ ରହିଛି, ସେହି ପ୍ରସଙ୍ଗ ବିରୋଧି ଦଳକୁ ସ୍ପଷ୍ଟ ଭାବେ ଉଠାଇବାକୁ ହେବ ।"

ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ, ଏହି ପ୍ରଶ୍ନର ଉତ୍ତର ଖୋଜାଚାଲିଛି । ଏନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହେଉଛି । ଏଭଳି ସମୟରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପୁରା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରିଛି । ବାସ୍ତବିକ ରାଜ୍ୟରେ ଚାଲିଛି କଣ ? କିଏ ଶାସନ କରୁଛି ? ନେତା, ମନ୍ତ୍ରୀ ନା ପ୍ରଶାସକ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.