ETV Bharat / state

ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ, 2 ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ନେଇ ଆଶାବାଦୀ

author img

By ETV Bharat Odisha Team

Published : Nov 1, 2023, 10:38 AM IST

3 ଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଅନେକ କାର୍ଯ୍ୟକ୍ରମରେ ଦେବେ ଯୋଗ ଦାନ ।ଅଧିକ ପଢନ୍ତୁ

ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ
ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: 3 ଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ୟୁଏଇ ଗସ୍ତ କରିଥିବା ସୂଚନା ରହିଛି । ସେଠାରେ ପ୍ରବାସୀ ଓଡ଼ିଆଙ୍କ ସମେତ ଭାରତୀୟ ଲୋକମାନଙ୍କୁ ଭେଟିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ତେବେ ଏହାଦ୍ବାରା 2 ଦେଶ ମଧ୍ୟରେ ସମ୍ପର୍କ ଆହୁରୀ ସୁଦୃଢ ହେବ ବୋଲି ଆଶା ରଖାଯାଇଛି । ତେବେ ଏହି ଗସ୍ତ ନଭେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ରହିବ।

  • Leaving for the UAE tonight. Look forward to the three-day visit where I will be meeting key Ministers and stakeholders from schools & skills to deepen engagements in education and skill development as well as to bolster the knowledge bridges between our two great countries.

    I…

    — Dharmendra Pradhan (@dpradhanbjp) October 31, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ..ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବେ ।
ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଶିକ୍ଷା ମନ୍ତ୍ରୀ ଡ. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ, ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ(ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କୁ ଭେଟିବେ । ଏହି ଦିନ IIT ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ୍‌ ପରିଦର୍ଶନ କରିବା ସହ ୪୨ ଆବୁଧାବୀ, ସ୍କୁଲ ଫର୍ ପ୍ରୋଗ୍ରେସିଭ୍ ଲର୍ଣ୍ଣିଂ ଅନୁଷ୍ଠାନକୁ ପରିଦର୍ଶନ କରିବେ । ଏହା ବ୍ୟତୀତ ଭାରତୀୟ ଦୂତାବାସ ଅଡିଟୋରିୟମରେ ୟୁଏଇର ଓଡ଼ିଆ ସମୁଦାୟଙ୍କୁ ଭେଟିବାର ଯୋଜନା ରହିଛି ।
ଏହାମଧ୍ୟ ପଢନ୍ତୁ..ତାଳଚେରର ଯେତିକି ବୌଦ୍ଧିକ ବିକାଶ ହେବା କଥା ହୋଇନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଦ୍ବିତୀୟ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିବା ପରେ ବିଏପିଏସ୍ ମନ୍ଦିର ଦର୍ଶନ କରିବେ । ଦୁବାଇରେ ମ୍ୟାନେଜମେଣ୍ଟ କମ୍ପାନୀ ଇଏଫ୍‌ଏସ ପରିଦର୍ଶନ ସହ କମ୍ପାନୀର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବେ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ସଦସ୍ୟ ତଥା କ୍ୟାବିନେଟ୍ ବ୍ୟାପାର ମନ୍ତ୍ରୀ ମହମ୍ମଦ ଅବଦୁଲ୍ଲା ଅଲ୍ ଗେର୍ଗାଓ୍ୱିଙ୍କୁ ସାକ୍ଷାତ୍ କରିବେ । କେନ୍ଦ୍ରମନ୍ତ୍ରୀ ସିବିଏସଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଆଇଆଇଟି/ଆଇଆଇଏମ୍ ଆଲୁମିନି ଏବଂ ଦୁବାଇରେ ଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ । ଶେଷ ଦିନରେ ଡିପି ଓ୍ୱାର୍ଲଡର ଅଧ୍ୟକ୍ଷ ଏବଂ ସିଇଓ ଏବଂ ଭିଏଫଏସର ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଭାରତ ଫେରିଆସିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.