ETV Bharat / state

ସଂଗ୍ରହ ହେଲା ‘ମୋ ଦେଶ ମୋ ମାଟି’ କଳସ, ଅମୃତ ବାଟିକା ପାଇଁ ମାଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Oct 16, 2023, 6:49 AM IST

'ଅମୃତ କଳସ'ରେ ପବିତ୍ର ମାଟି ସଂଗ୍ରହ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରୁ ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା' ନାଁରେ ହେବ ସ୍ଥାପିତ । ଅଧିକ ପଢ଼ନ୍ତୁ

ଅମୃତ ବାଟି ପାଇଁ ମାଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ସିଟିଓମେନ୍ସ କଲେଜ ଛକରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କଳସରେ ମାଟି ସଂଗ୍ରହ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,"ଏକାମ୍ର ନିର୍ବାଚନ ମଣ୍ଡଳୀ ଠାରେ 'ଅମୃତ କଳସ'ରେ ପବିତ୍ର ମାଟି ସଂଗ୍ରହ କରିବାର ସୌଭାଗ୍ୟ ଲାଭ କଲି । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି । ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ମାଆ ଓ ଭଉଣୀଙ୍କ ମଧ୍ୟରେ ‘ମୋ ମୋଟି ମୋ ଦେଶ’ କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହ ଥିବା ଦେଖାଯାଇଛି । ଆଜି ରାଜ୍ୟ ସାରା ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା' ନାଁରେ ସ୍ଥାପିତ ହେବ । ଏହି ‘ଅମୃତ ବାଟିକା' ‘ଏକ ଭାରତ ଶ୍ରେଷ୍ଠ ଭାରତ' ପ୍ରତିବଦ୍ଧତାର ପ୍ରତୀକ ହେବ । ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି । ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ମାଆ ଭଉଣୀଙ୍କ ମଧ୍ୟରେ ‘ମୋ ମୋଟି ମୋ ଦେଶ’ କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି ।"

ଏହା ମଧ୍ୟ ପଢନ୍ତୁ..ବ୍ୟବସାୟୀଙ୍କ ପାଇଁ ଖୁସି ଖବର: ମିଳିବ ଡିଗ୍ରୀ, ଡିପ୍ଲୋମା ଓ ଗ୍ରାଜୁଏଟ ଭଳି କୋର୍ସର ସୁଯୋଗ

ସେ ଆହୁରି ମଧ୍ୟ କହିଛନ୍ତି,"ଏହି ‘ଅମୃତ ବାଟିକା' ‘ଏକ ଭାରତ ଶ୍ରେଷ୍ଠ ଭାରତ' ପ୍ରତିବଦ୍ଧତାର ପ୍ରତୀକ ହେବ । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି । ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ । ଦେଶର ପ୍ରତି ଗାଁ, ପଞ୍ଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଞ୍ଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ଯକ୍ରମ ଆୟୋଜନ ହୋଇଥିଲା । ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟବାସୀ "ମୋ ମାଟି, ମୋ ଦେଶ"କୁ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ, ଯୁବକ, ବୃଦ୍ଧବୃଦ୍ଧାଙ୍କ ଉତ୍ସାହ ବେଶ ଲକ୍ଷ୍ୟଣୀୟ । ଓଡ଼ିଶାବାସୀଙ୍କୁ ଦେଖି ସ୍ପଷ୍ଟ ଜଣାପଡ଼ୁଛି ମୋଦିଙ୍କ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଓଡ଼ିଶାରେ ସଫଳ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.