ETV Bharat / state

ଏସୀୟ ବଣୁଆ ହାତୀ ଥିବା ଭାରତ ଜୀବଜନ୍ତୁଙ୍କ ଦୀର୍ଘମିଆଦୀ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ: ମନ୍ତ୍ରୀ

author img

By

Published : Aug 12, 2023, 10:54 PM IST

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରେଳ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, ଭାରତୀୟ ବନ୍ୟ ପ୍ରାଣୀ ପ୍ରତିଷ୍ଠାନ ଭଳି ଜାତୀୟ ପ୍ରତିଷ୍ଠାନ ରେଳ-ହାତୀ ଦୁର୍ଘଟଣା ସମସ୍ୟାର ସମାଧାନ ନେଇ ନେଉଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶରେ ହାତୀ ଚଲାପଥ ଥିବା ରେଳପଥର ୧୧୦ଟି ସମ୍ବେଦନଶୀଳ ସ୍ଥାନରେ ରେଳଗାଡ଼ି ଜନିତ ଦୁର୍ଘଟଣା ଯଥା ସମ୍ଭବ ହ୍ରାସ କରିବା ପାଇଁ ରଣନୀତିକ ଯୋଜନାମାନ ହାତକୁ ନିଆଯାଇଛି। ଅଧିକ ପଢନ୍ତୁ

ଏସୀୟ ବଣୁଆ ହାତୀ ଥିବା ଭାରତ ଜୀବଜନ୍ତୁଙ୍କ ଦୀର୍ଘମିଆଦୀ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ: ମନ୍ତ୍ରୀ
ଏସୀୟ ବଣୁଆ ହାତୀ ଥିବା ଭାରତ ଜୀବଜନ୍ତୁଙ୍କ ଦୀର୍ଘମିଆଦୀ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ: ମନ୍ତ୍ରୀ

ଭୁବନେଶ୍ବର: ଜୈବ ବିବିଧତା ସଂରକ୍ଷଣକୁ ଆର୍ଥିକ ବିକାଶ ସହ ମୁଖ୍ୟଧାରାରେ ସାମିଲ କରି ପରିବେଶର ସୁରକ୍ଷା ଓ ନିରନ୍ତରତା ସୁନିଶ୍ଚିତ କରିବା ଉପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି । ବିଶ୍ବ ହସ୍ତୀ ଦିବସ ଅବସରରେ ଆଜି ଭୁବନେଶ୍ବର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ ସବୁଠାରୁ ଅଧିକ ଏସୀୟ ବଣୁଆ ହାତୀ ଭାରତରେ ଥିବାରୁ ଭାରତ ଦୀର୍ଘମିଆଦୀ ଜୀବଜନ୍ତୁ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ ହୋଇଛି। ସ୍ଥାନୀୟ ଅଧିବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଫଳରେ ହାତୀ ସଂରକ୍ଷଣ ଏକ ନୂତନ ଶିଖର ଛୁଇଁପାରିବ। ମନ୍ତ୍ରଣାଳୟ ଜନ କଲ୍ୟାଣ ସହ ହାତୀ ସଂରକ୍ଷଣକୁ ସାମିଲ କରିବା ପାଇଁ ବଦ୍ଧପରିକର ବୋଲି କହିଛନ୍ତି।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରେଳ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, ଭାରତୀୟ ବନ୍ୟ ପ୍ରାଣୀ ପ୍ରତିଷ୍ଠାନ ଭଳି ଜାତୀୟ ପ୍ରତିଷ୍ଠାନ ରେଳ-ହାତୀ ଦୁର୍ଘଟଣା ସମସ୍ୟାର ସମାଧାନ ନେଇ ନେଉଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶରେ ହାତୀ ଚଲାପଥ ଥିବା ରେଳପଥର ୧୧୦ଟି ସମ୍ବେଦନଶୀଳ ସ୍ଥାନରେ ରେଳଗାଡ଼ି ଜନିତ ଦୁର୍ଘଟଣା ଯଥା ସମ୍ଭବ ହ୍ରାସ କରିବା ପାଇଁ ରଣନୀତିକ ଯୋଜନାମାନ ହାତକୁ ନିଆଯାଇଛି। ଏହିସବୁ ଅଞ୍ଚଳରେ ଭୂତଳ ରାସ୍ତା ତିଆରି, ବାହାନ ଚାଳକମାନଙ୍କ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଟ୍ରାକରୁ ଅନାବନା ବୃକ୍ଷଲତା ସଫା କରି ଦୁର୍ଘଟଣା ସମ୍ଭାବନାକୁ ହ୍ରାସ କରିବା, ଗଡ଼ାଣିଆ ଚଟାଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ପଦକ୍ଷେପ ମାନ ନିଆଯିବ। ରେଳ ବିଭାଗ ପ୍ରଯୁକ୍ତିଭିତ୍ତିକ ଦୁର୍ଘଟଣା ବିରୋଧୀ ଚିହ୍ନଟ ପଦ୍ଧତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରେଳଧାରଣାରେ ଖଞ୍ଜିବା ନେଇ ଚିନ୍ତା କରୁଥିବା ମନ୍ତ୍ରୀ କହିଛନ୍ତି

ଏହାବି ପଢନ୍ତୁ- ବିଶ୍ବ ହସ୍ତୀ ଦିବସରେ ହାତୀଙ୍କ ପାଇଁ ସ୍ବାଦିଷ୍ଟ ଭୋଜନ

ସେହିପରି ଦେଶରେ ପୋଷା ହାତୀ ଗୁଡ଼ିକର ଜେନୋଟାଇପ ମାନଚିତ୍ର ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି, ଯାହାଫଳରେ ଅବୈଧ ହାତୀ ଚାଲାଣ ରୋକିହେବ ବୋଲି କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ କହିଛନ୍ତି। ପ୍ରଥମ ଥର ନିମନ୍ତେ ଜଙ୍ଗଲ ମନ୍ତ୍ରଣାଳୟ ଦେଶର ହାତୀ ସଂରକ୍ଷଣ ସ୍ଥଳୀ ଗୁଡ଼ିକ ମୂଲ୍ୟାୟନ ସହ ପରିଚାଳନାଗତ ସକ୍ରିୟତା ଉପରେ ଜୋର ଦେଉଛନ୍ତି। ଦେଶର ଚାରିଟି ହାତୀ ସଂରକ୍ଷିତ ଅଞ୍ଚଳକୁ ଚିହ୍ନଟ କରାଯାଇ ଆଗୁଆ ପରିଚାଳନାଗତ ସକ୍ରିୟତାର ମୂଲ୍ୟାୟନ କରାଯିବ। ହାତୀ ସଂରକ୍ଷଣ ସ୍ଥଳୀ ଗୁଡ଼ିକ ମାନ ନିର୍ଦ୍ଧାରଣ ଓ ସର୍ବଶ୍ରେଷ୍ଠ ରଣନୀତି ଗ୍ରହଣ ପାଇଁ ଏହା ସର୍ବୋତ୍ତମ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ। ଗତ ଦୁଇବର୍ଷ ମଧ୍ୟରେ ୩୩ଟି ହାତୀ ସଂରକ୍ଷଣ ସ୍ଥଳୀର ପରିସୀମା ୭୬୫୦୮ କିଲୋମିଟରରୁ ୮୦୭୭୭ କିଲୋମିଟରକୁ ବୃଦ୍ଧି ପାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.