ETV Bharat / state

ମେଡିକାଲ ଓ ଅକ୍ସିଜେନ ପ୍ଲାଣ୍ଟ ମହଜୁଦ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ - କରୋନା ସଚେତନତା

କରୋନା ସଂକ୍ରମଣ ନେଇ ବଢ଼ିଲାଣି ଚିନ୍ତା । ଏବେଠୁ ପ୍ରସ୍ତୁତ ରହିବାକୁ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ଅତିରିକ୍ତ ସଚିବ । ଅଧିକ ପଢନ୍ତୁ

ମେଡିକାଲ ଓ ଅକ୍ସିଜେନ ପ୍ଲାଣ୍ଟ ମହଜୁଦ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

author img

By

Published : Dec 24, 2022, 7:47 PM IST

ଭୁବନେଶ୍ବର: ବିଦେଶରେ ସଂକ୍ରମଣ ନେଇ ବଢ଼ିଲାଣି ଚିନ୍ତା । ଏନେଇ ସମସ୍ତ ରାଜ୍ୟରେ ମେଡିକାଲ ଓ ଅକ୍ସିଜେନ ପ୍ଲାଣ୍ଟ ମହଜୁଦ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏନେଇ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଅତିରିକ୍ତ ସଚିବ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏବେ ଦେଶରେ କୋଭିଡ ସଂକ୍ରମଣ କମ ରହୁଛି । ଦୈନିକ ମାତ୍ରାରେ ବୃଦ୍ଧି ଘଟିନାହିଁ । ତେଣୁ ଏବେଠାରୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଭବିଷ୍ୟତରେ କିଛି ବି ଚ୍ୟାଲେଞ୍ଜ ଆସିଲେ ମୁକାବିଲା କରାଯାଇପାରିବ । ତେଣୁ ସବୁ ପ୍ରକାରର ବ୍ୟବସ୍ଥାଗୁଡ଼ିକ ପ୍ରସ୍ତୁତ ରଖିବାକୁ ସମସ୍ତ ରାଜ୍ୟକୁ କୁହାଯାଇଛି । ଏପଟେ ଓଡିଶାର ସମସ୍ତ ହସ୍ପିଟାଲକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସମସ୍ତ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋରୋନାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଏକ ମକ ଡ୍ରିଲ କରାଯିବ ।

ମେଡିକାଲ ଓ ଅକ୍ସିଜେନ ପ୍ଲାଣ୍ଟ ମହଜୁଦ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ
ମେଡିକାଲ ଓ ଅକ୍ସିଜେନ ପ୍ଲାଣ୍ଟ ମହଜୁଦ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଚୀନରେ ଓମିକ୍ରୋନ ସବ୍‌-ଭାରିଆଣ୍ଟ BF.7 (Omicron Sub-variant)ର ଦ୍ରୁତ ଭାବେ ବଢ଼ି ଚାଲିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ତେଣୁ ଭିଡ଼କୁ ନ ଯିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।

ଖବର ଅନୁସାରେ ଦେଶରେ 3 ଜଣ BF.7 ରେ ଆକ୍ରାନ୍ତ ହୋଇ ଥିବାବେଳେ ଆମ ରାଜ୍ୟରୁ ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି । ତେବେ BF.7 ଓମିକ୍ରୋନ ସବ୍-ଭାରିଆଣ୍ଟର କଣ ରହିଛି ଲକ୍ଷଣ ଜାଣନ୍ତୁ(All about BF.7 Omicron sub-variant)...ଏହାକୁ ଓମିକ୍ରନ୍ ସ୍ପାଉନ୍(Omicron Spawn) ମଧ୍ୟ କୁହାଯାଏ, BF.7 ସବ୍-ଭାରିଏଣ୍ଟ, ଅକ୍ଟୋବରରେ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା, ଏହା ଓମିକ୍ରୋନର ନୂତନ ଫର୍ମ, ଯେଉଁଥିରେ ହାଇ ଟ୍ରାନ୍ସମିସିବିଲିଟି ଅଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ହେଉଛି ନୂତନ ପ୍ରକାର ଶୀଘ୍ର ରୋଗ ପ୍ରତିରୋଧକ କ୍ଷମତାକୁ ଅତିକ୍ରମ କରୁଛି । ଏହି କାରଣରୁ, ବିଶ୍ୱ ମହାମାରୀର ଚତୁର୍ଥ ୱେଭ୍ ଦେଖିପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଏବେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଅତିରିକ୍ତ ସଚିବ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.