ETV Bharat / state

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : Aug 14, 2023, 8:54 PM IST

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶାର ପ୍ରବୀଣା ନାରୀ ନେତ୍ରୀ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ପୂର୍ବତନ ବିଧାୟିକା ସ୍ବର୍ଗତଃ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ । ଏହି ସ୍ମୃତି ସଭାରେ ମଧ୍ୟ କେନ୍ଦ୍ରଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେବେ । ଅଧିକ ପଢନ୍ତୁ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: ଆସନ୍ତା 16 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 16 ତାରିଖରେ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । 17 ତାରିଖରେ ଚାଟାର୍ଡା ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗଦେବେ ଅର୍ଥମନ୍ତ୍ରୀ । ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶାର ପ୍ରବୀଣା ନାରୀ ନେତ୍ରୀ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ପୂର୍ବତନ ବିଧାୟିକା ସ୍ବର୍ଗତଃ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ । ଏହି ସ୍ମୃତି ସଭାରେ ମଧ୍ୟ କେନ୍ଦ୍ରଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେବେ ।

ଏହାବି ପଢନ୍ତୁ- ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ: ଅର୍ଥମନ୍ତ୍ରୀ

ସେହିପରି ଅର୍ଥମନ୍ତ୍ରୀ ୧୭ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ଜାତୀୟ ଚାର୍ଟାଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହିତ ଦେଶର ଅର୍ଥନୀତି ସମ୍ପର୍କରେ ଆଲୋଚନା କରିବେ । ତେବେ ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ଉପସ୍ଥିତ ଥିଲେ।

ଏପଟେ ଆଜି ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ କାର୍ଯ୍ୟ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ମାର୍ଚ୍ଚ ସୁଦ୍ଧା ସରିବ ପ୍ରଥମ ବିଲ୍‌ଡିଂ। ୨୦୨୫ ଡିସେମ୍ବର ସୁଦ୍ଧା ସରିବ ଷ୍ଟେସନର ମୁଖ୍ୟ ପ୍ରବେଶ ପଥର ୧୧ ମହଲା ବିଲଡିଂ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ସୁବିଧା ଉପଲବ୍ଧ ହେବ । ଚାଲିଚାଲି ରେଳ ଅଧିକାରୀଙ୍କ ସହ ସମ୍ପର୍ଣ୍ଣ ଭାବରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହା ସହ ଭୁବନେଶ୍ଵରର ରେଳ ଷ୍ଟେସନରେ ବ୍ଲ୍ୟୁ ପ୍ରିଣ୍ଟ କୁ ଦେଖି ଛନ୍ତି। ଏହା ସହ କାର୍ଯ୍ୟ କିଭଳି ଭାବରେ କରାଯାଉଛି କେତେ ଜଲଦି ସରିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଏହାରି ମଧ୍ୟରେ ଏହି ପ୍ରକଳ୍ପ କୁ ଆଗକୁ ନେଉଥିବା ଲେବର ମାନଙ୍କ ସହିତ କଥା ହୋଇଛନ୍ତି। ଯେପରି ଠିକ ଭାବରେ ଏବଂ ଭଲ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ସେଲ୍ଫି ମଧ୍ୟ ଉଠାଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.