ETV Bharat / state

ଆଗକୁ ହକି ବିଶ୍ଵକପ, ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡାଣ ନେଇ ପ୍ରଶ୍ନବାଚୀ - ମେକ୍‌ ଇନ୍‌ ଓଡ଼ିଶା

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡାଣ ବନ୍ଦ ରହିଛି । ତେବେ ଆଗକୁ ମେକ୍‌ ଇନ୍‌ ଓଡ଼ିଶା ସହ ହକି ବିଶ୍ବକପ ରହିଥିବାରୁ ଭୁବନେଶ୍ବରରୁ ବିଦେଶକୁ ବିମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡାଣ ନେଇ ପ୍ରଶ୍ନବାଚୀ

author img

By

Published : Nov 2, 2022, 11:14 AM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ସ୍ଵପ୍ନ । କେବେ ଉଡିବ ବିଦେଶକୁ ବିମାନ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ଆଗକୁ ହକି ବିଶ୍ଵକପ ହେବାକୁ ଥିବାବେଳେ ବିଦେଶୀ ପର୍ଯ୍ୟଟକ କେମିତି ଆସିବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡାଣ ନେଇ ପ୍ରଶ୍ନବାଚୀ

କୋରୋନା ମହାମାରୀ ପୂର୍ବରୁ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ବନ୍ଦ ରହିଛି । କେବେ ଉଡାଣ କରିବ କେଉଁଠିକୁ ଉଡାଣ କରିବ ତାହା ସମୟ କହିବ । ସାରା ବିଶ୍ବରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରି ଓଡ଼ିଶା ଏକ ନୂଆ ପରିଚୟ ସୃଷ୍ଟି କରୁଛି । ରାଜ୍ୟରେ ଅନେକ ଯୋଜନା ବିଶ୍ଵସ୍ଥରୀୟ ହେଉଥିବା ବେଳେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନ ବନ୍ଦର ଅଛି କିନ୍ତୁ କୌଣସି ବିମାନ ଉଡାଣ କରୁନାହିଁ । ରାଜ୍ୟରେ ଥିବା ଦୁଇ ସହର ଭୁବନେଶ୍ବର ଓ ରାଉରକେଲାରେ ଜାନୁଆରି 2023 ମସିହାରେ ଆୟୋଜନ ହେବାକୁ ଯାଉଛି ହକି ବିଶ୍ବକପ । ହେଲେ ଓଡ଼ିଶାକୁ ବିଶ୍ବର ଅନ୍ୟ ଦେଶ ସହ ସଂଯୋଗ କରିବାକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇପାରିନାହିଁ । ପୂର୍ବ ଭାରତରେ ଝାଡ଼ଖଣ୍ଡ ପରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ଅନ୍ତର୍ଜାତୀୟ ବିମାନବନ୍ଦର ରହିଥିଲେ ସୁଦ୍ଧା ବିଦେଶକୁ ବିମାନ ଉଡ଼ାଣ ନାହିଁ । ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ ଆଧିକ ଆସିଥାନ୍ତି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅନେକ ମାତ୍ରାରେ ପର୍ଯ୍ୟଟନ ସ୍ଥଳ ରହିଛି ।

ଏହା ମଧ୍ୟ ପଢନ୍ତୁ: ଅରୁଣାଚଳ ପ୍ରଦେଶରେ ୪.୯ ତୀବ୍ରତାର ଭୂକମ୍ପ ଝଟକା

ଦୁବାଇରୁ ଆରମ୍ଭ କରି ବ୍ୟା‌ଙ୍କକ୍ ପର୍ଯ୍ୟନ୍ତ ଯେଉଁଠିକୁ ବିମାନ ଉଡ଼ାଣ କଲେ ଯାତ୍ରୀମାନେ ଅନେକ ମାତ୍ରାରେ ଖୁସି ହେବେ । ଏହା ସହ ଅନ୍ୟ କୌଣସି ସହରର ବିମାନ ବନ୍ଦର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଯାହା ଦ୍ଵାରା ଅନେକ ଯାତ୍ରୀ ରାଜ୍ୟରୁ ବିଦେଶ ଯାତ୍ରା କରିବାକୁ ପଛଘୁଞ୍ଚା ଦେବେ ନାହିଁ । ଏମିତିକି ଦୁବାଇ ଓ ଆବୁଧାବିରେ ହଜାର ହଜାର ପ୍ରବାସୀ ଓଡ଼ିଆ ଅଛନ୍ତି । ପ୍ରତିଦିନ ଏହି ଦୁଇ ସହରରୁ ବହୁ ଲୋକ ମୁମ୍ବାଇ ଓ ଦିଲ୍ଲୀ ହୋଇ ଭୁବନେଶ୍ବର ଆସୁଛନ୍ତି ଓ ଯାଉଛନ୍ତି । ଦୁବାଇକୁ ବିମାନ ଉଡ଼ାଣ ହେଲେ ଭୁବନେଶ୍ବରରୁ ୟୁରୋପୀୟ ଦେଶସମୂହ, ଉତ୍ତର ଆମେରିକା, କାନାଡା ଭଳି ଦେଶକୁ ଯୋଗାଯୋଗ ସୁବିଧା ହୋଇପାରିବ ।

ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ସୁବିଧାରେ ଯାତାୟତ କରିପାରନ୍ତେ । ସେହିଭଳି ପୂର୍ବରୁ ବ୍ୟାଙ୍କକ୍ ଏବଂ କ୍ବାଲାଲାମ୍ପୁରକୁ ବିମାନ ସେବା ଚାଲିଥିବା ବେଳେ ବହୁ ଲୋକ ବିଦେଶ ଯାଉଥିଲେ ଓ ବିଦେଶରୁ ବହୁ ଲୋକ ଆସୁଥିଲେ । ବିମାନସେବାରେ ଅଧିକ ଯାତ୍ରୀ ମାନେ ବେସ ଉପକୃତ ହେଉଥିଲେ । ସରକାରଙ୍କ ସହଯୋଗ ଅଭାବରୁ ଏହା ବନ୍ଦ ହୋଇଗଲା । ହେଲେ ଏହାକୁ ଚଳାଇବାକୁ କୌଣସି ଉଦ୍ୟମ ହେଲା ନାହିଁ । ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ହେଲେ ଭୁବନେଶ୍ବରରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ, ଇଣ୍ଡୋନେସିଆ ଭଳି ସହରକୁ ଯାତ୍ରୀମାନେ ସୁବିଧାରେ ଯାତାୟତ କରିପାରନ୍ତେ । ପୂର୍ବରୁ ବ୍ୟାଙ୍କକ୍ ଏବଂ କ୍ବାଲାଲମ୍ପୁରକୁ ବିମାନ ସେବା ସପ୍ତାହକରେ 3 ଦିନ ଉଡାଣ କରୁଥିଲା । ନିକଟ ଅତୀତରେ ରାଜ୍ୟ ସରକାର ଦୁବାଇରେ ଏକ ନିବେଶକ ସମ୍ମିଳନୀ କରିଥିଲେ । ଯଦି ସିଧାସଳଖ ଭାବରେ ଦୁବାଇରୁ ଭୁବନେଶ୍ବରକୁ ‌ସଂଯୋଗ କରି ବିମାନ ଚଳାଚଳ ନକରେ ତେବେ ସେଠାକାର ଉଦ୍ୟୋଗୀ ଆସିବା ସମ୍ଭାବନା କ୍ଷୀଣ ହୋଇପାରେ ।

ଆଗକୁ ଅଛି ମଧ୍ୟ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବିଦେଶୀ ଉଦ୍ୟୋଗୀଙ୍କୁ ଆକୃ‌ଷ୍ଟ କରିବାକୁ ଅନ୍ତର୍ଜାତୀୟ ରୁଟ୍‌ରେ ବିମାନ ଉଡ଼ାଣ ଆବଶ୍ୟକତା ରହିଛି । ଏନେଇ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନ ବନ୍ଦର ର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, କୋରୋନା ମହାମାରୀ ପାଇଁ ଅନ୍ତର୍ଜାତୀକ ବିମାନ ସେବା ବନ୍ଦ ରହିଥିଲା । ଏନେଇ ସରକାର ମଧ୍ୟ ଚେଷ୍ଟା ଚଲାଇଛନ୍ତି । ଭୁବନେଶ୍ବରରୁ ବିଦେଶକୁ କିଭଳି ଭାବରେ ବିମାନ ସେବା ଚଳାଚଳ ପୁଣିଥରେ ଆରମ୍ଭ ହେବ । ବିଦେଶକୁ ବିମାନ ଉଡାଣ ନେଇ ଖୁବ ଶୀଘ୍ର ଖୁସି ଖବର ମିଳିପାରେ । ବିଦେଶର ଅନେକ ମୁଖ୍ୟ ସହର ସହିତ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯୋଡି ହୋଇପାରିବ। ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ଵ ରହିଛି ବ୍ୟାଙ୍କକ, ସିଙ୍ଗାପୁର ଓ ଦୁବାଇ ସହରକୁ ଯୋଡିବା ପାଇଁ ବୋଲି କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.