ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନଙ୍କୁ ୟୁଜିସିର ନିର୍ଦ୍ଦେଶ, ଆଣ୍ଟି ରାଗିଂ ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 15, 2023, 10:56 AM IST

Anti Ragging Gudelines of UGC: ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରି ହେବ ଆଣ୍ଟି ରାଗିଂ ବ୍ୟବସ୍ଥା । ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଜାରି । ଅଧିକ ପଢ଼ନ୍ତୁ

ଆଣ୍ଟି ରାଗିଂ
anti ragging cell

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୟୁଜିସିର ନିର୍ଦ୍ଦେଶ । ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ୟୁଜିସି ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ପଦକ୍ଷେପ ନେବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଉଛି ୟୁଜିସି । ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ବାଡ୍‌, ଆଣ୍ଟି ରାଗିଂ ସେଲ୍ ଗଠନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଆଣ୍ଟି ରାଗିଂ କର୍ମଶାଳା ଏବଂ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଛାତ୍ରାବାସ, କ୍ୟାଣ୍ଟିନ୍, ଶୌଚାଳୟ, ବସ୍‌ଷ୍ଟାଣ୍ଡ ଆଦିକୁ ଅଚାନକ୍ ପରିଦର୍ଶନ କରିବାକୁ କୁହାଯାଇଛି ।

ନାମଲେଖା କେନ୍ଦ୍ର, ଲାଇବ୍ରେରି, କ୍ୟାଣ୍ଟିନ୍, ହଷ୍ଟେଲ ଆଦିରେ ଆଣ୍ଟି ରାଗିଂ ପୋଷ୍ଟର ଲଗାଇବାକୁ ୟୁଜିସି ପରାମର୍ଶ ଦେଇଛି । ୟୁଜିସି ୱେବ୍‌ସାଇଟ୍‌ରେ ଏହି ପୋଷ୍ଟର ଗୁଡ଼ିକ ଉପଲବ୍ଧ ରହିଛି। ନାମଲେଖା ଫର୍ମରେ ଆଣ୍ଟି ରାଗିଂ ଅଣ୍ଡରଟେକିଂ ବାଧ୍ୟତାମୂଳକ କରିବାକୁ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ରାଗିଂ ସମ୍ବନ୍ଧୀୟ ଘଟଣା ଯୋଗୁଁ ଅସୁବିଧାରେ ପଡ଼ିଥିବା ଛାତ୍ରମାନେ ନ୍ୟାସନାଲ ଆଣ୍ଟି-ରାଗିଂ ହେଲ୍ପଲାଇନକୁ 1800-180- 5522 (24x7 ଟୋଲ ଫ୍ରି) କୁ କଲ କରିପାରିବେ । ନଚେତ ଆଣ୍ଟି-ରାଗିଂ ହେଲ୍ପଲାଇନ୍‌କୁ ଇ-ମେଲ କରିପାରିବେ । ଛାତ୍ରଛାତ୍ରୀ କଲେଜରେ ଦେଇଥିବା ନିଜର ପଞ୍ଜୀକରଣ ନମ୍ବର ସହିତ ଏକ ଇ-ମେଲକୁ ପଠାଇବେ ।

ଏହା ମଧ୍ୟ ପଢନ୍ତୁ-ବିନାୟକ ଆଚାର୍ଯ୍ୟ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ 3ରୁ 4 ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ଆଣ୍ଟି ରାଗିଂ କମିଟି ଗଠନ ହେବା ଆବଶ୍ୟକ । ଏହି କମିଟି ଶିକ୍ଷାନୁଷ୍ଠାନ, ଶିକ୍ଷାନୁଷ୍ଠାନରେ ଥିବା ହଷ୍ଟେଲରେ ବିଭିନ୍ନ ସମୟରେ ଅତର୍କିତ ଯାଞ୍ଚ କରି ସ୍ଥିତି ଅନୁଧ୍ୟାନ କରିବେ। ନୂଆ ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ସମୟରେ ମତାମତ ସଂଗ୍ରହ କରିବେ। ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ହଷ୍ଟେଲ ବ୍ୟବସ୍ଥା ରହିବ। ସେହି ହଷ୍ଟେଲକୁ ରାତି 9ଟା ପରେ ସିନିୟର୍ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ। ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାର ହଷ୍ଟେଲର ସର୍ବସାଧାରଣ ଜାଗାରେ ସିସି କ୍ୟାମେରା ଲଗା ଯିବ। ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ସ୍ତରରେ ବି ଆଣ୍ଟି ରାଗିଂ ସ୍କ୍ବାଡ୍ ଗଠନ ହେବ।

ଏହି ସ୍କ୍କାଡ୍ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ହଠାତ୍ ଗସ୍ତ କରି ସ୍ଥିତି ପରଖିବ। ରାଗିଂ ବିରୋଧରେ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେବ। ଶିକ୍ଷାନୁଷ୍ଠାନର ମୁଖ୍ୟ, ଆଣ୍ଟି ରୢାଗିଂ କମିଟି ସଦସ୍ୟଙ୍କ ଫୋନ୍ ନମ୍ବର, 24 ଘଣ୍ଟିଆ ‌ଟୋଲ୍ ଫ୍ରି ନମ୍ବର ଇତ୍ୟାଦି ସଂପର୍କରେ ସୂଚନା ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନ ଏବଂ ହଷ୍ଟେଲ ଗୁଡ଼ିକରେ ସମସ୍ତଙ୍କ ଅବଗତି ପାଇଁ ଜାରି କରାଯିବ। ଏ ସଂପର୍କିତ ସୂଚନା ଏବଂ ଗୁରୁତ୍ବପୂର୍ଣ୍ଣ ଫୋନ୍ ନମ୍ବର ଇତ୍ୟାଦି ଲିଫଲେଟ୍ ଜରିଆରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.