ETV Bharat / state

ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି: ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି - ନକଲି ବିଶ୍ଵବିଦ୍ୟାଳୟ ନେଇ ୟୁଜିସି ନୋଟିସ

କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ସତର୍କ ରହିବାକୁ ନୋଟିସ ଜାରି କଲା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । କାରଣ ଦେଶରେ ରହିଛି ଅନେକ ନକଲି ବିଶ୍ବବିଦ୍ୟାଳୟ । ତେବେ ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ନକଲି ବିଶ୍ଵବିଦ୍ୟାଳୟ ରହିଥିବା ୟୁଜିସି ପ୍ରକାଶ କରିଛି । ଅଧିକ ପଢ଼ନ୍ତୁ

ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି

author img

By

Published : Aug 2, 2023, 5:08 PM IST

ଭୁବନେଶ୍ବର: କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ପରୀକ୍ଷାର୍ଥୀମାନେ ସାବଧାନ । ଦେଶରେ ରହିଛି ଅନେକ ନକଲି ବିଶ୍ବବିଦ୍ୟାଳୟ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସତର୍କ କରାଯାଇଛି । ତେବେ ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ରହିଛି ନକଲି ବିଶ୍ଵବିଦ୍ୟାଳୟ ରହିଛି ବୋଲି ସତର୍କ କରାଇଛି ୟୁଜିସି ।

ଦେଶରେ ଏକାଧିକ ନକଲି ବିଶ୍ବବିଦ୍ୟାଳୟ ରହିଥିବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହାସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ମଧ୍ୟ ସତର୍କ କରାଇଛି ୟୁଜିସି । ତେବେ ଏହି ବିଶ୍ବବିଦ୍ୟାଳୟ ଗୁଡ଼ିକ ପାଖରେ ଡିଗ୍ରୀ ସାର୍ଟିଫିକେଟ ଦେବା ପାଇଁ ଯୋଗ୍ୟତା ନାହିଁ ବୋଲି ୟୁଜିସି କହିଛି । ୟୁଜିସି ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦେଶର ମାର୍ଚ୍ଚ ୨୦୨୩ ସୁଦ୍ଧା ୨୦ଟି ବିଶ୍ବବିଦ୍ୟାଳୟର ନାଁ ରହିଛି । ତେବେ ଏହି ସମସ୍ତ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର କୌଣସି ବିଶ୍ଵବିଦ୍ୟାଳୟ ନାହିଁ । ଗତବର୍ଷ ରାଜ୍ୟରେ ୨ଟି ନକଲି ବିଶ୍ବବିଦ୍ୟାଳୟ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ କିନ୍ତୁ ଏଗୁଡ଼ିକର ନାମ ନକଲି ବିଶ୍ଵବିଦ୍ୟାଳୟ ତାଲିକାରେ ନାହିଁ ।

ତେବେ ଦେଶର ୨୦ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି । ଏହି ସମସ୍ତ ବିଶ୍ଵବିଦ୍ୟାଳୟ ଗୁଡ଼ିକ ପାଖରେ ଡିଗ୍ରୀ ସାର୍ଟିଫିକେଟ୍‌ ଦେବାର ଯୋଗ୍ୟତା ନାହିଁ । ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ । ନକଲି ବିଶ୍ବବିଦ୍ୟାଳୟର ତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୮ଟି, ଉତ୍ତର ପ୍ରଦେଶର ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଁଏ ନକଲି ବିଶ୍ବବିଦ୍ୟାଳୟ ରହିଛି । ସେହିଭଳି ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଥିବା ସୂଚନା ଦେଇଛି ୟୁଜିସି । ତେବ ଡିଗ୍ରୀ ପ୍ରଦାନ କରିବାର ସ୍ବତନ୍ତ୍ର ଅଧିକାର ରହିଛି । କେନ୍ଦ୍ରୀୟ ଅଧିନିୟମ, ପ୍ରାଦେଶିକ ଅଧିନିୟମ କିମ୍ବା ରାଜ୍ୟ ଅଧିନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟ ଭାବରେ ବିବେଚିତ ଏକ ଅନୁଷ୍ଠାନ କିମ୍ବା ଏକ ଅଧିନିୟମ ଦ୍ବାରା ସ୍ବତନ୍ତ୍ର କ୍ଷମତାପ୍ରାପ୍ତ ଏକ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିପାରିବ । ଏହି ଅଧିନିୟମ ଦ୍ବାରା କ୍ଷମତାପ୍ରାପ୍ତ ନଥିବା କୌଣସି ବି ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ କହିପାରିବ ନାହିଁ । ଏହାସହ କୌଣସି ଡିଗ୍ରୀ ମଧ୍ୟ ପ୍ରଦାନ କରିପାରିବ ନାହିଁ ବୋଲି ଜାରି କରିଥିବା ନୋଟିସରେ ଦର୍ଶାଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ।

ଏହା ମଧ୍ୟ ପଢ଼ନ୍ତୁ...କଟକରେ ଅନ୍ତବସ୍ତ୍ର ବି ନକଲି ! ନାମିଦାମୀ କମ୍ପାନୀର ଅନ୍ତବସ୍ତ୍ର ଜବତ, ବେପାରୀ ଅଟକ

ତେବେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ନାମ ଲେଖାଇବା ପୂର୍ବରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ପରୀକ୍ଷାର୍ଥୀମାନେ ଏଠାରୁ ଶିକ୍ଷାଦାନ ପରେ ମଧ୍ୟ କୌଣସି ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ ନାହିଁ । କାରଣ ଆତ୍ମଘୋଷିତ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଦେବାର ଯୋଗ୍ୟତା ନାହିଁ । ଯଦି ଉଚ୍ଚଶିକ୍ଷା ପାଇଁ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ ନେବା ପୂର୍ବରୁ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ତଥା ନକଲି କି ଅସଲି ବିଷୟରେ ସୂଚନା ପାଇଁ UGC ୱେବ୍‌ସାଇଟ୍ www.ugc.ac.in ଯୋଗେ ଯାଞ୍ଚ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛି ୟୁଜିସି । ଯଦି କୌଣସି ବିଶ୍ବବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ UGC ଅଧିନିୟମର ଉଲ୍ଲଂଘନ କରି ଏକାଡେମିକ ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି ତେବେ ସେହିଭଳି UGCର ନୋଟିସକୁ ugcampc@gmail.comକୁ ଇ-ମେଲ ମାଧ୍ୟମରେ ପଠାଯାଇପାରିବ । ଯାହାଦ୍ଵାରା ଏହିପରି ଶିକ୍ଷାନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରକାଶଯୋଗ୍ୟ, ଗତବର୍ଷ ଓଡ଼ିଶାରେ ଦୁଇଟି ନକଲି ଶିକ୍ଷାନୁଷ୍ଠାନ ରହିଥିଲା । ଗୋଟିଏ ଥିଲା ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜର ବାରିପଦାଠାରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟ ଅଫ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍ନୋଲୋଜି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.