ETV Bharat / state

Homeguard Harassed: କେବଳ ଶୈଳେନ୍ଦୀ ନୁହଁନ୍ତି ନିର୍ଯାତନାର ଶିକାର ହୋଇଛନ୍ତି ଆଉ 2 ହୋମଗାର୍ଡ - ରାଜ୍ୟରେ ହୋମଗାର୍ଡ ନିର୍ଯାତନା ଘଟଣା

ହୋମଗାର୍ଡ ନିର୍ଯାତନା ଘଟଣା ଏବେ ଘନେଇବାରେ ଲାଗିିଛି । ଏହାରି ଭିତର ଏକ ବଡ ଖବର ସାମ୍ନାକୁ ଆସିିଛି । ଖାଲି ଅନୁଗୋଳର ଶୈଳେନ୍ଦ୍ରୀ ନୁହନ୍ତି ପୂର୍ବରୁ ଆଉ ଦୁଇ ମହିଳା ହୋମଗାର୍ଡ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

homeguard harassed case
homeguard harassed case
author img

By ETV Bharat Odisha Team

Published : Aug 24, 2023, 10:48 AM IST

Updated : Aug 24, 2023, 12:56 PM IST

Homeguard Harassed

ଭୁବନେଶ୍ବର: ଅନୁଗୋଳର ମହିଳା ହୋମଗାର୍ଡଙ୍କୁ ବରିଷ୍ଠ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନା ଘଟଣା ଓ ଏହାକୁ ସହି ନପାରି ମହିଳା ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ଉଦ୍ୟମ ସାରା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣା ପରେ ଆଉ କିଛି ଏହିପରି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପୂର୍ବରୁ ମଧ୍ୟ ମହିଳା ହୋମଗାର୍ଡ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଭିଯୋଗ ଆସିଛି । ଦେବଗଡ ତତ୍କାଳୀନ ଏସପିଙ୍କ ଦ୍ବାରା ଅତ୍ୟାଚାରର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମହିଳା ହୋମଗାର୍ଡ ବିନତୀ ବେହେରା ଓ ବାସନ୍ତି ସାହୁ ।

ଘଟଣା ବିଷୟରେ ସୂଚନା ଦେଇ ପୀଡିତା ବିନତୀ ବେହେରା କହିଛନ୍ତି, ‘‘ସେ 2012 ମସିହାରେ ଦେବଗଡ ଜିଲ୍ଲା ପିଏସରେ ହୋମଗାର୍ଡ ଭାବେ ନିଯୁକ୍ତି ପାଇଥିଲେ । ୨୦୧୫ ମସିହାରେ ଏସପିଙ୍କ ରେସରେ ଡ୍ୟୁଟି ମିଳିଥିଲା । ସେହି ସମୟରେ ଆମକୁ ବ୍ୟକ୍ତିଗତ କାମ ଯେପରି ଘର ପୋଛିବା, ଲୁଗା ସଫା କରିବା, ଶୌଚାଳୟ ସଫା କରାଉଥିଲେ, ଡଷ୍ଟବିନ ଫିଙ୍ଗିବାକୁ କହୁଥିଲେ । ଦିନ ଆମକୁ ଡଷ୍ଟବିନ ଫିଙ୍ଗିବାକୁ କହୁଥିଲେ ମୁଁ ମନା କରିବାରୁ ମୋତେ ସେ ଗାଳି ଗୁଲଜ କଲେ ଓ ଘରୁ ବାହାର କରିଦେଲେ ।’’ ପରବର୍ତ୍ତୀ ସମୟରେ ଆମେ ତାଙ୍କୁ ଭୁଲ ମାଗି କାମ ଦେବାକୁ କହିଲେ ମାତ୍ର ସେ ରାଜି ହୋଇନଥିବା ଅଭିଯୋଗ ଆଣିଛନ୍ତି ବିନତୀ ବେହେରା ।

ପୀଡିତା ବିନତୀ ବେହେରା ଆହୁରି କହିଛନ୍ତି, ''ଆମେ ଡିଜି ଅଫିସ ଯାଇଥିଲୁ । ଡିଜିଙ୍କୁ ଏ ବାବଦରେ ଜଣାଇଲୁ ହେଲେ ସେ କିଛି କହିଲେ ନାହିଁ । ଏହାପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲୁ ଟଙ୍କା ସାରିଲୁ ଓକିଲ କେହି ଆମ କଥା ଶୁଣିଲେ ନାହିଁ । ଏବେ ଆମେ ଦୁଃଖ କଷ୍ଟରେ ଚଳୁଛି ଘରେ ବସି ରହୁଛି । ଗରିବ ବୋଲି କଣ ଆମକୁ ନ୍ୟାୟ ମିଳିବ ନାହିଁ ଆମକୁ ନ୍ୟାୟ ଦରକାର । ଛୋଟ କର୍ମଚାରୀ ବୋଲି କହି ଆମକୁ ଯେଉଁ ନିର୍ଯାତନା ଦିଆଯାଇଛି ସେଥିରୁ ଆମକୁ ନ୍ୟାୟ ମିଳୁ ।''

ଏହା ବି ପଢନ୍ତୁ...Tortured By IPS Officer's wife: ବାବୁଆଣୀଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ?

ଏହା ବି ପଢନ୍ତୁ...ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ନ୍ୟାୟ ଦାବି କଲା କଂଗ୍ରେସ, OHRCରେ ମାମଲା ରୁଜୁ

ଏଠି ପ୍ରଶ୍ନ ଉଠିଛି ମହିଳା ହୋମଗାର୍ଡଙ୍କୁ କାହିଁକି ଘରୋଇ କାମରେ ନିଯୋଜିତ କରାଯିବ । ଘରୋଇ କାମରେ ସେମାନଙ୍କୁ ନିୟୋଜିତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ । ଓଡ଼ିଶାରେ ହୋମଗାର୍ଡ ଆକ୍ଟ ୧୯୬୧ ରହିଛି । ଜାଣନ୍ତୁ କଣ କହୁଛି ନିୟମ...

କୌଣସି ହୋମଗାର୍ଡ କୌଣସି ସରକାରୀ କର୍ମଚାରୀଙ୍କର ବ୍ୟକ୍ତିଗତ କାମ କରିବେ ନାହିଁ । ଯଦି କିଏ କଲା ତାହା ତାଙ୍କର ବ୍ୟକ୍ତିଗତ କଥା । କିନ୍ତୁ ଏଭଳି ଅଭିଯୋଗ ଆସେ ତେବେ ଏହାର ଉପରିସ୍ଥ ଅଧିକାରୀ ଏସପି, ଡିଆଇଜି, ଡିଜି ଏନେଇ ତଦନ୍ତ କରି କାର୍ଯାନୁଷ୍ଠାନ ନେବା କଥା । କିନ୍ତୁ ଆଇନ ସମସ୍ତଙ୍କ ପ୍ରତି ଆଇନ ସମାନ । ନିୟମ ଅନୁସାରେ ଏସପି ଓ ଡିଆଇଜି, ଡିଜି ରେସ ବା କ୍ବାଟରରେ ରେସ ଅଫିସ ଚାଲିଥାଏ । ଏଥିପାଇଁ ହୋମଗାର୍ଡଙ୍କୁ ସେଠାରେ ସରକାରୀ କାମ ପାଇଁ ଡ୍ୟୁଟି ଦିଆଯାଏ । କିନ୍ତୁ ଅଫିସ କାମ ବ୍ୟତିତ କୌଣସି ବ୍ୟକ୍ତିଗତ କାମ କରିପାରିବେ ନାହିଁ । ଯଦି କିଏ ଏସପି, ଡିଜି ,ଡିଆଇଜି ହୋମଗାର୍ଡଙ୍କୁ ନିର୍ଯାତନା ଦିଅନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ହେବ । ଏପରିକି ସରକାରୀ ନିଲମ୍ବନଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ନେଇପାରିବେ କରଣ କୌଣସି ବ୍ୟକ୍ତିକୁ ନିର୍ଯାତନା ଦେବାର ଅଧିକାର ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2023, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.