ETV Bharat / state

ILS ରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ, ରାଜ୍ୟର ଆୟୁର୍ବେଦ ଉପରେ ଅବଗତ କରାଇବା ଉଦ୍ଦେଶ୍ୟ

author img

By

Published : Nov 17, 2022, 8:04 PM IST

ଆଇଏଲଏସର ଦୁଇ ଦିନିଆ ଜାତୀୟ ସମ୍ମିଳନୀ । ଜୀବ ବିଜ୍ଞାନ ସଂସ୍ଥାନ ଆଇଏଲଏସ (Institute Of Life science) ରେ ଦୁଇ ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡିଶାରେ ଥିବା ଔଷଧୀୟ ଗଛ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି । ଅଧିକ ପଢନ୍ତୁ

ILS ରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ, ରାଜ୍ୟର ଆୟୁର୍ବେଦ ଉପରେ ଅବଗତ କରାଇବା ଉଦ୍ଦେଶ୍ୟ
ILS ରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ, ରାଜ୍ୟର ଆୟୁର୍ବେଦ ଉପରେ ଅବଗତ କରାଇବା ଉଦ୍ଦେଶ୍ୟ

ଭୁବନେଶ୍ବର: ଆଇଏଲଏସର ଦୁଇ ଦିନିଆ ଜାତୀୟ ସମ୍ମିଳନୀ । ଜୀବ ବିଜ୍ଞାନ ସଂସ୍ଥାନ ଆଇଏଲଏସ (Institute Of Life science) ରେ ଦୁଇ ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡିଶାରେ ଥିବା ଔଷଧୀୟ ଗଛ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି । ସମ୍ମିଳନୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଥିବା ଅନେକ ଔଷଧୀୟ ଗଛ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା । ବୈଦ୍ୟମାନେ ଯେଉଁମାନେ ଗାଁର ଡାକ୍ତର ସେମାନଙ୍କ ପ୍ରସାର ସହ ଜଡ଼ିବୁଟିର ପ୍ରସାର କରିବା । ଜଡ଼ିବୁଟି ହେଉଛି ଓଡିଶା ତଥା ଭାରତର ବହୁ ପୁରାତନ ବିଶ୍ୱାସ । ଯାହା ବିଜ୍ଞାନରେ ମଧ୍ୟ ପ୍ରମାଣିତ । ଅନେକ ଗାଁରେ ଲୋକମାନେ ଆଜି ବି ଏହି ଜଡିବୁଟି ଖାଇ ବିଭିନ୍ନ ରୋଗ ଭଲ କରିପାରୁଛନ୍ତି । ଥଣ୍ଡା, ଜ୍ୱର, କାଶ ହେଉ କି କଫ ସବୁର ମୂଳ ଔଷଧ ହେଉଛି ବିଭିନ୍ନ ଔଷଧୀୟ ଗଛର ଚେର ମୂଳି, ଡାଳ, ପତ୍ର, ଫୁଲ ଆଦି । ତେଣୁ ଯେଉଁ ରୋଗ ପାଇଁ ବ୍ୟୟ ବହୁଳ ଡାକ୍ତରଖାନାରେ ଲୋକେ ବହୁତ ପଇସା ଖର୍ଚ୍ଚ କରୁଛନ୍ତି ସେମାନେ ଥରେ ଏହି ଜଡି ବୁଟିକୁ ବ୍ୟବହାର କରିବାର ପ୍ରଣାଳୀ ଶିଖିବା ଦରକାର ।

ଏହାବି ପଢନ୍ତୁ- ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଦିବାସୀ ଉପାନ୍ତ ଅଞ୍ଚଳ ଯଥା କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦୁଝର ନୟାଗଡ ଭଳି ଅନେକ ଜିଲ୍ଲାରୁ ବୈଦ୍ୟମାନେ ଏଠାରେ ଆସି ଜଡ଼ିବୁଟି ବ୍ୟବହାର ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି । କିଏ ଦଶମ, ତ କିଏ ପଞ୍ଚମ ପଢ଼ିଛି କିନ୍ତୁ ରୋଗର ନିରକାରଣ ବିଷୟରେ ସବୁ କିଛି ଜାଣିଛନ୍ତି । ଆଉ କିଏ 10 ବର୍ଷ ହେଲା ଏହି କାମ ରେ ରହିଥିବା ବେଳେ ଆଉ କିଏ 30 ବର୍ଷ ଧରି ଜଡ଼ିବୁଟିର ବ୍ୟବହାର କରି ଲୋକଙ୍କୁ ଭଲ ମଧ୍ୟ କରିପାରୁଛନ୍ତି । ଏହା ନିଜ ପୂର୍ବଜଙ୍କଠୁ ଶିଖିଥିବାର କହିଛନ୍ତି । ଯେପରି କି ସୀତା ମୂଳକ ଗଛ ଯାହା ମୁଣ୍ଡ ବିନ୍ଧା କମିବା ପାଇଁ ବ୍ୟବହାର କରାଯାଏ । ଗଡା କୁଢ଼ି ଗଛ ଯାହା ବାନ୍ତି, ପେଟ ଦରଜ ହେଲେ ଦିଆଯାଇଥାଏ । ହେମକଦାରୁ ଯାହା ଆଣ୍ଠୁଗଣ୍ଠି ଫୁଲିବା ଦେହ ହାତ ଫୁଲିବା ଭଳି ସମସ୍ୟା ହେଲେ ଦିଆଯାଏ । ପାତାଳ ଗରୁଡ଼ ସହ ରଙ୍ଗ ସେକ ମିଶାଇ ଖାଇଲେ ଦେହ ବଥା ମୁଣ୍ଡ ବିନ୍ଧା ଆଦି ଭଲ ହୋଇଥାଏ । ଗ୍ୟାସ ପାଇଁ ମଧ୍ୟ ଦିଆଯାଉଛି ବୋଲି ବୈଦରାଜମାନେ କହିଛନ୍ତି ।

ଏହାବି ପଢନ୍ତୁ- Shraddha Walker: ହତ୍ୟାକାଣ୍ଡର ସବୁ ସତ ବଖାଣିବ ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍, ଜାଣନ୍ତୁ ଏହା କ'ଣ

କାରୋନା ସମୟରେ ଅନେକ ଲୋକମାନେ ଚେରମୂଳି ସହ କାଢା ପିଇଥିବାର ନଜରକୁ ଆସିଛି । ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଦ୍ଵାରା ଉପାନ୍ତ ଅଞ୍ଚଳର ଅନେକ ଜନଜାତିର ଲୋକମାନେ କାରୋନା ଦାଉରୁ ରକ୍ଷା ପଇଛନ୍ତି । ଏହା ସହ ଛୋଟ ଛୋଟ ରୋଗ ଠାରୁ ଆରମ୍ଭ କରି ବଡ ବଡ ରୋଗ ମଧ୍ୟ ଜଡିବୁଟି ଦ୍ଵାରା ଭଲ ହୋଇଥିବାର କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.