ETV Bharat / state

ଖୋର୍ଦ୍ଧାରୁ 2 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମର ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିର ସୁରକ୍ଷା ଅଧିକାରୀ । ଦୀର୍ଘ ଦୁଇ ମାସ ଧରି ଠିକାଦାର ପାଖରୁ ମାନସିକ ଓ ଶାରୀରିକ ନିର୍ଯାତନା ସହୁଥିବା ଏହି ଦୁଇ ଶିଶୁ ଶ୍ରମିକ କୌଶଳ କ୍ରମେ ଖସି ଆସିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 6, 2019, 9:22 PM IST

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମର ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିର ସୁରକ୍ଷା ଅଧିକାରୀ । ଦୀର୍ଘ ଦୁଇ ମାସ ଧରି ଠିକାଦାର ପାଖରୁ ମାନସିକ ଓ ଶାରୀରିକ ନିର୍ଯାତନା ସହୁଥିବା ଏହି ଦୁଇ ଶିଶୁ ଶ୍ରମିକ କୌଶଳ କ୍ରମେ ଖସି ଆସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ନଖପଡା ବାଲିସାହିର ଜଣେ 17 ଓ ଆଉ ଜଣେ 14 ବର୍ଷୀୟ ନାବାଳକଙ୍କୁ ରୋଜଗାରର ଲୋଭ ଦେଖାଇ ଅଜୟ ନାମକ ଦଲାଲ ସେମାନଙ୍କୁ ବୋରିଂ କାମରେ ନିୟୋଜିତ କରିଥିଲେ । ଦିନରାତି କାମ କରୁଥିବା ସତ୍ତ୍ବେ ପାରିଶ୍ରମିକ ଦେଉନଥିଲା ଠିକାଦାର । ଅର୍ଥ ଦେବା ବଦଳରେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ସେମାନେ ନିର୍ଯାତନା ସହି ନପାରି ଗୁରୁବାର ସକାଳs କୌଶଳକ୍ରମେ ଠିକାଦାର ପାଖରୁ ଖସି ନିଜ ଗ୍ରାମ ଅଭିମୁଖେ ଆସୁଥିଲେ ।

ଦୁଇ ତିନି ଘଣ୍ଟା ଚାଲି ଚାଲି ଆସିବା ପରେ ଦୁଇ ଶିଶୁ ଶ୍ରମିକ ହାଲିଆ ହୋଇ ବଡ଼ବେରଣା ଗ୍ରାମ ନିକଟରେ ଅଟକି ଥିଲେ । ସେଠାରେ ଉକ୍ତ ଗ୍ରାମର କିଛି ଲୋକ ସେମାନଙ୍କର ହାବଭାବ ଦେଖି ସନ୍ଦେହ କରି ପଚାରିବାରୁ ସମସ୍ତ କଥା ସାମ୍ନାକୁ ଆସିଥିଲା । ଏହାପରେ ଗ୍ରାମବାସୀ ଖୋର୍ଦ୍ଧା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଶିଶୁ କଲ୍ୟାଣ ସମିତି ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ରାଜ୍ୟରେ ଶିଶୁ ଶ୍ରମିକଙ୍କ ହାର । ଆଉ ଏଭଳି ଖବର ପ୍ରତ୍ୟେକ ଦିନ ଖବରକାଗଜର ଶିରୋନାମା ପାଲଟୁଛି । ଶିଶୁ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଗଠନ ହୋଇଛି ଶିଶୁ ଶ୍ରମିକ ନିରୋଧୀ ଆଇନ । କିନ୍ତୁ କିଛି ଲାଭଖୋର ଠିକାଦାର ଏବଂ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏଭଳି ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପଛାଉ ନାହାନ୍ତି । ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ନା ମିଳୁଛି ଉପଯୁକ୍ତ ଦଣ୍ଡ ନା ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଥମୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.