ETV Bharat / state

ଜାତୀୟ ରାଜପଥରୁ ମଦ ବୋଝେଇ ଟ୍ରକ ଅପହରଣ - national highway

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ମଦ ଡିପୋରୁ ବିଅର ବୋଝେଇ ଟ୍ରକ ସାହାଯ୍ୟରେ ଦଶପଲ୍ଲାର ପ୍ରଭାତ ମିଶ୍ରଙ୍କ ବିଅର ପାର୍ଲରକୁ ମଦ ବୋଝେଇ ଟ୍ରକଟି ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ଏକ ବୋଲେରୋ ଏବଂ ବାଇକରେ ଆସି ଟ୍ରକଟିକୁ ଅପହରଣ କରିବା ସହ ମୋବାଇଲ, ନଗଦ 13 ହଜାର ଟଙ୍କା ଲୁଟି ନେଇଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 19, 2019, 12:46 PM IST

ଖୋର୍ଦ୍ଧା: ଜାତୀୟ ରାଜପଥରୁ ଅପହରଣ ହେଲା ମଦ ବୋଝେଇ ଟ୍ରକ । ବୁଧବାର ଖୋର୍ଦ୍ଧାରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ମଦ ବୋଝେଇ ଟ୍ରକକୁ ଅପହରଣ କରାଯାଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ନିକଟରୁ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସୂଚନା ମୁତାବକ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ମଦ ଡିପୋରୁ ବିଅର ଟ୍ରକ ସାହାଯ୍ୟରେ ଦଶପଲ୍ଲାର ପ୍ରଭାତ ମିଶ୍ରଙ୍କ ବିଅର ପାର୍ଲରକୁ ମଦ ବୋଝେଇ ଟ୍ରକଟି ଯାଉଥିଲା । ଉକ୍ତ ସମୟରେ 57ନଂ ଜାତୀୟ ରାଜପଥର ପିଚୁକୁଳି ନିକଟରେ 6ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଏକ ବୋଲେରୋ ଏବଂ ବାଇକରେ ଆସି ଟ୍ରକଟିକୁ ଅଟକାଇ ଥିଲେ ।

ଏହାପରେ ସେମାନେ ଟ୍ରକ ଡ୍ରାଇଭରଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ମୋବାଇଲ, ନଗଦ 13ହଜାର ଟଙ୍କା ନେବା ସହ ମଦ ବୋଝେଇ ଟ୍ରକଟିକୁ ଅପହରଣ କରି ନେଇଛନ୍ତି । ତେବେ ମଦର ଆନୁମାନିକ ମୂଲ୍ୟ ସାଢେ 5 ଲକ୍ଷରୁ ଊର୍ଦ୍ଧ୍ବ ହେବା ନେଇ ଆଶଙ୍କା କରାଯାଉଛି । ଏପଟେ ଏହି ଘଟଣା ନେଇ ବେଗୁନିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.