ETV Bharat / state

ଗୋଦାମ ଗୃହ ନିର୍ମାଣ ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା

author img

By ETV Bharat Odisha Team

Published : Jan 13, 2024, 10:56 AM IST

Warehouse Construction: ସମବାୟ ସମିତି ଜରିଆରେ ଓଡ଼ିଶାରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ନିର୍ମାଣ ହେବ ଗୋଦାମ ଘର । ଏନେଇ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

ଗୋଦାମ ଗୃହ ନିର୍ମାଣ
Warehouse Construction

ଭୁବନେଶ୍ବର: ଭାରତ ସରକାରଙ୍କ ପାଇଲଟ ପ୍ରୋଜେକ୍ଟ ''ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନା''ରେ ଓଡ଼ିଶାରେ ଗୋଦାମ ଗୃହ ନିର୍ମାଣ ହେବ । ଏଥିପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ, କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତି ବା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ହୋଇଛି ଏକ ତ୍ରିପାକ୍ଷିକ ଚୁକ୍ତିନାମା ।

ରାଜ୍ୟରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ସଂରକ୍ଷଣ ନିମନ୍ତେ ବର୍ତ୍ତମାନ ୧୧,୯୨,୭୬୦ ମେଟ୍ରିକ ଟନ୍ କ୍ଷମତାର ଗୋଦାମ ଘର ଅଛି । ତେବେ ୨୪,୯୩,୭୫୦ ମେଟ୍ରିକ ଟନ କ୍ଷମତାର ଗୋଦାମ ଗୃହର ଆବଶ୍ୟକତା ରହିଛି । ଏହି ଚାହିଦା ପୂରଣ କରିବା ପାଇଁ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ କରାଯିବ । ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଓଡ଼ିଶାରେ ୫୦୦ ରୁ ୨୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଗୋଦାମ ଗୁଡ଼ିକ ଭାରତୀୟ ଖାଦ୍ୟ ନିଗମ ଦ୍ଵାରା ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଫୋକସରେ ଚାଷୀଙ୍କ ଆୟ ବୃଦ୍ଧି: ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି, ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ

ରାଜ୍ୟରେ ମୋଟ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି। ସେଥିମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୭୭ଟି ପ୍ରାଥମିକ କୃଷି ସମବାୟ ସମିତି ବା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିକୁ ମନୋନୀତ କରାଯାଇଛି । ସେଥିମଧ୍ୟରୁ ୫୬ଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷର କରିଛନ୍ତି । ଅବଶିଷ୍ଟ ସମିତିଗୁଡ଼ିକ ଖୁବ ଶୀଘ୍ର ରାଜିନାମା ସ୍ଵାକ୍ଷର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଏହି ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା । ଏହି ସମୟରେ ଏନବିସିସିର ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର ସିହ୍ନା, ଅତିରିକ୍ତ ସମବାୟ ନିବନ୍ଧକ ସୁଶାନ୍ତ କୁମାର ପଣ୍ଡା, ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ପଦାଧିକାରୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.