ETV Bharat / state

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ସମ୍ମୁଖରେ ଵିକ୍ଷୋଭ କଲେ କିନ୍ନର ସଂଘ - ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା

ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟୟ ହେବାରେ ଲାଗିଛି । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ସମ୍ମୁଖରେ ଵିକ୍ଷୋଭ କଲେ କିନ୍ନର ସଂଘ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କିନ୍ନର ସଂଘ ଵିକ୍ଷୋଭ

author img

By

Published : Feb 17, 2023, 10:18 PM IST

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କିନ୍ନର ସଂଘ ଵିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟୟ ହେବାରେ ଲାଗିଛି । ସ୍ଥିତି ଏମିତି ହେଲାଣି ଯେ, ଜଣେ ପୋଲିସ କର୍ମୀ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ମାରୁଛି । ସେହିଭଳି ରାଜ୍ୟରେ ଦୁର୍ନୀତି ସବୁ ସୀମା ଟପି ଗଲାଣି । ଯାହାକୁ ନେଇ ଆଜି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ସମ୍ମୁଖରେ ଵିକ୍ଷୋଭ କଲେ କିନ୍ନର ସଂଘ। ।

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା । ଯାହାକୁ ନେଇ ଗୃହ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ମହିଳା ସୁରକ୍ଷା କୁଆଡେ ଗଲା ଜବାବ ଦିଅ । ଓଡ଼ିଶାର ଯେଉଁ ବ୍ୟବସ୍ଥା ଯେଉଁ ଅବସ୍ଥା ତାହା ଶୋଚନୀୟ ହୋଇପଡିଛି । ମହିଳା ଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣ ଅସୁରକ୍ଷିତ। ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି। ଯଦି ଆଗାମୀ ଦିନରେ ସ୍ଥିତି ନବଦଳେ ଆଗାମୀ ଦିନରେ ସାରା ଓଡ଼ିଶାର କିନ୍ନର ସମାଜ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଧମକ ଦେଇଛି କିନ୍ନର ସଂଘ ।

ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ହେଲେ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟମାଇଣ୍ଡକୁ କ୍ରାଇମ୍ ବ୍ରାଞ୍ଚ ଧରିବା ଅବହେଳା କରୁଛି । ସେହିପରି ରାଜ୍ୟରେ ହତ୍ୟା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବା ବେଳେ ଯାହାକୁ ରୋକିବାରେ ଓଡ଼ିଶା ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରବଳ ସମାଲୋଚନା କରିଛନ୍ତି କିନ୍ନର ସଂଘ । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ମଧ୍ୟ କିନ୍ନର ସଂଘ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ସରକାରର ଇସ୍ତଫା ଦାବି କରିଛି । କିନ୍ନର ନେତ୍ରୀ ମେନକା ପରିଡା ପୋଲିସ ଅଧିକାରୀମାନଙ୍କୁ ତାଙ୍କ ବାଟ ରୋକିବାକୁ ନେଇ ଠିକ ନୁହେଁ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନଚେତ ସାରା ରାଜ୍ୟରେ କିନ୍ନର ମହାସଂଘ ଆନ୍ଦୋଳନ କୁ ଓହ୍ଲାଇବ । ମେନକା ଧମକ ଦେଇଥିଲେ । ଆଜି କିଛି କିଂନ୍ନର, ବିରୋଧୀ ଦଳ ନେତା ଜୟ ନାରାୟନ ମିଶ୍ର ଙ୍କ ବାସଭବନ ରେ ଆସି ବିକ୍ଷୋଭ ପଦର୍ଶନ କରିଥିଲେ, ଜୟ ନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ଆସି କିନ୍ନର ମାନଙ୍କୁ ମିଠା ଖୁଆଇ ଥିଲେ । ତେବେ ନବ ଦାଶ ଙ୍କ ହତ୍ୟାକାଣ୍ଡ ପରେ ଏବେ ରାଜ୍ୟରେ ରାଜନୀତି ଉଷ୍ମ ହୋଇଛି । ନେତାଙ୍କୁ ପୋଲିସ ମାରିଦେଉଛି, ମହିଳା ଅସୁରକ୍ଷିତ ଏଭକି ଅନେକ ସମସ୍ୟା ନେଇ ପ୍ରତିବାଦର ନିଆଁ ଜଳୁଛି । ପୋଲିସ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପୋଲିସ ସୁରକ୍ଷା କୁ କଡାକଡି କରିଥିଲା।ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.