ETV Bharat / state

ପ୍ରଗତିଶୀଳ ନୀତି ଓଡ଼ିଶାକୁ ଟେକ୍ନୋଲୋଜି ହବରେ ପରିଣତ କରିଛି: ମୁଖ୍ୟମନ୍ତ୍ରୀ

author img

By

Published : May 12, 2023, 7:57 AM IST

ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ ଟାଇମ୍ସର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଅଧିକ ପଢନ୍ତୁ

Transforming Odisha Conclave held in Bhubaneswar

ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ହୋଇଯାଇଛି ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ ଟାଇମ୍ସର ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Transforming Odisha Conclave
Transforming Odisha Conclave

ମୁଖ୍ୟମନ୍ତ୍ରୀ କହିଛନ୍ତି ,''ଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ଅଭିନବ କେନ୍ଦ୍ର ଏବଂ ଟେକ୍ନୋଲୋଜି ହବ ଭାବରେ ଉଭା ହୋଇଛି । ଟିସିଏସ, ଇନଫୋସିସ, ଟେକ ମହିନ୍ଦ୍ରା ଭଳି ବଡ଼ ବଡ଼ ଆଇଟି କମ୍ପାନୀ ରାଜ୍ୟରୁ ସଫ୍ଟୱେର ରପ୍ତାନୀରେ ଯୋଗଦାନ କରୁଛନ୍ତି । ବର୍ଷ ବର୍ଷ ଧରି ସେମାନେ କ୍ରମାଗତ ଭାବେ ଅଭିବୃଦ୍ଧି କରୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଘରୋଇ ଆଇଟି କମ୍ପାନୀ ବ୍ୟବସାୟିକ ପରିପକ୍ୱତା, ବଜାର ଅଧିଗ୍ରହଣ ଏବଂ ଗୁଣାତ୍ମକମାନ ଦୃଷ୍ଟିରୁ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିଛନ୍ତି । ଏହା ରାଜ୍ୟର ଆଇଟି କ୍ଷେତ୍ରର ରୂପାନ୍ତରଣର ଏକ ସ୍ପଷ୍ଟ ସଙ୍କେତ । ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆମର ପ୍ରଗତିଶୀଳ ନୀତି ଢାଞ୍ଚା ଅନେକ ଆଗଧାଡ଼ିର ଆଇଟି ଏବଂ ଆଇବିଏମ, ଡେଲୋଇଟ ଏବଂ କନସେଣ୍ଟ୍ରିକ୍ସ ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆମ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ମୋ ସରକାର ଗୁରୁତ୍ୱ ଦେଉଛି । ରାଜ୍ୟକୁ ୧୦.୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ର ବଡ଼ ସଫଳତା, ପ୍ରକୃତରେ ଓଡ଼ିଶାର ପରିବର୍ତ୍ତନ ଏବଂ ନୂତନ ଓଡ଼ିଶାର ଆଗମନକୁ ଦର୍ଶାଉଛି ।

Transforming Odisha Conclave
Transforming Odisha Conclave

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ,'' ବିଶ୍ୱସ୍ତରୀୟ ଦକ୍ଷତା, ନୂଆ ଦକ୍ଷତା ଏବଂ ଉନ୍ନତ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପ୍ରତିଭା ସମ୍ୱଳମାନକୁ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଭାବରେ ସୁଦୃଢ଼ କରୁଛୁ । ଯାହା ଦ୍ୱାରା ଶିଳ୍ପକୁ ମାନବ ସମ୍ବଳ ନିଯୁକ୍ତି ପାଇଁ ଅଧିକ ଦୂରକୁ ଚାହିଁବାକୁ ପଡିବ ନାହିଁ । ସ୍କିଲ୍ଡ ଇନ ଓଡ଼ିଶା ଆଜି ଶିଳ୍ପ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ସ୍ୱଳ୍ପ କାଳୀନ ଓ ଦୀର୍ଘମିଆଦୀ ପାଠ୍ୟକ୍ରମରେ ପ୍ରାୟ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଡିଜିଟାଲ ମାଧ୍ୟମକୁ ଗୁରୁତ୍ଵ ଦିଆଯାଉଛି । ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟସରକାର ନିରନ୍ତର ଚେଷ୍ଟିତ । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଉପଲବ୍ଧ କରାଇ ଲୋକଙ୍କ ଜୀବନଶୈଳୀରେ ଅନେକ ଉନ୍ନତି ଓ ପରିବର୍ତ୍ତନ କରାଯାଉଛି । ସାଧାରଣ ଲୋକଙ୍କ ଜୀବନରେ ହେଉଥିବା ଏହି ବାସ୍ତବ ଉନ୍ନତି ଓ ପରିବର୍ତ୍ତନକୁ ସାମାଜିକ ପ୍ରଗତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ''

Transforming Odisha Conclave
Transforming Odisha Conclave

ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ,''ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ପ୍ରଯୁକ୍ତିବିଦ୍ୟା ନୀତି ଏବଂ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ହାରାହାରି ୧୦ ଲକ୍ଷ ଯୁବକ ଯୁବତୀ ଉତ୍ତୀର୍ଣ୍ଣ ହେଉଛନ୍ତି । ଫଳସ୍ୱରୂପ ସୃଷ୍ଟି ହୋଇ ଚାଲିଥିବା ଦକ୍ଷ ଶ୍ରମଶକ୍ତିର ବିଶାଳ ଭଣ୍ଡାର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ନୂତନ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ସରକାରଙ୍କ ପ୍ରମୁଖ ନୀତି ନିର୍ମାତା ଏବଂ ସର୍ବୋତ୍ତମ ଆଇସିଟି ଜ୍ଞାନକୌଶଳ ତଥା ପ୍ରୟୋଗ କ୍ଷେତ୍ରରେ ଥିବା ଉଦ୍ୟୋଗୀମାନଙ୍କୁ ଏକାଠି କରିବା ଏହି ଟ୍ରାନ୍ସଫର୍ମିଂ ଓଡ଼ିଶା କନକ୍ଲେଭର ଅନ୍ୟତମ ଉଦ୍ଦେଶ୍ୟ । ଆହୁରି ମଧ୍ୟ ସରକାର ଏବଂ ବୈଶ୍ୱିକ ଡିଜିଟାଲ ଶିଳ୍ପ ମଧ୍ୟରେ ହେବାକୁ ଯାଉଥିବା ସମନ୍ୱୟ ଦ୍ୱାରା ଶାସନ ପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ ତଥା ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ । ବିଭିନ୍ନ ଅଧିବେଶନରେ ସରକାରଙ୍କ ଅନେକ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ, ଜନସେବା ଯୋଗାଇବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଏବଂ ଡିଜିଟାଲ ସ୍ୱାକ୍ଷରତା କ୍ଷେତ୍ରରେ ଜନସଚେତନା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଏବଂ ସଫଳ ଆଲୋଚନା ହୋଇଛି । ''

''ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇଣ୍ଡିଆ ଇଲେକ୍ଟ୍ରୋନିକସ ସେମି କଣ୍ଡକ୍ଟର ଆସୋସିଏସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି, ନବ ସୃଜନ ବୃଦ୍ଧି ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା କ୍ଷେତ୍ରରେ ସହାୟକ ହେବ । କନକ୍ଲେଭରେ ଭିଏଲଏସଆଇ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ଚାପ୍ଟର ଆରମ୍ଭ ନେଇ ଘୋଷଣା କରାଯାଇଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ସ୍ଵତନ୍ତ୍ର ଉପସ୍ଥାପନା କରିଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଗୁଣାତ୍ମକ ମାନର ଉନ୍ନତି, ଆଇଟିଆଇ, ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ ମାଧ୍ୟମରେ ବୈଷୟିକ ଶିକ୍ଷା ତଥା ରାଜ୍ୟର ଉଦୀୟମାନ ଶିଳ୍ପାଞ୍ଚଳରେ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ଆଭିମୁଖ୍ୟ ବାବଦରେ ଉପସ୍ଥାପନା କରିଛନ୍ତି । କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭିନୀଲ କ୍ରିଷ୍ଣା ରାଜ୍ୟ ସରକାରଙ୍କ ସଫଳତା, ଆଭିମୁଖ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସଂକ୍ଷେପରେ ଉପସ୍ଥାପନା କରିଥିଲେ ।''

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ, ଶିକ୍ଷାବିତ, ବୈଷୟିକ ବିଶେଷଜ୍ଞ ଏହି ସମାବେଶରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି । ଆଗାମୀ ସମାଜ ପାଇଁ ବିଶାଳ ଡିଜିଟାଲ ପରିବର୍ତ୍ତନ ପ୍ରୟାସକୁ ଫଳପ୍ରଦ କରୁଥିବା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ପ୍ରୋତ୍ସାହନ ଏବଂ ପ୍ରମୁଖ ଘରୋଇ କ୍ଷେତ୍ର ଗୁଡିକରେ ସର୍ବୋତ୍ତମ ଆଇସିଟି କାର୍ଯ୍ୟପ୍ରଣାଳୀ ବିଷୟରେପ୍ୟାନେଲ ଆଲୋଚନା ଏବଂ ଉପସ୍ଥାପନା ଅବସରରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । ମଧ୍ୟପ୍ରଦେଶ, ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରତିନିଧି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।

ସମାବେଶରେ ରାଜ୍ୟ ତଥା ରାଜ୍ୟବାହାରୁ ୨୫ରୁ ଊର୍ଦ୍ଧ୍ୱ ବକ୍ତା ଏବଂ ୪୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି । ଏହି ସମାବେଶରେ ୫ଟି ଆଲୋଚନା ଚକ୍ର ଓଡ଼ିଶାର ଡିଜିଟାଲ ସମ୍ପ୍ରସାରଣ କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ, ଆଇଟି ଏବଂ ଇଏସଡିଏମ ଇକୋସିଷ୍ଟମର ବ୍ୟାପକ ସମ୍ପ୍ରସାରଣ, ସେମିକଣ୍ଡକ୍ଟର କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି, ସାଇବର ସୁରକ୍ଷା, ମୂଲ୍ୟବାନ ସରକାରୀ ତଥ୍ୟର ସୁରକ୍ଷା, ଜନସେବାରେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଏସଟିପିଆଇ ପକ୍ଷରୁ ଏକ ରପ୍ତାନି ପୁରସ୍କାର ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା । ପୁରସ୍କାର ବିତରଣୀ ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଏସଟିପିଆଇ ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ଉପସ୍ଥିତ ରହି କମ୍ପାନୀମାନଙ୍କୁ ପୁରସ୍କୃତ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ, ଅନୁସନ୍ଧାନକାରୀ, ନୀତି-ନିର୍ମାତା ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.