ETV Bharat / state

ସୁଗମ ଟ୍ରେନ ଚଳାଚଳ ପାଇଁ କରାଯିବ ଟ୍ରାକ ଲିଙ୍କ କାର୍ଯ୍ୟ, ବାତିଲ୍‌ ରହିବ ଏହିସବୁ ଟ୍ରେନ - railway link work

ପୂର୍ବତଟ ରେଳପଥ ନନ-ଇଣ୍ଟରଲକିଂ ଏବଂ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହିତ ରେଳ ଟ୍ରାକ ଗୁଡ଼ିକୁ ସଂଯୋଗ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଗ୍ରହଣ କରିଛି । ଅଧିକ ପଢନ୍ତୁ

track link work
track link work
author img

By

Published : Jan 6, 2023, 10:31 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥର କୋରାପୁଟ-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଏବଂ ମାନବାର ରେଳ ଷ୍ଟେସନ ମଧ୍ୟରେ ଦୋହରା ଲାଇନ ଏବଂ କୋରାପୁଟ-ରାୟଗଡା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ ଏବଂ ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି । ଉଭୟ ରେଳ ଦୋହରୀକରଣ ପ୍ରକଳ୍ପ କୋରାପୁଟରେ ସଂଯୋଗ ହୋଇଥିବାରୁ ଏହି ପ୍ରକଳ୍ପଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସିଙ୍ଗଲ୍ ଲାଇନ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଟ୍ରାଫିକ୍ ସମସ୍ୟା ହେବ ସହିତ ଟ୍ରେନ୍ ଚଳାଚଳରେ ବିଳମ୍ବ ଘଟାଉଥିଲା ।

ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ଏବଂ ସୁବିଧା ହୋଇଛି । ଉପରୋକ୍ତ ଟ୍ରେନ୍ ଲାଇନଗୁଡିକ ତିନୋଟି ରାଜ୍ୟର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଅବସ୍ଥିତ । ଏହି ଅଞ୍ଚଳରେ ରେଳବାଇ କାର୍ଯ୍ୟର ବିକାଶ ହୋଇପାରିବ । ପୂର୍ବତଟ ରେଳପଥ ନନ-ଇଣ୍ଟରଲକିଂ ଏବଂ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହିତ ରେଳ ଟ୍ରାକ ଗୁଡ଼ିକୁ ସଂଯୋଗ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଗ୍ରହଣ କରିଛି । ତେଣୁ ନନ-ଇଣ୍ଟରଲକିଂ କାର୍ଯ୍ୟ 6 ଜାନୁଆରୀରୁ 7 ଜାନୁୟାରୀ ପର୍ଯ୍ୟନ୍ତ ମାନବାର ଷ୍ଟେସନରେ, 8 ଜାନୁୟାରୀ ପର୍ଯ୍ୟନ୍ତ ଡୁମୁରିପୁଟ ଷ୍ଟେସନରେ ଏବଂ 10 ଜାନୁୟାରୀ ପର୍ଯ୍ୟନ୍ତ କୋରାପୁଟ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରାଯିବ।

ଟ୍ରେନ୍ ବାତିଲ୍:18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 5 ଜାନୁଆରୀରେ ରାଉରକେଲା ଠାରୁ ଏବଂ 6 ଜାନୁୟାରୀରେ ଜଗଦଲପୁରରୁ ବାତିଲ ।

ଟ୍ରେନର ଆଂଶିକ ବାତିଲ୍: 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ 5 ଜାନୁଆରୀରେ ଭୁବନେଶ୍ୱରରୁ ରାୟାଗଡା ପର୍ଯ୍ୟନ୍ତ ଚାଲିବ ଏବଂ ରାୟଗଡା ଠାରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ । 8448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 6 ଜାନୁୟାରୀରେ ଜଗଦଲପୁର ପରିବର୍ତ୍ତେ ରାୟଗଡାରୁ ଛାଡିବ ଏବଂ ଜଗଦଲପୁରରୁ ରାୟଗଡା ପର୍ଯ୍ୟନ୍ତ ବାତିଲ ରହିବ।

18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ 5 ଜାନୁୟାରୀରେ ଟିଟିଲାଗଡ ପର୍ଯ୍ୟନ୍ତ ଚାଲିବ ଏବଂ ଟିଟିଲାଗଡରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ। 18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 7 ଜାନୁଆରୀରେ ଜଗଦଲପୁର ପରିବର୍ତ୍ତେ ଟିଟିଲାଗଡରୁ ଛାଡିବ ଏବଂ ଜଗଦଲପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ବାତିଲ ରହିବ।

08546 ବିଶାଖାପାଟନମ୍-କୋରାପୁଟ ପାସେଞ୍ଜର ସ୍ପେଶାଲ 5 ରୁ 10 ଜାନୁୟାରୀ ମଧ୍ୟରେ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ଲକ୍ଷ୍ମୀପୁର ରୋଡରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ। 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର 6 ରୁ 11 ଜାନୁୟାରୀ ମଧ୍ୟରେ ଲକ୍ଷ୍ମୀପୁର ରୋଡରୁ ଛାଡିବ ଏବଂ କୋରାପୁଟ ଏବଂ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ବାତିଲ ରହିବ। ବିଶାଖାପାଟନମରୁ 18512 ବିଶାଖାପାଟନମ୍-କୋରାପୁଟ ଏକ୍ସପ୍ରେସ 6 ଏବଂ 9 ଜାନୁୟାରୀରେ ଦାମନଯୋଡି ପର୍ଯ୍ୟନ୍ତ ଚାଲିବ ଏବଂ ଦାମନଯୋଡିରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ ।

18511 କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ 6 ରୁ 11 ଜାନୁୟାରୀ ପର୍ଯ୍ୟନ୍ତ ଦାମନଯୋଡିରୁ ଛାଡିବ ଏବଂ କୋରାପୁଟ ଏବଂ ଦାମନଯୋଡି ମଧ୍ୟରେ ବାତିଲ ରହିବ । 6 ଜାନୁଆରୀରେ ବିଶାଖାପାଟନମ୍ ରୁ ବିଶାଖାପାଟନମ୍-କିରାଣ୍ଡୁଲ୍ ପାସେଞ୍ଜର ଆରାକୁ ପର୍ଯ୍ୟନ୍ତ ଚାଲିବ । ଏଥିସହ କିରାଣ୍ଡୁଲରୁ 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ଜୟପୁର ପର୍ଯ୍ୟନ୍ତ ଚାଲିବ ।

କୋରୁପୁଟ ଷ୍ଟେସନକୁ ନଯାଇ ଡୁମୁରିପୁଟ-କୋରାପୁଟ ଏ ଏବଂ ବି କ୍ୟାବିନସ୍-ମାନବାର ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ: ମାନବାର ଏବଂ ଦାମନଯୋଡିରେ ଏହି ସମୟ ମଧ୍ୟରେ ରହଣି କରିବ। 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ 6 ରୁ 9 ଜାନୁୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱରରୁ । 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 6 ରୁ 10 ଜାନୁୟାରୀ ପର୍ଯ୍ୟନ୍ତ ଜଗଦଲପୁରରୁ । 18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ 6 ରୁ 9 ଜାନୁୟାରୀ ପର୍ଯ୍ୟନ୍ତ ହାଓଡ଼ା ଠାରୁ । 18006 ଜଗଦଲପୁର-ହାଓଡ଼ା ସମଲେସ୍ୱରୀ ଏକ୍ସପ୍ରେସ 8 ରୁ 10 ଜାନୁୟାରୀ ପର୍ଯ୍ୟନ୍ତ ଜଗଦଲପୁରରୁ । ରାଉରକେଲାରୁ 18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ 6 ରୁ 9 ଜାନୁୟାରୀ ପର୍ଯ୍ୟନ୍ତ । ଜଗଦଲପୁରରୁ 18108 ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 7 ରୁ 10 ଜାନୁୟାରୀ ପର୍ଯ୍ୟନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.