ETV Bharat / state

CMRFକୁ ୨୦ ଲକ୍ଷ ଦେଲା ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ - ୨୦ ଲକ୍ଷ ଦେଲା ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ

ମୃତାହତଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦେଲା ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ । ଅଧିକ ପଢନ୍ତୁ

CMRFକୁ ୨୦ ଲକ୍ଷ ଦେଲା ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ

author img

By

Published : Jun 7, 2023, 7:09 AM IST

ଭୁବନେଶ୍ବର: ବାଲେଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ (CMRF) ସହାୟତା ରାଶି ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜରିଆରେ ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଛନ୍ତି ବହୁ ସରକାର, ବେସରକାରୀ ଓ ସ୍ବେଚ୍ଛାସେବୀ ସଂଗଠନ । ଏହି କ୍ରମରେ ମୃତାହତଙ୍କ ସହାୟତା ଲାଗି ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ ପକ୍ଷରୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ପ୍ରାଣୀ ସମ୍ପଦ ସେବା ସଂଘ ଏହି ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି । ସେହିଭଳି ରାଜ୍ୟ ସଚିବାଳୟ ସେବା ସଂଘ ତରଫରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସଂଘର କର୍ମକର୍ତ୍ତା ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ଉଭୟ ସଂଘର କର୍ମକର୍ତ୍ତାମାନେ ଏଭଳି ଦୁଃଖଦ ସମୟରେ ସହାୟତାର ହାତ ବଢାଇଥିବାରୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ସଂଘର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଞ୍ଜୟ ସିଂ ଓ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: Train Accident: ଅଚିହ୍ନା ମୃତଦେହର ଦିଲ୍ଲୀରେ ଟେଷ୍ଟ ହେବ DNA ସାମ୍ପଲ

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରେନ ଦୁର୍ଘଟଣାରେ ମୃତ ଓ ଗୁରୁତରଙ୍କ ପାଇଁ ସହାୟତା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତରଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଅନୁକମ୍ପା ରାଶି କେବଳ ଓଡ଼ିଶାର ଲୋକଙ୍କୁ ଦିଆଯିବ । ପ୍ରକାଶଥାଉ କି, ଗତ ଶୁକ୍ରବାର ରାତିରେ ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ପ୍ରାଣ ହରାଇଛନ୍ତି । ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଶତାଧିକ ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଛନ୍ତି । ହେଲେ ଏବେସୁଦ୍ଧା ଅନେକ ମୃତଦେହର ଚିହ୍ନଟ ହୋଇପାରିନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.