ETV Bharat / state

ମନମୋହୁଛି ପଟ୍ଟଚିତ୍ର ଶାଢ଼ୀ ଓ ପାରମ୍ପରିକ ଅଳଙ୍କାର

author img

By ETV Bharat Odisha Team

Published : Oct 21, 2023, 7:33 PM IST

ପାର୍ବଣରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ହସ୍ତଶିଳ୍ପ ଶାଢ଼ୀ । ଗ୍ରାହକଙ୍କୁ ଆକର୍ଷିତ କରୁଛି ବୁଣାକାରଙ୍କ ହସ୍ତତନ୍ତ । ଅଧିକ ପଢନ୍ତୁ

ମନମୋହୁଛି ପଟ୍ଟଚିତ୍ର ଶାଢ଼ୀ ଓ ପାରମ୍ପରିକ ଅଳଙ୍କାର ,ରୋଜଗାରକ୍ଷମ ହେଉଛନ୍ତି ବୁଣାକାର

ଭୁବନେଶ୍ୱର: କାଶତଣ୍ଡୀ ଫୁଲର ମହକ ସହ ଧରାବତରଣ କରିଛନ୍ତି ଜଗତଜନନୀ ମା'ଦୁର୍ଗା । ମା'ଙ୍କ ଅବତରଣକୁ ନେଇ ପୁରା ଧରା ହସି ଉଠୁଥିବା ବେଳେ ପାର୍ବଣର ମାହୋଲରେ ଉତ୍ସଵ ମୁଖର ଗାଁଠୁ ସହର । ଆଉ ଏହି ଉତ୍ସବର ମାହୋଲରେ ମା'ଙ୍କ ଆମନ୍ତ୍ରଣକୁ ନେଇ ବେଶ ସଜେଇ ହୁଅନ୍ତି ନାରୀ । ପୂଜାରେ ସାଧାରଣତଃ ସେବା ସମର୍ପଣ ଓ ଶାନ୍ତିର ଭାବନାକୁ ନେଇ ମହିଳାମାନେ ଶାଢ଼ୀ ପିନ୍ଧୁଥିବା ବେଳେ ଚାହିଦାରେ ରହିଛି ପାରମ୍ପରିକ ଶାଢ଼ୀ । ସ୍ୱତନ୍ତ୍ର ଭାବେ ମା'ଙ୍କ ଚିତ୍ରିତ ପଟ୍ଟଚିତ୍ର, ହସ୍ତତନ୍ତ ଓ ହସ୍ତ ଶିଳ୍ପ ଶାଢ଼ୀର ରହିଛି ବେଶ ଚାହିଦା ।ଏହି ଚାହିଦା ସହ ବୁଣାକାରଙ୍କ ହାତର ଯାଦୁଗରୀକୁ ନେଇ ବିଭିନ୍ନ ଡ଼ିଜାଇନର ଶାଢ଼ୀ ଭୁବନେଶ୍ୱର ବାସୀଙ୍କୁ ଆକର୍ଷିତ କରୁଥିବା ବେଳେ ପଟ୍ଟଚିତ୍ର ଶାଢ଼ୀର ସମ୍ଭାରରେ ସଜେଇ ହୋଇଥିବା ପଟଶ୍ରୀ ଷ୍ଟୁଡ଼ିଓରେ ଜମୁଛି ଲୋକଙ୍କ ଭିଡ ।

ଏଠାରେ ଭଳିକି ଭଳି ଶାଢ଼ୀ ସହ ପାରମ୍ପାରିକ ଅଳଙ୍କାର ଉପଲବ୍ଧ ରହିଛି । ମା'ଙ୍କ ଆଗମନକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଗ୍ରହକମାନେ ଏହି ପାରମ୍ପରିକ ବା ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ଡ଼ିଜାଇନର ଶାଢ଼ୀ କିଣି ନେଉଛନ୍ତି । କାରଣ ବୁଣାକାରଙ୍କ ହାତର କାରିଗରୀର ପ୍ରତିଟି ଶାଢ଼ୀର କଳାକୃତି ଯେଭଳି ଜୀବନ୍ତ ଲାଗୁଛି । ଯେ କେହିବି ଦଖିଲେ ଟିକିଏ ଅଟକି ଯିବ ।

ସେ କୋଣାର୍କର ଚିତ୍ର ହେଉ ଅବା ଜଗନ୍ନାଥଙ୍କ ପ୍ରତିକୃତି ଅବା ମା'ଦୁର୍ଗାଙ୍କ ପ୍ରତିଛବି । ଆମ କଳାସଂସ୍କୃତିର ପରିଚୟ ସାଜିଥିବା ଐତିହ୍ୟର କଳାକୃତି ସହ ପଟ୍ଟଚିତ୍ରର ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି ପଟଶ୍ରୀରେ । ଶାଢ଼ୀ ସହ ମ୍ୟାଚିଙ୍ଗ ଅଳଙ୍କାର ପାର୍ବଣକୁ ଆଉ ଟିକେ ସୁନ୍ଦର କରୁଥିବା ବେଳେ ବେଶ ଚିତାକର୍ଷକ ଓ ଆକର୍ଷଣୀୟ ରହିଛି ଏହାର ପ୍ରତିଟି ଡ଼ିଜାଇନ । ତେଣୁ ପାରମ୍ପରିକ କାରୁକାର୍ଯ୍ୟର ଏହି ଶାଢ଼ୀ କିଣି ବେଶ ଖୁସି ରାଜଧାନୀବାସୀ ।

ଏହା ମଧ୍ୟ ପଢନ୍ତୁ.....ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା

ଅନ୍ୟପଟେ ଲୋକଙ୍କ ଚାହିଦାକୁ ଦେଖି ଗତ ୧ବର୍ଷ ହେବ ଆମ କଳା ସଂସ୍କୃତିରକୁ ବହନ କରୁଥିବା ଶୀଢୀ ସବୁ ଯୋଗାଇ ଆସୁଛି ପଟଶ୍ରୀ ଷ୍ଟୁଡିଓ । ଏଠାରେ ୪ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ଦାମର ଶାଢ଼ୀ ପାଇ ରହିଛି । ବିଶେଷ ଭାବେ ବୁଣାକାରଙ୍କ ପ୍ରଚାର ପ୍ରସାର ସାରା ବିଶ୍ୱରେ କରିବା ପାଇଁ ଏହି ଭଳି ପ୍ରୟାଶ କରିଛି ପଟଶ୍ରୀ ।

ତେଣୁ ଏଠାରେ କଟନ,ସିଲ୍କକ, ଟସର, ଫାବ୍ରିକର ବିଭିନ୍ନ ପ୍ରକାର ଡ଼ିଜାଇନ ରିହିଛି । ଏହା ସହ କେବଳ ଓଡ଼ିଶାର ପଟ୍ଟଚିତ୍ରର ଶାଢୀ ନାହିଁ ବରଂ ଅନ୍ୟ ରାଜ୍ୟର ଶାଢ଼ୀ ମଧୂବନି କଳାମକାରୀ ଭଳି ବହୁ ଡ଼ିଜାଇନ ରହିଛି ବୋଲି ସୂଚନା ନେଇଛନ୍ତି ପାଟଶ୍ରୀର କର୍ତୃପକ୍ଷ । ପାରମ୍ପରିକ କଳାକୃତିର ଏହି ଶାଢ଼ିଗୁଡ଼ିକ ବେଶ ଚିତ୍ତାକର୍ଷକ ଦିଶିବା ସହ ପୂଜାର ମାହୋଲକୁ ବେଶୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ପୂଜାରେ ଆମ କଳା ସଂସ୍କୃତି ଓ ପରମ୍ପରାର ଝଲକରେ ସଜେଇ ହୋଇ ମହିଳା ମାନେ ମଧ୍ୟ ବେଶ ସୁନ୍ଦର ଲାଗୁଥିବା ବେଳେ ଏଭଳି ଶାଢ଼ୀ ନେବାକୁ ରାଜଧାନୀବାସୀ ବେଶ ପସନ୍ଦ କରୁଥିବା ଜଣାପଡିଛି ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.