ETV Bharat / state

ଭାଉ ଖାଉଛି ଟମାଟୋ, ଏକାଥରେ ଦର ସେଞ୍ଚୁରୀ ପାର

author img

By

Published : Jun 27, 2023, 9:22 PM IST

ଟମାଟୋ ବଜାରରେ ମହଙ୍ଗା ମାଡ଼ । ୨୫ ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ସପ୍ତାହକ ଭିତରେ ୧୦୦ ଛୁଇଁଲାଣି । ଟମାଟୋର ଅହେତୁକ ଦରଦାମ ନେଇ ଚିନ୍ତାରେ ଖାଉଟି । ଅଧିକ ପଢ଼ନ୍ତୁ

tomato price hike
ଆକାଶ ଛୁଆଁ ଟମାଟୋ ଦର
ଆକାଶ ଛୁଆଁ ଟମାଟୋ ଦର

ଭୁବନେଶ୍ବର: ଆକାଶ ଛୁଆଁ ଟମାଟୋ ଦର । ୨୫ କି ୩୦ ଟଙ୍କା ନୁହେଁ ଏକାଥରେ ଶତକ ମାରିଛି ଟମାଟୋ ଦର । ବେପାରି କହୁଛନ୍ତି କିଲୋ ପିଛା ୧୦୦ ଟଙ୍କା । କିଣିଲେ ପକେଟକୁ ବି ବାଧୁଛି । ଟମାଟୋର ଅଦିନିଆ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ଅଚାନକ ଟମାଟୋର ଦର ହାଣ୍ଡିଶାଳରେ ଚଡ଼କ ପକାଇଛି । ଇଚ୍ଛା ନଥିବା ବି ଗ୍ରାହକ କିଣିବାକୁ ବାଧ୍ୟ । କେବଳ ଓଡ଼ିଶା ନୁହେଁ ସାରା ଦେଶରେ ସପ୍ତାହକ ମଧ୍ୟରେ ଟମାଟୋର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ଏକ ନମ୍ବର ହାଟରେ ଆକାଶ ଛୁଆଁ ଟମାଟୋ ଦର । ୧୦୦ ରୁ ୧୨୦ ପର୍ଯ୍ୟନ୍ତ ଟଙ୍କା ଦେଇ ଗ୍ରାହକ କିଣୁଛନ୍ତି ଟମାଟୋ । ପ୍ରତିବର୍ଷ ଏହି ସମୟରେ ୩୦ ରୁ ୪୦ ଟଙ୍କା ବିକ୍ରି ହେଉଥିବା ବେଳେ ଏଥରର କିନ୍ତୁ ୧୦୦ ପାର କରିଛି । ତେଣୁ ଟମାଟୋର ଏହି ଦର ହାଣ୍ଡିଶାଳରେ ଚଡ଼କ ପକାଇଛି । ଅଦିନିଆ ଟମାଟୋର ଦରକୁ ନେଇ କେହି କେହି ଅତ୍ୟନ୍ତ ଦରକାର ପାଇଁ ୧ କିଲୋ ବଦଳରେ ୨୫୦ ନେଉଛନ୍ତି ତ କେହି କେହି ଟମାଟୋରୁ ମୁହଁ ଫେରାଉଛନ୍ତି । କାରଣ ହାଣ୍ଡିଶାଳରେ ଟମାଟୋ ଏକ ଜରୁରୀ ପରିବା । ବିନା ଟମାଟୋରେ ତରକାରୀର ସ୍ବାଦ ଆସେନାହିଁ । କିନ୍ତୁ ସାଧାରଣ ଖାଉଟିଙ୍କ ପକେଟକୁ ଦେଖିଲେ ଏହା ଏକ ବଡ଼ ଟେନସନ ପାଲଟିଛି । ଅଦିନିଆ ଦର ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, "ଦର ବୃଦ୍ଧିର କଣ କାରଣ ରହିଛି ତାର ସମାଧାନ କରନ୍ତୁ ସରକାର । ଦୁଇ ଟଙ୍କାରେ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି । ଟମାଟୋ ଯଦି ୧୨୦ କରିବେ ତେବେ ଗରିବ ଖଟିଖିଆ ଲୋକେ କଣ ଖାଇବେ?"

ଏହା ମଧ୍ୟ ପଢ଼ନ୍ତୁ: ନାଲିଆଖି ଦେଖାଇଲାଣି ଟମାଟୋ, 100 ଛୁଇଁଲା ଦର

ଅନ୍ୟପଟେ ଦର ବୃଦ୍ଧିକୁ ନେଇ ବ୍ୟବସାୟ ସଂଘ ସଭାପତି କହିଛନ୍ତି, "ଏପରି ଓଡ଼ିଶାରେ ଟମାଟୋ ଦର ଏତେ ମାତ୍ରାରେ ବୃଦ୍ଧି ହୋଇନଥିଲା । ଗତ ସପ୍ତାହରେ ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଆଜି ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଅଦିନିଆ ଦର ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଟମାଟୋର ଅଭାବୀ ଆମକୁ ଘାରିଛି ।" ତେବେ ଟମାଟୋର ଦରବୃଦ୍ଧି ନେଇ ଅନେକ କାରଣ ରହିଛି । ସାଧାରଣତଃ, ଟମାଟୋ ପାଇଁ ଓଡ଼ିଶା ଅନ୍ୟରାଜ୍ୟ ଉପରେ ନର୍ଭର କରେ । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଟମାଟୋ ଉତ୍ପାଦନ କମିଛି । ବର୍ଷା, ପୋକ ଲାଗିବା ଓ ଅନ୍ୟାନ୍ୟ ଉତ୍ପାଦନ ସମସ୍ୟା ଯୋଗୁଁ ଆବଶ୍ୟକୀୟ ପରିମାଣରେ ଟମାଟୋ ଆସି ପାରୁନାହିଁ । ଯେଉଁଥି ପାଇଁ ଟମାଟୋ ଦର ବୃଦ୍ଧି ଘଟିଛି । ଆଗାମୀ ୧୫ ଦିନ ଟମାଟୋ ଦର ଏହିଭଳି ବୃଦ୍ଧି ରହିବ ବୋଲି କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସଭାପତି କହିଛନ୍ତି ।

୨ ଦିନ ମଧ୍ୟରେ ଟମାଟୋ ଦର ୧୫୦ ରୁ ୧୬୦ ଛୁଇଁବ ବୋଲି କଞ୍ଚା ପରିବା ବେବସାୟୀ ମହାସଂଘ କହିଛି । କବେଳ ଟମାଟୋ କାହିଁକି ସବୁ ପରିବା ଦର ଏବେ ଆକାଶ ଛୁଆଁ । ଭୁବନେଶ୍ୱର ଏକ ନମ୍ବର ମାର୍କଟରେ ବିନ୍ସ ୨୦୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଝୁଡ଼ଙ୍ଗ ୧୪୦ ରୁ ୨୦୦, ବାଇଗଣ ୮୦, ଜହ୍ନି ୮୦, ଅଦା ୨୬୦ ଟଙ୍କାରେ ବିକ୍ରି ହେଉଛି ।
ତେବେ ଟମାଟୋର ଅଚାନକ ଦରବୃଦ୍ଧିକୁ ନେଇ ସବୁଠି ଅସନ୍ତୋଷର ଧାରା ଲାଗିରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.