ETV Bharat / state

ଦଲାଲଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ, 100 ଟପିଲା ଗିରଫଦାରୀ

author img

By

Published : Sep 27, 2019, 2:33 PM IST

Updated : Sep 27, 2019, 10:45 PM IST

କାର୍ଯ୍ୟାନୁଷ୍ଠାନ ଆରମ୍ଭ ଦିନରୁ ହିଁ 30 ଜଣ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ । ହସ୍ପିଟାଲ ଓ ଆରଟିଓ ବିଭାଗର ବିଭିନ୍ନ ଦଲାଲଙ୍କୁ ଗିରଫ କରିବା ପରେ ଆଜି କାର୍ଯ୍ୟାନୁଷ୍ଠାନର ଦ୍ବିତୀୟ ଦିନ । ତେବେ କେଉଁଠି ଓ କେତେଜଣକୁ ଗିରଫ କରାଯାଇଛି ନଜର ପକାନ୍ତୁ...

ଫାଇଲ ଫଟୋ

ଭୁବନେଶ୍ବର: ଦଲାଲଙ୍କ ଉପରେ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ । ହସ୍ପିଟାଲ ଓ ଆରଟିଓ ପରିସରରେ ଦଲାଲଙ୍କ ଉପରେ ରହିଛି କଡା ନଜର । ହସ୍ପିଟାଲରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ଅଥବା ଆରଟିଓର କାଗଜପତ୍ର ବାହାନାରେ ଠକେଇ । ସମସ୍ତ ଦଲାଲଙ୍କୁ ଗିରଫ କରିବାରେ ଲାଗିଛି ପୋଲିସ । ପ୍ରଥମ ଦିନର କାର୍ଯ୍ୟାନୁଷ୍ଠାନରେ 30ଜଣ ଗିରଫ ହେବା ପରେ ଦ୍ବିତୀୟ ଦିନରେ 100 ଟପିଲାଣି ଗିରଫଦାରୀ ।

ବାଲେଶ୍ବର, ବାରିପଦା ଆରଟିଓରୁ 3 ଜଣ ଗିରଫ ହେବା ପରେ ଅନୁଗୋଳ ଆରଟିଓ ଓ ହସ୍ପିଟାଲରୁ 6 ଜଣକୁ ଗିରଫ ହୋଇଛନ୍ତି। ସେହିପରି ଭବାନୀପାଟଣା, ଜଗତସିଂହପୁର ଆରଟିଓରୁ 2, କେନ୍ଦୁଝରରୁ 4 ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ଡିଜି ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ହସ୍ପିଟାଲ ଦଲାଲଙ୍କ ଭିତରେ ଏକ ଛନକା ପସିଛି । ତେବେ ଆଗକୁ 'ମୋ ଯୋଜନା ଲାଗୁ' କରିବା ପୂର୍ବରୁ ସରକାର ଏପରି ସ୍ବଚ୍ଛତାର ପ୍ରମାଣ ଦେଉଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦଲାଲଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ,
ହସପିଟାଲ,ଆରଟିଓରେ ବଢୁଛି ଗିରଫଦାରୀBody:

ଦଲାଲଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ।ହସପିଟାଲ କି ଆରଟିଓ ପରିସରରେ ଦଲାଲଙ୍କ ଉପରେ ପୋଲିସ ନଜର।ହସପିଟାଲରେ ରୋଗିଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଉଥିବା।ଆରଟିଓରେ କାଜପତ୍ର ବାହାନାରେ ଠକେଇ କରୁଥିବା ଦଲାଲଙ୍କୁ ଗିରଫ କରୁଛି ପୋଲିସ।ଏପରିକି ପ୍ରଥମ ଦିନରେ ୩୦ଜଣ ଗିରଫ ହୋଇଥିବା ବେଳେ ଦିତ୍ବିୟ ଦିନରେ ଏହା ୫୦ ଟଫିଛି ।ବାଲେଶ୍ବର ଆରଟିଓରୁ ୩ଜଣ ,ବାରିପଦା ଆରଟିଓରୁ ୩ଜଣ,ଅନୁଗୁଳ ଆରଟିଓରୁ ୨ଜଣ ,ହସପିଟାଲରୁ ୪ଜଣ,ଭବାନିପାଟଣାରୁ ଆରଟିଓରୁ ୨ଜଣ ପରି ଜଗତସିହପୁରରେ ୨ କେଉଁଝର ରେ ୪ ମଧ୍ଯ ଗିରଫ କରିଛି ପୋଲିସ ବୋଲି ପୋଲିସ ଡିଜିଙ୍କ ପକ୍ଷରୁ ସୁଚନା ମିଳିଛି।।ଯାହାକି ହସପିଟାଲ ପରିସରରେ ଦେଖାଦେଉଥିବା ନିତିଦିନିଆ ଦଲାଲଙ୍କ ଉପରେ ଏକ ଛନକା ପଡିଛି।ତେବେ ଆଗକୁ ମୋ ସରକାର ଯୋଜନା ଲାଗୁହେଉଥିବା ବେଳେ ତା ପୁର୍ବରୁ ସରକାର ଚଳାଇଛନ୍ତି ଏପରି ସ୍ବଛତାର ପ୍ରମାଣ।Conclusion:
Last Updated : Sep 27, 2019, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.