ETV Bharat / state

ଆଜି ରାଜଧାନୀରେ 122 ଆକ୍ରାନ୍ତ ଚିହ୍ନଟ, 254 ସୁସ୍ଥ

author img

By

Published : Oct 25, 2020, 8:04 PM IST

ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କୋରୋନା ସଂକ୍ରମଣ ଆୟତ୍ତକୁ ଆସିଛି । ଦିନକରେ 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରବିବାର 122 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Today 122 more corona positives detected in Bhubaneswar
ଆଜି ରାଜଧାନୀରେ 122 ଆକ୍ରାନ୍ତ ଚିହ୍ନଟ, 254ଜଣ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହାର ଏବେ ଆୟତ୍ତକୁ ଆସିଛି । ଧୀରେ ଧୀରେ ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ରବିବାର ରାଜଧାନୀରେ 122 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 254 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କୋରୋନା ସଂକ୍ରମଣଙ୍କ ସଂଖ୍ୟା ଅଣାୟତ୍ତ ହୋଇ ଯାଇଥିଲା । ଦିନକୁ ସଂକ୍ରମଣଙ୍କ ସଂଖ୍ୟା ପ୍ରାୟ 500ରୁ ଅଧିକ ରହୁଥିଲା । ତେବେ ଏତେ ମାତ୍ରାରେ ବ୍ୟାପୁଥିବା ସଂକ୍ରମଣଙ୍କ ସଂଖ୍ୟାରେ ରୋକ ଲାଗିଛି । ରବିବାର 122 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 43 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 79ରେ ପହଁଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 152 ଛୁଇଁଛି ।

ହୋମ କ୍ଵରେଣ୍ଟାଇନରେ 43ଜଣଙ୍କ ମଧ୍ୟରୁ 2ଜଣ ଜାଗମରା, 2ଜଣ ଆଇଆରସି ଭିଲେଜ, 2ଜଣ ଘାଟିକିଆ, 2ଜଣ ଆର୍ଚ୍ଚାଯ୍ୟ ବିହାର, 2ଜଣ ବରଗଡ଼, 3 ଜଣ ଓଲଡ଼ ଟାଉନ, 3 ଜଣ ନୟାପଲ୍ଲୀ, 3ଜଣ ପଟିଆ, 5ଜଣ ସହିଦ ନଗର, 3ଜଣ ସ୍ବାସ୍ତ୍ରୀ ନଗର ଆଦି ଅଞ୍ଚଳରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 79ଜଣ ଚିହ୍ନଟ ହୋଇଥିବା ବେଳେ 2ଜଣ ଚକେଇସିଆଣି, 3ଜଣ ବିଜେବି ନଗର, 3ଜଣ ବରମୁଣ୍ଡା, 2ଜଣ ବରଗଡ, 2ଜଣ ଅଶୋକ ନଗର, 2ଜଣ ଜଗନ୍ନାଥ ନଗର, 4ଜଣ ନୀଳାଦ୍ରି ବିହାର, 3 ଜଣ ପାହାଲ, 3 ଜଣ ପାତ୍ରପଡା, 4ଜଣ ସହିଦ ନଗର, 3ଜଣ ଖଣ୍ଡଗିରି, 3ଜଣ ବାଣୀବିହାର ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ୍‌ 28,603 ଜଣ ଚିହ୍ନଟ ହୋଇଥିବା ବେଳେ 26,149 ଜଣ ସୁସ୍ଥ, 2281 ଜଣ ସକ୍ରିୟ ରହିଥିବା ବେଳେ 152 ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.