ETV Bharat / state

ତମାଖୁ ଜାଲରେ ଯୁବପିଢି, ନିୟନ୍ତ୍ରଣ କରିବା ନେଇ ସଚେତନତା କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Aug 27, 2023, 9:13 PM IST

ରାଜ୍ୟରୁ ତମାଖୁ ବର୍ଜନ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତମାଖୁ ବ୍ୟବହାର ଦ୍ବାରା ଶରୀର ପ୍ରତି ସୃଷ୍ଟି ହେଉଥିବା ବିପଦ ନେଇ ଆଲୋଚନା କରାଯାଇଛି । ଅଧିକ ପଢ଼ନ୍ତୁ

tobacco control awareness programme
ଭୁବନେଶ୍ବରରେ ତମାଖୁ ନିୟନ୍ତ୍ରଣ କର୍ମଶାଳା
ଭୁବନେଶ୍ବରରେ ତମାଖୁ ନିୟନ୍ତ୍ରଣ କର୍ମଶାଳା

ଭୁବନେଶ୍ବର: ତମାଖୁ ମହାମାରୀ ବିଶ୍ବର ଅନ୍ୟତମ ଗୁରୁତର ସମସ୍ୟା । ବିଶ୍ବରେ ପ୍ରତିବର୍ଷ 8 ନିୟୁତରୁ ଅଧିକ ଲୋକଙ୍କ ତମାଖୁ ସେବନ ଜନିତ ମୃତ୍ୟୁ ହୋଇଥାଏ । ଏଥି ମଧ୍ୟରେ 7 ନିୟୁତରୁ ଅଧିକ ତମାଖୁ ସେବନ ଏବଂ ପ୍ରାୟ 1.2 ନିୟୁତ ଧୂମ୍ରପାନକାରୀଙ୍କ ସଂସ୍ପର୍ଶରେ ଆସି ଧୂଆଁରେ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି । ଏହି କ୍ରମରେ ରାଜ୍ୟରୁ ତମାଖୁ ବର୍ଜନ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତମାଖୁ ବ୍ୟବହାର ଦ୍ବାରା ଶରୀର ପ୍ରତି ସୃଷ୍ଟି ହେଉଥିବା ବିପଦ ନେଇ ଆଲୋଚନା କରାଯାଇଛି ।

ମୁଖ୍ୟତଃ ବିଦ୍ୟାଳୟ କିମ୍ବା କଲେଜ ଯାଉଥିବା ଛାତ୍ରମାନେ ତମାଖୁ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ସଚେତନ ବଳରେ ସେମାନଙ୍କୁ ଏଥିରୁ ନିବୃତ ରଖାଯାଇପାରିବ । ତମାଖୁ ଦ୍ରବ୍ଯ ବିକ୍ରୟ ପାଇଁ ସର୍ବନିମ୍ନ ଆଇନଗତ ବୟସ ସୀମା 18 ବର୍ଷରୁ 21 ବର୍ଷକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି PECUC ଅଧ୍ୟକ୍ଷ ରଞ୍ଜନ ମହାନ୍ତି ମତ ପ୍ରକାଶ କରିଛନ୍ତି । ତମାଖୁ ଦ୍ରବ୍ଯର ଖୁଚୁରା ବିକ୍ରୟ କିମ୍ବା ପ୍ଯାକେଟ ବାହାରେ ବିକ୍ରୟକୁ ବାରଣ କରିବା ଆବଶ୍ୟକ । ତମାଖୁର ଉତ୍ପାଦନ ଯୋଗାଣ ବିତରଣ ଆମଦାନୀ ଏବଂ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିବା ଆବଶ୍ୟକ ବୋଲି ଏହି କର୍ମାଶାଳାରେ ଆଲୋଚନା କରାଯାଇଛି । WHO ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ 1 ମିଲିୟନରୁ ଅଧିକ ଲୋକେ ତମାଖୁ ଯୋଗୁଁ ମୃତ୍ୟୁବରଣ ହୋଇଥାନ୍ତି । ଯାହା ସମସ୍ତ ମୃତ୍ୟୁର 9.5 ପ୍ରତିଶତ ଅଟେ । 15 ବର୍ଷରୁ ଅଧିକ 29% ତମାଖୁ ବ୍ୟବହାରକାରୀ, 38.7 ପ୍ରତିଶତ ବୟସ୍କମାନେ ଘରେ ଦ୍ରୁମପାନର ସମ୍ମୁଖୀନ ହେଉଛନ୍ତି । ସେହିପରି ଭାବରେ କର୍ମକ୍ଷେତ୍ରରେ 30.2 ପ୍ରତିଶତ ଏବଂ ରେସ୍ତୋରାଁ ଗୁଡିକରେ 7.4 ପ୍ରତିଶତ ଧୂନପାନ ବ୍ୟବହାର ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ, କେନ୍ଦୁଝରରେ ତମାଖୁ ନିଷେଧ ଦିବସ ପାଳିତ

ଏସମ୍ପର୍କରେ ସାଂସଦ ସୁଲତା ଦେଓଙ୍କୁ କହିଛନ୍ତି, "ସରକାରଙ୍କ ପକ୍ଷରୁ ତମାଖୁ ସମସ୍ତ ସ୍ଥାନରେ ବ୍ୟାନ ରହିଛି । ଅନେକ ସମୟରେ ସଚେତନତା କରାଯାଉଛି । ତମାଖୁ ସେବନରୁ ମିଳିଥିବା ରାଜସ୍ୱ କମ୍ ଥିବାରୁ ତମାଖୁ ସେବନ ପରିବାର ସଦସ୍ୟଙ୍କୁ ଅଧିକ ପ୍ରଭାବିତ କରିଥାଏ । ତମାଖୁ ସମ୍ବନ୍ଧୀୟ ରୋଗ ପାଇଁ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ବ୍ୟବସ୍ଥାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହିପରି ସଚେତନତା କାର୍ଯ୍ୟକ୍ରମ କେବଳ ସହରାଞ୍ଚଳରେ ନୁହେଁ ଦୁର୍ଗମ ଅଞ୍ଚଳରେ କରାଯିବା ଉଚିତ । ତେବେ ଏହି ଆଲୋଚନା ଚକ୍ରରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ସହକାରୀ ପରିଚାଳକ ସୁଶାନ୍ତ କୁମାର ବିଶ୍ଵାଳ, ଅନୁରାଧା ମହାନ୍ତିଙ୍କ ସମେତ ରଞ୍ଜନ ମହାନ୍ତି ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.