ETV Bharat / state

ନନ୍ଦନକାନନରେ ନୂଆ ଅତିଥି, ୩ଟି ଶାବକଙ୍କୁ ଜନ୍ମଦେଲା ଧଳା ବାଘୁଣୀ ରୂପା

author img

By

Published : Jan 7, 2023, 5:40 PM IST

ନନ୍ଦକାନନ ପ୍ରାଣୀ ଉଦ୍ୟାନ (Nandanakanana zoo)ରେ ବଢିଲେ ବାଘଙ୍କ ସଂଖ୍ୟା । ୩ଟି ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ରୂପା (Tigress Rupa gives birth to 3 cubs) । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ(Nandanakanana zoological Park)ରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ମାଆ ହୋଇଛି (Tigress Rupa gives birth to 3 cubs) । ୩ ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ଅଧିକ ଶାବକ ଜନ୍ମ ହେବା ନେଇ ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ତେବେ ତାଙ୍କୁ ସିସି ଟିଭି ଅନୁଧ୍ୟାନରେ ରଖା ଯାଇଥିବା ଜଣାପଡ଼ିଛି । ମାଆ ଛୁଆ ସୁସ୍ଥ ରହିଛନ୍ତି ।

ଏହା ବି ପଢନ୍ତୁ- Matric Exam: ଦୁଇଟି ପରୀକ୍ଷା ମଝିରେ ନାହିଁ ବ୍ୟବଧାନ, ଚିନ୍ତାରେ ଛାତ୍ରଛାତ୍ରୀ

ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ନାଲି ମହାବଳ ରାଜେଶ ସହିତ ରୂପାକୁ ମିଳନ କରାଯାଇଥିଲା । ଏବେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୫୧ଟି ସ୍ତନ୍ୟପାୟୀ ଜୀବ ରହିଥିବା ବେଳେ ୧୦୮ଟି ପକ୍ଷୀ ଓ ୧୪ଟି ସରୀସୃପ ରହିଛନ୍ତି । ତେବେ ନନ୍ଦନକାନନରେ ମୋଟ ଜୀବଜନ୍ତୁଙ୍କ ସଂଖ୍ୟା 4012 । ଏହି ଜୀବଜନ୍ତୁଙ୍କ ମଧ୍ୟରୁ ୪୮୦ ପ୍ରଜାତିର ୧୮୩୬ଟି ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ୧୮୫୨ଟି ପକ୍ଷୀ, ସରୀସୃପ ରହିଛନ୍ତି । ଏହାସହ ୩୦ ପ୍ରଜାତିର ୩୦୩ଟି ଜୀବଜନ୍ତୁ ରହିଛନ୍ତି । ଉଭୟଚର ପ୍ରାଣୀ ୬ ପ୍ରଜାତିର ୨୧ଟି ରହିଛନ୍ତି । ମୋଟ ଆକାରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୬୧ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.