ETV Bharat / state

International Tiger Day: ରାଜ୍ୟରେ କମିଲା ବାଘ ସଂଖ୍ୟା, ଶିମିଳିପାଳରେ ବୃଦ୍ଧି - ଶିମିଳିପାଳରେ ବାଘ ସଂଖ୍ୟା ୧୬କୁ ବୃଦ୍ଧି

ରାଜ୍ୟରେ ବାଘ ସଂଖ୍ୟା ୨୦କୁ କମିଲା । ୨୦୧୮ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୨୮। ଏହାରି ମଧ୍ୟରେ ଶିମିଳିପାଳରେ ବାଘ ସଂଖ୍ୟା ୮ ରୁ ୧୬କୁ ବୃଦ୍ଧି ପାଇଛି । ତେବେ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଛି ଏହି ରିପୋର୍ଟ । ଅଧିକ ପଢ଼ନ୍ତୁ

ରାଜ୍ୟରେ କମିଲା ବାଘ ସଂଖ୍ୟା, ଦେଶରେ ବୃଦ୍ଧି
ରାଜ୍ୟରେ କମିଲା ବାଘ ସଂଖ୍ୟା, ଦେଶରେ ବୃଦ୍ଧି
author img

By

Published : Jul 29, 2023, 10:25 PM IST

ରାଜ୍ୟରେ କମିଲା ବାଘ ସଂଖ୍ୟା, ଦେଶରେ ବୃଦ୍ଧି

ଭୁବନେଶ୍ବର: ବିଶ୍ବ ବାଘ ଦିବସ ଅବସରରେ ପ୍ରକାଶ ପାଇଲା ବାଘ ଗଣନା ରିପୋର୍ଟ । ଭାରତ ସରକାରଙ୍କ ଦ୍ୱାରା ପ୍ରକାଶ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବାଘ ସଂଖ୍ୟା କମିଥିବା ସୂଚନା ରହିଛି । ରାଜ୍ୟରେ ୨୦ଟି ମହାବଳ ବାଘ ଥିବା ନେଇ ସୂଚନା । ୨୦୨୧-୨୨ ବର୍ଷର ଗଣନା ଅନୁସାରେ ବାଘ କମିଥିବା ଜାତୀୟ ରିପୋର୍ଟ ପ୍ରକାଶ ପାଇଛି । ଭାରତ ସରକାର ପ୍ରଦାନ କରିଥିବା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ବୃଦ୍ଧି ପାଇଛି ବାଘସଂଖ୍ୟା । ଶିମିଳିପାଳରେ ବାଘସଂଖ୍ୟା ୮ ରୁ ୧୬କୁ ବୃଦ୍ଧି ପାଇଛି । ୨୦୧୮ ଗଣନା ଅନୁସାରେ ରାଜ୍ୟରେ ମହାବଳ ବାଘସଂଖ୍ୟା ୨୮ ରହିଥିଲା । ସେପଟେ ଶିମିଳିପାଳ ଜଙ୍ଗଲରେ ବାଘ ସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ଏପଟେ ରାଜ୍ୟରେ କମିଛି ବାଘଙ୍କ ସଂଖ୍ୟା । ଚଳିତ ବର୍ଷ ଗଣନାରେ ରାଜ୍ୟରେ ମାତ୍ର ୨୦ଟି ବାଘ ରହିଥିବା ଗଣନାରୁ ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ରହିଥିଲା ।

ଅନପଟେ ନିଜର ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର। ଅକ୍ଟୋବରରୁ ବାଘ ଗଣନା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୁଇଟି ପର୍ଯ୍ୟାୟରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। ସିସିଟିଭି କ୍ୟାମେରା ଟ୍ରାପ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ’ ମାସରୁ ରାଜ୍ୟ ସରକାର ହାତୀ ଗଣନା କରିବାର ଯୋଜନା ରହିଛି ବୋଲି ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: International Tiger Day 2023: ଦେଶରେ ଅଛନ୍ତି 3167 ମହାବଳ, ମଧ୍ୟପ୍ରଦେଶ ପୁଣି ଶୀର୍ଷରେ

ପୂର୍ବତନ ଆଇଏଫଏସ ସୁରେଶ କୁମାର ମିଶ୍ର କହିଛନ୍ତି, ‘‘ବାଘ ସଂଖ୍ୟା ରାଜ୍ୟରେ କମିଛି। ଏହାର କମିବାରେ ଅନେକ ଗୁଡ଼ିଏ କାରଣ ରହିଛି। ଜଙ୍ଗଲ ନଷ୍ଟ କରିବା ସହ ବାଘ ଶିକାର ଆଦି ବାରମ୍ବାର କରାଯାଉଛି । ଏହାସହ ଗଣନା ସମୟରେ ଯେଉଁ କ୍ୟାମେରା ଲଗାଯାଇଛି ତାହା ଅନେକାଂଶରେ ପରିବର୍ତ୍ତିତ ରହୁଛି । ତେବେ ଦେଖିବାକୁ ଗଲେ ରାଜ୍ୟରେ ଶିମିଳିପାଳରେ ବାଘ ରହିଥିବା ବେଳେ ସାତକୋଶିଆରେ ସମ୍ପୂର୍ଣ ଭାବରେ ବାଘ ଶୂନ୍ୟ ହୋଇ ପିଡିଛି । ଅନ୍ୟପଟେ କଳରାପତିଆ ବାଘର ମଧ୍ୟ ସଂଖ୍ୟା କମିବାରେ ଲାଗିଛି। ଯାହା ଫଳରେ ମହାବଳ ବାଘ ସମେତ କଲରାପତିଆ ବାଘା ମଧ୍ୟ ଲୋପ ପାଇବାର ଆଶଙ୍କା ରହିଛି ।’’

ଏପଟେ ବିଶେଷଜ୍ଞ ଶାନ୍ତିସ୍ବରୂପ ରଥ କହିଛନ୍ତି , ଆମ ରାଜ୍ୟରେ କିଛି ମାତ୍ରାରେ ବାଘର ସଂଖ୍ୟା କମିଛି। ଦେଶରେ ୭୫% ବାଘ ରହିଛନ୍ତି। ବାଘ ଗଣନା ସମୟରେ ସିସିଟିଭି ଜିପି ଆର ଏସ ମାଧ୍ୟମରେ ଟ୍ରାକିଂ କରାଯାଉଛି । ତେବେ ନୂଆ ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ବାରା ଅନେକ ତଥ୍ୟରେ ସାମଞ୍ଜସ୍ୟ ରହିଛି। ତଥାପି ଏହା ଗ୍ରହଣୀୟ ଅଟେ। ତେବେ ଆଗକୁ ଯଦି ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର ହୁଏ ତେବେ ବହୁତ୍ ଖୁବ୍ ସମୟ ମଧ୍ୟରେ ସଠିକ ଭାବରେ ବାଘର ବା ବନ୍ୟଜନ୍ତୁଙ୍କ ଗଣନା ହୋଇପାରିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.