ଖୋର୍ଦ୍ଧା: କୋରାନା ପାଇଁ ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଞ୍ଚଳରେ ଲକ୍ ଡାଉନ କଟକଣା ନିୟମକୁ ଭାଙ୍ଗିଛନ୍ତି ଦୋକାନୀମାନେ । ଏନେଇ ତିନି ଜଣ ଦୋକାନୀଙ୍କୁ ପୋଲିସ ଗିରଫ କରିଛି ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଥାନାଧିକାରୀ ଶେଖ ଆକବର ଅଲ୍ଲୀଙ୍କ ଠାରୁ ପ୍ରକାଶ ଯେ, ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡା କରୋନା ସଚେତନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳ ବୁଲି ପରିଦର୍ଶନ କରୁଥିବା ସମୟରେ ତିନି ଜଣ ଦୋକାନୀ ଆଇନ ଉଲ୍ଲଂଘନ କରି ସେମାନଙ୍କ ଦୋକାନ ଖୋଲିଥବା ସୂଚନା ପାଇଥିଲେ । ସେମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ