ଭୁବନେଶ୍ବର: ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା । ଥାନାରେ 72ବର୍ଷୀୟ ବୃଦ୍ଧାଙ୍କୁ ନିର୍ଯାତନା । ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ । ତେବେ ଏହି ଘଟଣାକୁ ରାଜ୍ୟ ମାନବାଧିକାର କମିଶନ ଗୁରୁତ୍ବର ସହ ନେଇଛନ୍ତି । ଏନେଇ ରାଜ୍ୟ ମାନବାଧିକାର କମିଶନ ବଲାଙ୍ଗିର ଏସପିଙ୍କୁ ଡିସେମ୍ବର 29 ତାରିଖ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସାଲେଭଟା ଫାଣ୍ଡିରେ । ସାଲେଭଟା ଫାଣ୍ଡିର ପୋଲିସ କର୍ମଚାରୀ ନୂଆଁପାଲି ଗାଁର ଅନିରୁଦ୍ଧ ସାହୁ(୭୦ବର୍ଷ) ନାମକ ଜଣେ ବୃଦ୍ଧଙ୍କୁ ନିର୍ଦ୍ଧୁମ ମାଡ଼ମାରି ଥିଲେ । ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ଅନିରୁଦ୍ଧ ଓ ତାଙ୍କ ଭାଇଙ୍କ ଭିତରେ ଜମିଜମା ବିବାଦ ଥିଲା । ଗତ ଗୁରୁବାର ଦିନ ପିତାଙ୍କ ନାଁରେ ଥିବା ଜମି ତାଙ୍କର କହି ଅନିରୁଦ୍ଧ ଫସଲ କାଟିବାକୁ ଯାଇଥିଲେ । ଏନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଆସି ଅନିରୁଦ୍ଧଙ୍କୁ ଥାନାକୁ ନେଇଥିଲା । ଜମି କାହାର ବୋଲି ଜଣେ ପୁଲିସ କର୍ମଚାରୀ ଅନିରୁଦ୍ଧଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ଅନିରୁଦ୍ଧ ତାଙ୍କ ବାପାଙ୍କ ନାଁରେ ଜମି ଅଛି ଓ ସେଥିରେ ତାଙ୍କର ଭାଗ ଅଛି ବୋଲି କହିବା ବେଳେ ପୋଲିସ କର୍ମଚାରୀ ଜଣକ ତାଙ୍କ ମୁହଁକୁ ପ୍ରବଳ ମାଡ଼ ମାରିଥିଲେ । ଏଥିରେ ସେ ଅଚେତ ହୋଇପଡ଼ିବା ପରେ ପୁଲିସ ଲୋଇସିଂହା ପ୍ରାଥମିକ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲା । ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଅନିରୁଦ୍ଧ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- 3rd Degree Torture: ପୁଅ ପାଇଁ ବାପାକୁ ମାଡ଼, ଅଭିଯୋଗ ପରେ ଫାଣ୍ଡି ଅଧିକାରୀଙ୍କ ବଦଳି
ଉଲ୍ଲେଖଯୋଗ୍ୟ, ଏକ ଜମିଜମା ବିବାଦରେ ବଲାଙ୍ଗୀର ଜିଲ୍ଲା ସଲେଭାଟା ଫାଣ୍ଡି ପୋଲିସ ଲୋଇସିଂହା ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର 72 ବର୍ଷିୟ ବୃଦ୍ଧ ଅନିରୁଦ୍ଧ ସାହୁଙ୍କୁ ଘରୁ ଉଠାଇ ନେଇଥିଲା । ଥାନାରେ ବୃଦ୍ଧଙ୍କୁ ମାଡ଼ ମାରିବା ପରେ ବୃଦ୍ଧ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ପୋଲିସ ଅନିରୁଦ୍ଧଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲା । ତେବେ ଅନିରୁଦ୍ଧଙ୍କୁ ଥାନାରେ ପୋଲିସ ନିର୍ଦ୍ଧୁମ ମାଡ଼ ମାରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଇଟିଭି ଭାରତ , ଭୁବନେଶ୍ବର