ETV Bharat / state

ଅପରାଧୀଙ୍କ ନୂଆ ଟ୍ରେଣ୍ଡ, ଗହଣା ସଫା ଆଳରେ କରୁଛନ୍ତି ଲୁଟ - thieves stole jewellery

Jewellery Stolen: ସୁନା ରୂପା ସଫା କରିଦେବା ଆଳରେ ସ୍ପ୍ରେ କରି ଗହଣା ଲୁଟିନେଉଛନ୍ତି ଦୁବୃର୍ତ୍ତ । ଅପରାଧୀମାନେ ଏଭଳି ନୂଆ ତରିକା ଆପଣାଇ କରୁଛନ୍ତି ଲୁଟପାଟ୍ । ଅଧିକ ପଢନ୍ତୁ

ଗହଣା ସଫା ଆଳରେ ଲୁଟ୍
ଗହଣା ସଫା ଆଳରେ ଲୁଟ୍
author img

By ETV Bharat Odisha Team

Published : Jan 8, 2024, 8:46 PM IST

Updated : Jan 9, 2024, 12:34 PM IST

ଗହଣା ସଫା ଆଳରେ ଲୁଟ୍

ଭୁବନେଶ୍ବର: ରାଜଧାନୀରେ ଲୁଟ୍‌ର ନୂଆ ତରିକା । ଗହଣା ସଫା ଆଳରେ କରାଯାଉଛି ଲୁଟ୍ । କମ୍ପାନୀ ଏଜେଣ୍ଟ କହି ଘରକୁ ଘର ବୁଲୁଛନ୍ତି ସୁଟ୍ ବୁଟ୍ ପିନ୍ଧା ଲୁଟେରା । ଆଉ ସୁନା ରୂପା ସଫା କରିଦେବା ଆଳରେ ସ୍ପ୍ରେ କରି ଗହଣା ଲୁଟିନେଉଛନ୍ତି । ଅନେକ ମହିଳା ଏଭଳି ଲୁଟ୍ ପାଟର ଶିକାର ହୋଇଥିବାବେଳେ ସତର୍କ କରାଇଛି ପୋଲିସ । ଏୟାରପୋର୍ଟ ଅଞ୍ଚଳରୁ ସାମନକୁ ଆସିଛି ଏପରି ଏକ ଘଟଣା । ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ବୁଲାଇଲେ କଳାକନା । ଅନନ୍ତ ବିହାରରେ ରହୁଥିବା ମହାମୟୀ ସିହ୍ନା ନାମକ ମହିଳା ଏଭଳି ଲୁଟର ଶିକାର ହୋଇଛନ୍ତି । ଏନେଇ ଏୟାରପୋର୍ଟ ଥାନାରେ ଗତ ଶୁକ୍ରବାର ଅଭିଯୋଗ ହୋଇଛି‌ ।

ପୋଲିସର ସୂଚନା ମୁତାବକ, ସୁନା ଗହଣା ପିନ୍ଧି ବୁଲୁଥିବା ମହିଳାଙ୍କୁ ପ୍ରଥମେ ଲୁଟେରାମାନେ ଟାର୍ଗେଟ କରୁଛନ୍ତି । ଭୁବନେଶ୍ବରର ପ୍ରତି ଗଳିରେ ଏହି ଲୁଟେରା ଗ୍ୟାଙ୍ଗ ବୁଲୁଥିବାବେଳେ ସୁନା ଗହଣା ପିନ୍ଧି ଯାଉଥିବା ମହିଳାଙ୍କ ପିଛା କରନ୍ତି । ପରେ ନିଜକୁ ମଲ୍ଟି ନାସନାଲ କମ୍ପାନୀର ସେଲସ ପର୍ସନ କହି ପ୍ରଡକ୍ଟ ଦେଖାଇବା ଆଳରେ ଘରେ ପଶୁଛନ୍ତି । ନିଜକୁ କମ୍ପାନୀର ଏଜେଣ୍ଟ କହି ପ୍ରମୋସନ ଆଳରେ କଂସା ବାସନ ବା ସୁନା ରୂପା ଅଳଙ୍କାର ସଫା କରିବା ପାଇଁ କେମିକାଲ ଓ୍ବାସର ପ୍ରମୋସନ କରୁଛନ୍ତି । ସେମାନଙ୍କର କଥାରେ ମହିଳାମାନେ ରାଜି ହେଲେ ବା ଆଗ୍ରହ ଦେଖାଇଲେ ଅଳଙ୍କାର ସଫା କରିବା ପାଇଁ ଦାମୀ କେମିକାଲ ଦେଖାଇବା ଆଳରେ ଅଳଙ୍କାର ସବୁ ବାନ୍ଧି ସ୍ପ୍ରେ ପକାଇ ଛୁ ମାରୁଛନ୍ତି । ଏମିତି ଢଙ୍ଗରେ ଗତ ଶୁକ୍ରବାର ମହାମାୟୀ ସିହ୍ନା ଓ ତାଙ୍କ ପଡୋଶୀଙ୍କଠାରୁ ଲୁଟ୍ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ରାୟଗଡ଼ା ପୋଲିସ କବଜାରେ ବାଇକ ଚୋର ଗ୍ୟାଙ୍ଗ, ୫ ବାଇକ ଉଦ୍ଧାର

ମହିଳାଙ୍କ ଅଭିଯୋଗ ଅନୁସାରେ, ସେମାନେ ସୁଟ୍ ବୁଟ୍ ପିନ୍ଧି ବ୍ୟାଗ ପକାଇ ନିଜକୁ କମ୍ପାନୀ ଏଜେଣ୍ଟର ପରିଚୟ ଦେଇଥିଲେ । କମ୍ପାନୀର ପ୍ରଡକ୍ଟ ଦେଖାଇବା ବାହାନାରେ ପ୍ରଥମେ କଂସା ବାସନ ପରେ ପାଉଁଜି ଓ ରୂପା ଅଳଙ୍କାର, ତା'ପରେ ପିନ୍ଧିଥିବା ସୁନା କାନଫୁଲ ଓ ସୁନାଚେନ ସହ ମୁଦି ସଫା କରାଇଦେବାକୁ କହିଥିଲେ । ନୂଆ କେମିକାଲ ଦେଖାଇବା ବାହାନାରେ ଏକ ସ୍ପ୍ରେ କରି ପରେ ସୁନା ଗହଣା ନେଇ ଚାଲିଯାଇଛନ୍ତି ।" ଅଭିଯୁକ୍ତମାନେ ବିଶେଷ କରି ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡିଛି । ଏନେଇ ଏୟାରପୋର୍ଟ ଥାନାରେ ରିପୋର୍ଟ ପରେ ସାମ୍ନାକୁ ଆସିଛି ଲୁଟେରାଙ୍କ ଫୁଟେଜ୍ । ତେବେ ଏହି ଘଟଣା ପ୍ରଥମ ନୁହେଁ, ଗତ ସେପ୍ଟେମ୍ବର ୧୮ତାରିଖରେ ମଧ୍ୟ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ ଏହିଭଳି ଢଙ୍ଗରେ ଲୁଟପାଟ୍ କରିଥିଲେ ଦୁବୃର୍ତ୍ତ। ସେହିପରି ଖଣ୍ଡଗିରି ଓ ଶହୀଦନଗର ଅଞ୍ଚଳରୁ ମଧ୍ୟ ଏପରି ମାମଲା ସାମନାକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 9, 2024, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.