ETV Bharat / state

ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଟୋରୁ ଖସି ମହିଳା ଗୁରୁତର

author img

By

Published : Mar 16, 2020, 2:38 AM IST

ବଢୁଛି କଳା ପଲସର ଆତଙ୍କ । ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇ ଜଣେ ମହିଳା ଗୁରୁତର ଆହତ । ଅଧିକ ପଢନ୍ତୁ...

The woman who fell out of the auto was seriously injured by miscreants attack
ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଟୋରୁ ଖସି ମହିଳା ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର 57ନଂ ଜାତୀୟ ରାଜପଥରେ ବଢୁଛି କଳା ପଲସର ଆତଙ୍କ । ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ହେଲେ ଗୀତାଞ୍ଜଳି ନାୟକ ।

ସୂଚନାନୁସାରେ, ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୁ ଗୀତାଞ୍ଜଳି ନିଜ ପରିବାର ସଦସ୍ୟଙ୍କ ସହ ଏକ ଅଟୋରେ ଦଶପଲ୍ଲା ଯାଉଥିଲେ। ବୋଲଗଡ ପେଟ୍ରୋଲ ପମ୍ପ ନିକଟରେ 2 ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କ ଭ୍ୟାନିଟ୍‌ ଛଡ଼ାଇ ନେବା ବେଳେ ଗୀତାଞ୍ଜଳି ଭାରସାମ୍ୟ ହରାଇ ଅଟୋରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ତ ଓ ହାତରେ ଆଘାତ ପାଇ ସେ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋଲଗଡ ଡାକ୍ତରଖାନାକୁ ପଠାଯାଇଥିଲା ।

ତେବେ ଗୀତାଞ୍ଜଳିଙ୍କ ଠାରୁ ଲୁଟ ହୋଇଥିବା ବ୍ୟାଗରେ ନଗଦ 7000 ଟଙ୍କା ସହ 2 ଟି ସ୍ମାର୍ଟ ଫୋନ ଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଲୁଟେରାଙ୍କୁ ଧରିବାକୁ ତଦନ୍ତ ଚଳାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.