ଖୋର୍ଦ୍ଧା: ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ କଣ୍ଟାବାଡ ଗ୍ରାମର ପ୍ରସନ୍ନ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ହୋଇଛି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଛାତ ସଂପୂର୍ଣ୍ଣ ଭାବେ ଉଡ଼ିଯିବା ସହ ପାଇଖାନା ଘର ମଧ୍ୟ ଭାଙ୍ଗି ଯାଇଛି ।
ଅଞ୍ଚଳର 2 କିଲୋମିଟର ମଧ୍ୟରେ ଏହି ବାଣ ବିସ୍ଫୋରଣର ଶଦ୍ଦ ଅନୁଭୂତ ହୋଇଥିଲା । ପ୍ରସନ୍ନ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ବାଣ ତିଆରି କରୁଥିଲେ । ଆଗକୁ ପୂଜା ଆସୁଥିବାରୁ ବାଣ ଗୁଡିକ ଏକ କୋଠରୀରେ ଗଚ୍ଛିତ ରଖିଥିଲେ ଏବଂ କୌଣସି କାରଣରୁ ଏହି ବିସ୍ଫୋରଣ ହୋଇଥିଲା । ତେବେ ବିସ୍ପୋରଣ ରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ